Browsing yearly archive

2022

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେଫସିଛନ୍ତି । ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀଉମେଶ କୁମାର ଶାସନୀ । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ତନାଘନା କରୁଥିବା ବେଳେ କେନ୍ଦୁଝର ଜିଲ୍ଳାର ଶାତପଡ଼ାରେ ଥିବା ସରକାରୀ ବାସଭବନ , କାର୍ଯ୍ୟାଳୟ ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢାଉ ଜାରି ରଖିଛି ।

ଫରେଷ୍ଟ ଗାର୍ଡଙ୍କୁ ମାରିଲା ହାତୀ

ମୟୂରଭଞ୍ଜ, ୨୨/୩(ଏସଏସନିଉଜ) ରାସଗୋବିନ୍ଦପୁର ରେଞ୍ଜ୍ ବାଉଁଶୁଣି ଗାଁରେ ହାତୀ ଘଉଡ଼ାଇବା ବେଳେ ହାତୀଟି ଫରେଷ୍ଟ ଗାର୍ଡଙ୍କୁ ଦଳି ମାରିଦେଇଛି ।ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ଚନ୍ଦ୍ରକାନ୍ତ ରାଉତ । ଗତକାଲି ରାତି ୧୦ଟା ସମୟରେ ବନଶୁଲି ଗ୍ରାମରେ ହାତୀକୁ ଘଉଡାଇବା ସମୟରେ ବନରକ୍ଷୀ ଚନ୍ଦ୍ରକାନ୍ତ ରାଉତ ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଦଳି ଦେଇଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଣି ବଢିଲା ତେଲ ଓ ଗ୍ୟାସ ରେଟ୍‌

ଭୁୁବନେଶ୍ୱର, ୨୨/୩(ଏସଏସନିଉଜ)ଦୀର୍ଘ ଚାରି ମାସର ବ୍ୟବଧାନ ପରେ ‌‌ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ଲେଖାଏଁ ବଢ଼ିଥିବାନେଇ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଏହି ନୁଆଦର ମଙ୍ଗଳବାର ସକାଳରୁ ଲାଗୁ ହେବ।ଏହାସହ । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି । ସେହିପରି ଡିଜେଲ ଦର ୮୬ ପଇସା ବଢି ୯୨ ଟଙ୍କା ୪୮ […]

ଆଜି ପ୍ରଚାରର ଶେଷଦିନ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ପୌର ନିର୍ବାଚନ ଲାଗି ଆଜି ହେଉଛି ପ୍ରଚାରର ଶେଷଦିନ । ମଙ୍ଗଳବାର ଅପରାହ୍ଣ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ଭୋଟ୍ ଗ୍ରହଣ ହେବ । ୨୬ ତାରିଖସକାଳ ୮ଟାରୁ ଗଣତି ଚାଲିବ।ଶେଷଦିନ ହୋଇଥିବାରୁ ଭୋଟରଙ୍କୁ ଆପଣେଇବାପାଇଁ ପାର୍ଥୀମାନେ ପ୍ରାଣମୁର୍ଚ୍ଚା ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ତ ପୌରାଞ୍ଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୯୫ ପ୍ଲାଟୁନ୍ ସୁରକ୍ଷାବଳ […]

ପୁଣି ଏସଟିଏଫ ହାତରେ ଧରାପଡିଲେ ଦୁଇଗଞେଇ ବେପାରୀ

ଭୁବନେଶ୍ୱର,୨୨/୩(ଏସଏସନିଉଜ) ଗତକାଲି କିଶୋର ନଗର ଥାନା ଅଧୀନରେ ଥିବା ବାଙ୍କା ପାଲାସା ଗାଁ ନିକଟରୁ ଏସଟିଏଫ ଭୁବନେଶ୍ୱର ତରଫରୁ ବିଶେଷସୁତ୍ରରୁ ଖବରପାଇ ଚଢଉ କରି ଗଞେଇନେଇ ଯାଉଥିବାବେଳେ ଦୁଇଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କିଶୋର ନାଗର ଶାଖାରେ କ୍ଲର୍କ କମ କ୍ୟାସିଅର୍ ଭାବରେ କାର୍ଯ୍ୟ କରୁଥିବା ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗାଁôର ଜୁଗୋଳ ସାହୁ ।ସେମାନଙ୍କଠାରୁ ଏସଟିଏଫ୧୬୫କେଜିର ଗଞେଇ ,ଗୋଟିଏ ବନ୍ଧୁକ,ଏକକାର,ପଲସର ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ କୁ […]

ଆଜିର ରାଶିଫଳ

ମଙ୍ଗଳବାର୨୦୨୨ ମସିହା ମାର୍ଚ୍ଚ ମାସ ୨୨ ତାରିଖ,ତାରା ତାରେଣୀ ଯାତ୍ରା ଓ ରାଷ୍ଟ୍ରୀୟ ନବବର୍ଷ ଆରମ୍ଭ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ଚର୍ତୁର୍ଥୀ ,ମକର ରାଶିର ଘାତବାର, ପଞ୍ଚମୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା, ବେଲ ଭକ୍ଷଣ ନିଷେଧ। 🐏ମେଷ👉ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ତୁରନ୍ତ ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ପରିବାରରେ ସୁଖର ଲହରୀ ଖେଳିବ। ମାନସିକ ଶାନ୍ତି ବଜାୟ ରହିବ। 🐮ବୃଷ👉କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ […]

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୨୧ ତାରିଖ, ଚୈତ୍ର ମାସ- କୃଷ୍ଣପକ୍ଷ, ତିଥି- ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୫/୫୩/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୩,ମିଥୁନ ରାଶିର ଘାତବାର,ଚର୍ତୁର୍ଥୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଦିବା ଘ୮/୪୨ ଗତେ ଭକ୍ଷଣ ନିଷେଧ । 🐏ମେଷ👉ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ […]

କେରଳରେ ଭୁଶୁଡିଲା ଦର୍ଶକ ଗ୍ୟାଲେରୀ

ଭୁବନେଶ୍ୱର,୨୦/୩(ଏସଏସନିଉଜ) ଶନିବାର ରାତିରେ ଉତ୍ତର କେରଳର ମାଲାପ୍ପୁରମ୍ ଜିଲ୍ଲାର ବନ୍ଦୁର ନିକଟରେ ଥିବା ଫୁଟବଲ୍ ଷ୍ଟାଡିୟମର ମ୍ୟାଚ୍ ଚାଲୁଥିବା ବେଳେ ଭୁଶୁଡିପଡିଥିଲା ଦର୍ଶକ ଗ୍ୟାଲେରୀ।ଏହି ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ପରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଉଥିବା ବେଳେ ରାତି ପ୍ରାୟ ୯ଟା ବେଳେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆମ୍ବୁଲାନ୍ସ ବାଇକ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଭଦ୍ରକ,୨୦/୩(ଏସଏସନିଉଜ) ଧାମନଗର ଥାନା ଅନ୍ତର୍ଗତ ବିରୁହାଁ ଛକ ନିକଟରେ ଆମ୍ବୁଲାନ୍ସ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ଆଇଟିଆଇର ଛାତ୍ର ଅବିନାଶ ମହାଳିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅଭିଷେକ ମହାନ୍ତି ଓ ଅଂଶୁମାନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ୩ଜଣ ଯୁବକ ଏକ ମୋଟର ସାଇକେଲରେ ଧାମନଗର ଆଡ଼କୁ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ମୋଟର ସାଇକେଲକୁ ଧକ୍କା ଦେଇଥିଲା।ଗୁରୁତର ଆହତ ହୋଇଥିବା ୩ଜଣଙ୍କୁ ଚିକିସ୍‌ା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା […]

ପୁଣି ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର, ୨୦/୩(ଏସଏସନିଉଜ) ପୁଣି ରାଜଧାନୀରେ ଫୁଟିଛି ଗୁଳି । ତମାଣ୍ଡୋ ଅଞ୍ଚଳରେ ଥିବା ଏକ କାର୍ ଗ୍ୟାରେଜରେ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି ।ଏହି ଗୁଳିମାଡରେ ୨ ଆହତ ହୋଇଥିବାର ଜଣାପଡିଛି । ବଚସାକୁ ନେଇ ଗୁଳିମାଡ଼ ହୋଇଥିବାବେଳେ ୨ଟି କାର୍ ଓ ବନ୍ଧୁକ ଜବତ କରିଛି ପୋଲିସ ।ଏହାସହ ୫ ଜଣକୁ ଗିରଫ ମଧ୍ୟ କରିଥିବାର ସୂଚନା ମିଳିଛି ।