Browsing yearly archive

2022

ଶ୍ରୀମନ୍ଦିରରେ ଚପଲ ପିନ୍ଧି ପଶିଲେ ଭକ୍ତ!

ପୁରୀ,୨୦/୩(ଏସ ଏସ ନିଉଜ)କୋଭିଡ୍‌ କଟକଣା ହଟିବା ପରେ ଆଜି ପ୍ରଥମ ଥର ପାଇଁ ରବିବାରରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଥିଲା ଶ୍ରୀମନ୍ଦିର।ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଈଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ପରେ ମଧ୍ୟ ପଶ୍ଚିମବଙ୍ଗର ନିତ୍ୟାନନ୍ଦ ନାମକ ବ୍ୟକ୍ତି ଚପଲ୍‌ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଅଭିଯୋଗ ହୋଇଛି। ନିତ୍ୟାନନ୍ଦ ଚପଲ ପିନ୍ଧି ରୋଷ ଘର ନିକଟରୁ ବୁଲୁଥିବା ବେଳେ ରୋଷ ପାଇକ ତାଙ୍କୁ ବାହାରକୁ ନେଇ ଆସିଥିଲେ।

ପିଚୁ କଡ଼େଇରେ ପଡ଼ିଲେ ୩ ଶିଶୁ

କେନ୍ଦୁଝର, ୨୦/୩(ଏସଏସ ନିଉଜ)ବାମେବାରୀ ଥାନା କନକନା ଗାଁରେ ଅସାବଧାନତା କାରଣରୁ ୩ଜଣ ଶିଶୁ ପିଚୁ କଡେଇରେ ପଡ଼ିଯାଇଥିବା ଖବର ଆସିଛି । ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ସମସ୍ତ ଶିଶୁମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ସତ୍ୟବାଦୀ,୨୦/୩(ଏସଏସ ନିଉଜ) ଆଳିସ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡିଯାଇଛି । ଧ୍ରୁବ ପ୍ରଧାନ, ଅକ୍ରୁର ପ୍ରଧାନ, ବୀର ପ୍ରଧାନ ଓ ଅର୍ଜୁନ ପ୍ରଧାନ ପ୍ରମୁଖଙ୍କ ୫ ବଖରା ଘର ଓ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିପନ୍ନ ପରିବାରକୁ କ୍ଷତିପୁରଣ ବେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

ତାତିଲେ ଲୋକେ

ଜୟପୁର,୨୦/୩(ଏସଏସନିଉଜ) ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରର କାର୍ତ୍ତିକେଶ୍ବର ନାଗ ନାମକ ଯୁବକକୁ କିଛି ଦୁର୍ବୃତ୍ତ ଗତକାଲି ଉଠାଇ ନେଇ ଗୁଳି ମାରି ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମରଣାନ୍ତକ ଆକ୍ରମଣ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଓ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ଅଭିଯୋଗ କରି ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ଜୟପୁର […]

ଆଜି ଖରସ୍ରୋତାରୁ ମିଳିଲା ଆଉ ଏକ ମୃତଦେହ

ଭୁବନେଶ୍ୱର, ୨୦/୩(ଏସଏସନିଉଜ) ଆଜି ସକାଳୁ ଖରସ୍ରୋତା ନଦୀରୁ ଆଉ ଏକ ମୃତଦେହକୁ ଉଦ୍ଧାର ହୋଇଛି ।ଉଦ୍ଧାର ହୋଇଥିବା ମୃତ ଯୁବକ ହେଉଛନ୍ତି ବିଶ୍ୱଜିତ୍ ଜେନା ।ଏହାକୁ ନେଇ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଗତ ୧୮ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ହୋଲି ଖେଳି ସାରି ଯାଜପୁର ଜିଲ୍ଲା ବଡ଼ସୁଆର ନିକଟବର୍ତ୍ତୀ ଖରସ୍ରୋତା ନଦୀକୁ ବନ୍ଧମୁଣ୍ଡ ଗାଁର ରଶ୍ମିରଞ୍ଜନ ଜେନା, କରଣ ଜେନା, କୃଷ୍ଣ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା […]

ବାଣୀବିହାରରେ ଚାପା ଉତ୍ତେଜନା!

ଭୁବନେଶ୍ୱର,୨୦/୩(ଏସଏସନିଉଜ) ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଛି । ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ପରେ ହଷ୍ଟେଲରେ ପଶି ଦୁର୍ବୃତ୍ତ ମାନେ ୩ଟି ଗାଡ଼ି ଭଙ୍ଗାରୁଜା ସହ ପୋଡ଼ି ପୋଡ଼ିଦେଇଛନ୍ତି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା।ଏହାକୁନେଇ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଥିବାରୁ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାପାଇଁ ବୁଝାସୁଝା. କରି […]

ସରପଞ୍ଚଙ୍କ ଘରକୁ ବୋମାମାଡ

ନିଆଳି,୨୦/୩(ଏସଏସନିଉଜ) କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି ।ରାଜନୈତିକ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହେଉଛି ।ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୨୦ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ, ତିଥି-ଦ୍ୱିତିଆ , ମେଷ ରାଶି ର ଘାତବାର,ବୃଷ ରାଶି ର ଘାତଚନ୍ଦ୍ର,ତୃତୀୟା ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତି କଖାରୁ, ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ […]

ଉତ୍ସବମୁଖର ନୂଆଶାସନ ଗାଁ

କଟକ,୧୯/୩(ଏସଏସନିଉଜ)ଆଠଗଡ଼ ବ୍ଲକ ନୁଆଶାସନ ଗାଁରୁ ଦାରୁ ନେବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ, ନାଭିପଦ୍ମ, ନୀଳଚକ୍ର ଏବଂ ବିରଜା କ୍ଷେତ୍ରରୁ ସାଢି ଆସିଛି ।ନୂଆଶାସନ ଗାଁର ବିପିନ ବିହାରୀ ସାହୁଙ୍କ ବାଡ଼ିରେ ଥିବା ଲିମ୍ବ ଗଛ ଜଗତସିଂହପୁର ଏରସମା ଅଂଚଳର ଘଡିଜାଣ ସତ୍ୟଶାନ୍ତି ଆଶ୍ରମରେ ଜଗନ୍ନାଥଙ୍କ ପ୍ରତିମୂର୍ତି ପ୍ରତିଷ୍ଠା ହେବ ।ଏଥିନିମନ୍ତେ ଲିମ୍ବ ଗଛଟି ଚିହ୍ନଟ ହେବାପରେ ଗାଁରେ ଖୁସିର ମାହୋଲ ଖେଳିଯାଇଛି ।ଗାଁ ଲୋକେ ଲିମ୍ବ ଗଛକୁ ପୂଜାର୍ଚ୍ଚନା କରିବାକୁ ଆରମ୍ଭ କରିଛନ୍ତି ।ଶ୍ରୀରାମ […]

ଗାଁଦାଣ୍ଡରେ ଗୋଡାଇଗୋଡାଇ ହାଣିଲେ

କଣାସ ,୧୯/୩(ଏସଏସନିଉଜ) ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳାଇ ପଦର ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅପରାହ୍ନରେ ଦୁର୍ବୃତ୍ତମାନେ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଁଛାଡି ପଳାଇଥିଲେ । ଦୁର୍ବୃତ୍ତମାନେ ଗାଁ ଦାଣ୍ଡରେ ଫାର୍ସା ଧରି ଗୋଡେଇ ଗୋଡେଇ ହାଣିଥିଲେ ।ଗୁରୁତରମାନଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ଜିଲ୍ଲା […]