ଆରମ୍ଭ ହେଲା ପାଣିତୋଳା,ଚାଲିବେ ଝାମୁ

ବାରଙ୍ଗ,୧୧/୪(ଏସଏସନିଉଜ) ମହାବିଷୁବ ସଂକ୍ରାତି ରେ ବିଭିର୍ଣ ସ୍ଥାନରେ ଅଘୋର ତପ,ଝାମୁଚଲା ,ଦଣ୍ଡଯାତ୍ରା ହୋଇଥାଏ।ଏହି ଯାତ୍ରାର ଶୁଭାରମ୍ଭ ପାଇଁ ମେଣ୍ଢାଶାଳ ଗ୍ରାମରେ ପାଣିତୋଳା ଉସ୍ତଵ ଅନୁଷ୍ଠିତ ହୋଇଯାଇଛି।ଯାତ୍ରା ପୂର୍ବରୁ ଦଣ୍ଡୁଆମାନେ ୭ଦିନ ପୂର୍ବରୁ ବିଳମ୍ବିତ ରାତିରେ ସ୍ନାନାଦି କାର‌୍ୟ୍ୟ ସମାପନ ପରେ ବ୍ରତ ଧାରଣ କରି ଏହି ଯାତ୍ରାରେ ମିସିଥାନ୍ତି।ସେହିଦିନଠାରୁ ଗୃହରୁ ଅଲଗା ରହି ଶିବିମନ୍ଦିରରେ ରହି ବିଷୁବ ସଂକ୍ରାନ୍ତି ପରେ ଘରକୁ ପ୍ରତ୍ୟବର୍ତନ କରିଥାନ୍ତି ।ପାଟୁଆମାନେ ଦଣ୍ଡଧାରୀ ଚଢ଼େୟା ନାଚ ପଦର୍ଶନ କରି ଘରକୁ ଘର ଯାଇ ପଣା ଭୋଗ ଖାଇଥାନ୍ତି ।ମେଣ୍ଢାଶାଲ ଗ୍ରାମରେ ଦୁଇଟି ବୋଲି ଜାଗାରେ ପାଣିତୋଳା ଯାତ୍ରା ଅନୁଷ୍ଠିତ ହୋଇଛି । ବାଲୁଙ୍କେଶ୍ୱରଦେବଙ୍କ ପଦ୍ମପୋଖରୀ ଓ ସିଧେଶ୍ୱର ଦେବଙ୍କ ଗଡ଼ ପୋଖରୀରେ ପାଣିତୋଳା କାର‌୍ୟ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ଦୁଇ ପଟୁଆଦଳ ମିଶି ମେରୁଦିନ ଅଘୋର ତପ, ପଣାସଂକ୍ରାନ୍ତି ଦିନ ଝାମୁଚଲା କାର‌୍ୟ୍ୟରେ ଅଂଶଗ୍ରହଣ କରିବେ।

Comments (0)
Add Comment