Browsing yearly archive

2022

ମାଡିଗଲା ଟ୍ରେନ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ବଥୁୱା ନିକଟରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀକାକୁଲମ ବଟୁୱା ରେଲୱ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା ।ଏଥିରେ ଅନେକ ଆହତ ହୋଇଥିବା ବେଳେ ଦୁର୍ଘଟଣାରେ ୫ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଛି ।୨ ଜଣ ଆସାମର ହୋଇଥିବା ବେଳେ ଓ ଜଣେ ଓଡ଼ିଶାର ଗଂଜାମ ଅନ୍ତର୍ଗତ […]

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୧୨/୪(ଏସ ଏସ ନିଉଜ)କୋରୁକୋଣ୍ଡା – ପେଦାବାଇଲୁ ଏରିଆ କମିଟି ସଦସ୍ୟ ତଥା ଦୁର୍ଦ୍ଦାନ୍ତ ମାଓବାଦୀ ସାଗର ଓରଫ ଭନ୍ତାଲା ରାଜୁ ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା ସାଗର ଓରଫ ଭନ୍ତାଲା । ସାଗରଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିବା ସହ ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ତାଙ୍କୁ […]

ଜିଲ୍ଲାପାଳ ପଢ଼ାଇଲେ ପାଠ

ମାଲକାନଗିରି,୧୨/୪(ଏସ ଏସ ନିଉଜ)ସ୍ବାଭିମାନ ଅଞ୍ଚଳରେ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ।ଜିଲ୍ଲାପାଳ ଯନ୍ତାପାଇ, ଟୋଟାଗୁଡ଼ା, ବିଦରପକନା ଓ ହନ୍ତାଳଗୁଡ଼ାକୁ ଗସ୍ତ ସମୟରେ ଅଙ୍ଗନବାଡ଼ିର ସ୍ଥିତି ପରଖିଥିଲେ।ଏହିସମୟରେ  ପିଲାଙ୍କ ଖାଦ୍ୟ ଓ ପାଠପଢ଼ାର ସ୍ଥିତି ଜିଲ୍ଲାପାଳ ପରଖିଥିଲେ।

ତାରାତାରିଣୀପୀଠରେ5Tସଚିବ

ଭୁବନେଶ୍ୱର,୧୨/୪(ଏସ ଏସ ନିଉଜ)ଚୈତ୍ର ଶେଷ ମଙ୍ଗଳବାର ରେ ତାରାତାରିଣୀ ପୀଠରେ ଚାଲିଛି ଚୈତ୍ରଯାତ୍ରା ।ଏହାକୁ ଦେଖିବା ପାଇଁ ବହୁ ଭକ୍ତମାନଙ୍କର ସମାଗମ ହୋଇଛି ।ଏହାରି ଭିତରେ ଚୈତ୍ର ଶେଷ ମଙ୍ଗଳବାରରେ ଗଞ୍ଜାମର ମା ତାରାତାରିଣୀ ପୀଠରେ ଦର୍ଶନ କଲେ ୫ଟି ସଚିବ ଭି.କେ ପଣ୍ଡିଆନ୍ ।ଏହାସହ ମନ୍ଦିରର ଉନ୍ନୟନମୂଳକ କାମର ମଧ୍ୟ ସ୍ଥିତି ବୁଲି ଦେଖିଥିଲେ ।

ତୃତୀୟ ମୃତଦେହ ଉଦ୍ଧାର

କଟକ,୧୨/୪(ଏସ ଏସ ନିଉଜ)ମହାନଦୀର ଯୋବ୍ରା ନିକଟରେ ୩ ଜଣ ବୁଡ଼ିଯିବା ଘଟଣାରେ ଆଜି ତୃତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ୍ ।ଏମ୍.ଡି ସାଦିକ୍‌ଙ୍କ ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର କରାଯାଇଛି। ରବିବାର ୩ ସାଙ୍ଗ ଗାଧୋଇବାକୁ ‌ଆସି ମହାନଦୀରେ ବୁଡ଼ି ଯାଇଥିଲେ ।

ମଧୁପୁରରେ ଆରମ୍ଭ ହେଲା ବହିପୁଜା

ବାରଙ୍ଗ,୧୧/୪(ଏସଏସନିଉଜ) ପରମ୍ପରାକୁ ବଞ୍ଚାଇ ରଖିଥିବା ଗାଁ ହେଉଛି ମଧୁପୁର।ଗ୍ରାମର ଯୁବକମାନେ ଏକାଠି ହୋଇ କାହିଁ କେଉଁକାଳରୁ ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ଗଠନ କରିଛନ୍ତି।ଏହି ସମିତିର ସଦସ୍ୟମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ଆଧାରିତ କଥାବସ୍ତୁକୁ ନେଇ ରାମଲୀଳା କରିଥାନ୍ତି ।ଏଥି ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।କର୍ମମୟ ଜୀବନ ଜଞ୍ଜାଳ ଭିତରେ ସମୟ ବାହାରକରି ପ୍ରଭୁଙ୍କ କଥାକୁ ସାଧାରଣରେ ପରିପ୍ରକାଶ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷରେ ଆଗେଇଛନ୍ତି ମଧୁପୁର ଗ୍ରାମରଯୁବକମାନେ।ରାମନବମୀ […]

ଆରମ୍ଭ ହେଲା ପାଣିତୋଳା,ଚାଲିବେ ଝାମୁ

ବାରଙ୍ଗ,୧୧/୪(ଏସଏସନିଉଜ) ମହାବିଷୁବ ସଂକ୍ରାତି ରେ ବିଭିର୍ଣ ସ୍ଥାନରେ ଅଘୋର ତପ,ଝାମୁଚଲା ,ଦଣ୍ଡଯାତ୍ରା ହୋଇଥାଏ।ଏହି ଯାତ୍ରାର ଶୁଭାରମ୍ଭ ପାଇଁ ମେଣ୍ଢାଶାଳ ଗ୍ରାମରେ ପାଣିତୋଳା ଉସ୍ତଵ ଅନୁଷ୍ଠିତ ହୋଇଯାଇଛି।ଯାତ୍ରା ପୂର୍ବରୁ ଦଣ୍ଡୁଆମାନେ ୭ଦିନ ପୂର୍ବରୁ ବିଳମ୍ବିତ ରାତିରେ ସ୍ନାନାଦି କାର‌୍ୟ୍ୟ ସମାପନ ପରେ ବ୍ରତ ଧାରଣ କରି ଏହି ଯାତ୍ରାରେ ମିସିଥାନ୍ତି।ସେହିଦିନଠାରୁ ଗୃହରୁ ଅଲଗା ରହି ଶିବିମନ୍ଦିରରେ ରହି ବିଷୁବ ସଂକ୍ରାନ୍ତି ପରେ ଘରକୁ ପ୍ରତ୍ୟବର୍ତନ କରିଥାନ୍ତି ।ପାଟୁଆମାନେ ଦଣ୍ଡଧାରୀ ଚଢ଼େୟା ନାଚ ପଦର୍ଶନ କରି ଘରକୁ ଘର ଯାଇ […]

ଟାଟାଏସି ସହ ହାଇଓା ମୁହାଁମୁହଁଧକ୍କା

ବାରଙ୍ଗ ୧୧/୪(ଏସଏସନିଉଜ) ସୋମବାର ଅପରାହ୍ମରେ ଗୋଡିସାହି ଫାଣ୍ଡି ନିକଟସ୍ଥ ଷଣ୍ଢପୁର ରେଳ ପୋଲ ନିକଟରେ ଏକ ହାଇଓା ଟ୍ରକ ସହିତ ଟାଟାଏସି ମୁହାଁ ମୁହିଁ ଧକ୍କା ହୋଇଛି । ସୋମବାର ଅପରାହ୍ମରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଭୂବନେଶ୍ୱର ଅଭିମୁଖେ ଓଡି ୦୨ବିଏଚ୬୮୫୯ ଟାଟାଏସି ଯାଉଥିବା ବେଳେ ତ୍ରିଶୂଳିଆରୁ ରାମଦାସପୁର ମୋହରମ ଖଣିକୁ ଦୃତଗତିରେ ଅସୁଥିବା ଓଡି ୫ବିଡି ୧୬୧୩ ହାଇଓା ଗାଡିଟି ରେଳପୋଲ ନିକଟରେ ସାମ୍ନା ସାମ୍ନି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ […]

ବାଇକ ସହ ମୋବାଇଲ ଲୁଟେରା ଗିରଫ

ବାରଙ୍ଗ ୧୧/୪(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ରବିବାର ରାତ୍ରିରେ ଦୁଇ ଜଣମୋବାଇଲ ଲୁଟେରା ଗିରଫ କରିବା ସହିତ ଗୋଟିଏ ବାଇକ ଓ୧୨ଟି ମୋବାଇଲଫୋନ ଜବତ କରିଛି । ଗିରଫ ଲୁଟେରା ହେଲେ ଅନୁଗୁଳ ଜିଲ୍ଲା କଣିହା ଅଂଚଳର ପାପୁନ ସାହୁ (୨୩) ଓରଫ ପପୁ ଏବଂ ତାଳଚେର ଅଂଚଳର ସୌରଭ ସିଂ(୨୧) ।ଗତଶନିବାରଦିନ ରଘୁନାଥପୁର ଜଳିର ତାରିଣି ମନ୍ଦିର ପାଖରେ ରହୁଥିବା ଗଙ୍ଗାଧର ଲେଙ୍କା ନାମକ ବ୍ୟକ୍ତି ଦିହିପହରରେ କଟକ ଯାଉଥିଲେ ।ସେ ଫୁଲପୋଖରୀ ଗାଁପାଖରେ ପହଁଚିଥିବାବେଳେ […]

ଆଉ ଏକ ମୃତଦେହ ଉଦ୍ଧାର

କଟକ,୧୧/୪(ଏସଏସନିଉଜ) ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଗାଧୋଇବା ବେଳେ ଯୋବ୍ରା ନିକଟ ମହାନଦୀରେ ୩ ଜଣ ବୁଡ଼ି ଯାଇଥିଲୋସେଥିମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ନାବାଳକରଏସସିବିରେ ମୃତ୍ୟୁ ହୋଇଥିଲା । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ. କରାଯାଇଥିଲା ।ସେଥିମଧ୍ୟରୁ ଆଉଗୋଟି ମୃତଦେହକୁ ଉଦ୍ଧାର […]