Browsing yearly archive

2022

ଜମି ପାଇଁ ଫୁଟିଲା ଗୁଳି

ନୟାଗଡ, ୧୯/୧୨(ଏସଏସନିଉଜ) ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦଗାଁରେ ଜମିଜମା ବିବାଦକୁନେଇ ଗୋଟିଏପରିବାର ଅନ୍ୟ ଏକ ପରିବାର ଉପରେ ଗୁଳିମାଡକରିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତରଆହତ ହୋଇଛନ୍ତି ।ଗୁରୁତରଆହତମାନଙ୍କୁ ଚିକିସ୍‌।ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆଜିର ରାଶିଫଳ

ଡିସେମ୍ବର ମାସ ୧୯ ତାରିଖ ୨୦୨୨ ମସିହା(ସୋମବାର)ପୌଷମାସ-କୃଷ୍ଣପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ ୦୨/୩୫ ଗତେ ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୪୯ ,ସୂର୍ଯ୍ୟାସ୍ତ- ସନ୍ଧ୍ୟା ଘ୦୫/୦୮/୧୭ ,ବୃଷ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଶିମ୍ବ ରାତ୍ରି ଘ୦୨/୩୫ ଗତେ ପୋଇଶାଗ ଭକ୍ଷଣ ନିଷେଧ । ମେଷ-ଆଜି ପ୍ରତ୍ୟେକକ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତହୋଇ କାମହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହସମସ୍ୟା, ଗାଡିମୋଟରସମ୍ପର୍କୀୟ ପ୍ରତିବନ୍ଧକ ଲାଗିରହିବ । ବନ୍ଧୁବାନ୍ଧବ, […]

ଗ୍ୟାସ ଟାଙ୍କିରୁ ନିଆଁଲାଗି ଜଳିଗଲା ୨ବଖରାଘର

ବାରଙ୍ଗ,୧୮।୧୨(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧିନସ୍ଥ ବିଦ୍ୟାଧରପୁରଗ୍ରାମର ପ୍ରଧାନ ସାହିରେ ଗ୍ୟାସଟାଙ୍କିରୁ ନିଆଁଲାଗି ୨ବଖରା ଚାଳଘର ପୋଡିଯାଇଛି। ପ୍ରକାଶଯେ, ରବିବାରଦିନ ବିଦ୍ୟାଧରପୁର ଗ୍ରାମର ପ୍ରଧାନ ସାହିର ସୁରେଶ ପ୍ରଧାନଙ୍କ ରୋଷେଇ ଘରେ ଗ୍ୟାସଟାଙ୍କି ପରିବର୍ତନ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ସୁରେସ ଗ୍ୟାସ ଟାଙ୍କିକୁ ରୋଷେଇଘରୁ ବାହାରକୁ ଆଣିବାସମୟରେ ନିଆଁଟି ଭୟଙ୍କ ରୂପନେଇ ରୋଷେଇ ଘରକୁ ଲାଗିଥିବା ଅନ୍ୟଏକଚାଳଘରକୁ ବ୍ୟାପିଯାଇଥିଲା । ଫଳରେ ନିଆଁଲାଗି ଚାଳଘର ଦୁଇଟି ସଂପୂର୍ଣ୍ଣଜଳି ପାଉଁଶ ହୋଇଯାଇଥିଲା। ଖବରପାଇ ବାରଙ୍ଗରୁଦମକଳ ଆସି ଏକ ଘଂଟାକାଳ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢଶାଳ, ୧୮।୧୨ (ଏସଏସନିଉଜ) ଶିବଶକ୍ତିକ୍ଲବ ଆନୂକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ କଟକର ମଙ୍ଗଳା କ୍ଲବ ବିଜୟୀ ହୋଇଛି । ଦଳ ୪-୦ଗୋଲର ବୃହତ ବ୍ୟବଧାନରେ କୁଜଙ୍ଗ ଫୁଟବଲ କ୍ଲବକୁ ହରାଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳପକ୍ଷରୁ ୧୯ନଂରେ ଖେଳୁଥିବା ଦୀପକ ବିଶ୍ୱାଳ ଖେଳର ୫ମିନିଟରେ ଗୋଟିଏଗୋଲଦେଇ ଦଳର ବିଜୟଧାରାର ଶୁଭାରମ୍ଭକରିଥିଲେ ।୧-୦ରେ ଅଗ୍ରଣୀଥାଇ ବିଜୟୀଦଳ ଖେଳର ୩୪ମିନିଟରେ ପ୍ରକାଶଭୋଇଙ୍କ […]

ରାଉରକେଲାରେ ରନ ଫର ହକି’

ରାଉରକେଲା,୧୮/୧୨(ଏସଏସନିଉଜ) ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ରନ ଫର ହକି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ବରିଷ୍ଠ ନାଗରିକ ୧୦ କିମି ବ୍ୟାପି ଏହି ଦୌଡ଼ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ସହରରେ ଏକ କ୍ରୀଡା ବାତାବରଣ ସୃଷ୍ଟି କରିବାକୁ ଏହି କାର‌୍ୟ୍ୟକ୍ରମ ଆୟୋଜିତ କରାଯାଇଛି ।

ପୁଲିସହାତରେ ୪ କୁଖ୍ୟାତ ଡକାୟତ

ତାଳଚେର, ୧୮/୧୨(ଏସଏସନିଉଜ) ୪ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ତାଳଚେର ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୫ଟି ବୋମା, ୨ ମାଉଜର ଓ ମାରଣାସ୍ତ୍ର ସହ ବାଇକ ଜବତ ହୋଇଛି । ଏମାନଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ବାହାରିଲେ ଶ୍ରଦ୍ଧାଞଳି

ଭୁବନେଶ୍ୱର, ୧୮/୧୨(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସ୍ରୁ ବାହାରିଥିଲେ ଶ୍ରଦ୍ଧାଞ୍ଜଳି । ଇଡି ଯାହା ପଚାରିଲେ ତଥ୍ୟ ଦେଲି ବୋଲି କହି ଚାଲିଯାଇଥିଲେ ଶ୍ରଦ୍ଧାଞ୍ଜଳି ।  

ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, ୧୮/୧୨(ଏସଏସନିଉଜ) ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଘରୁ ଉଦ୍ଧାର ହୋଇଛି ।ଗତକାଲି ବିଳମ୍ଭିତରାତିରେ ଏହି ଘଟଣା ଘଟିଥିବାବେଳେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।ସେ ବାରଙ୍ଗଥାନାରୁ ଗତକାଲିରାତି ସାଢେ୧୦ରେ ଆସି ଘରେ ପହଁଚିଥିଲେ ।ଏହାପରେ ନିଜ ରୁମରେ କବାଟ ଦେଇ ଶୋଇଥିଲେ ।ବିଳମ୍ଭିତ ରାତିପର୍ଯ୍ୟନ୍ତ ଅଶୋକ ଖାଇବାକୁ ନଆସିବାରୁ ତାଙ୍କ ପତ୍ନୀ କବାଟ ବାଡେଇବା ପରେମଧ୍ୟ କବାଟ ଖୋଲିନଥିଲେ ।ପରେ ପରିବାରର ଅନ୍ୟସଦସ୍ୟମାନଙ୍କୁ ଡାକି […]

ରାସ୍ତାକଡ଼ରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ଆସିକା, ୧୮/୧୨(ଏସଏସନିଉଜ) ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ଥାନା ପୋଲିସ ।ପିତଳ ହସ୍ପିଟାଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଶେରଗଡ଼ ବ୍ଲକ ପିତଳ ଗାଁର ବୋଲି ଜଣାପଡିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଚାଷୀଙ୍କୁ ଦଳି ମାରିଲା ହାତୀ

ଦେବଗଡ଼, ୧୮/୧୨(ଏସଏସନିଉଜ) ଧାନ ଖଳାରେ ଚାଷୀଙ୍କୁ ଦଳି ମାରିଲା ହାତୀ ।ରିଆମାଳ ଫରେଷ୍ଟ ରେଞ୍ଜ ଚିରୁଗୁଣିକୁଦର ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ। ଅମଳ ହୋଇଥିବା ଧାନକୁ ସୁରକ୍ଷା ଦେବା ନେଇ ଚାଷୀଜଣଙ୍କ ରାତିରେ ଧାନଖଳାରେ ଥିବାବେଳେ ହାତୀଆସିଥିଲା ।ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବାବେଳେ ହାତୀଟି ତାଙ୍କୁ ଦଳିମାରିଦେଇଥିଲା