Browsing yearly archive

2022

ଆକ୍ରମଣର ଶିକାର ହୋଇଥିବା ଯୁବକ ମୃତ

ଭୁବନେଶ୍ୱର, ୧୯/୩(ଏସଏସନିଉଜ) ଗତ ଗୁରୁବାର ରାତିରେ ମାହାଙ୍ଗା ଥାନା ଭଦରେଶ୍ୱର ଫାଣ୍ଡି ଅଧିନ ଗୋପାଳପୁର ବେଗୁନିଆପଦା ଗ୍ରାମରେ ଆକ୍ରମଣର ଶିକାର ହୋଇଥିବା ମଣ୍ଟୁ ଦାସଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ମୃତ୍ୟୁ ହୋଇଛି । ଏକ ରଡ ରେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ସେହି ଗ୍ରାମର ଧୀରେନ ଦାସ ଓ ତାଙ୍କ ଭାଇ ବୀରେନ ଦାସଙ୍କ ସହ ତାଙ୍କ ଶଳା ଅର୍ଜୁନ ଦାସ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଫାଣ୍ଡିରେ […]

ପଡିଲା ବୋମା

ବ୍ରହ୍ମଗିରି, ୧୯/୩(ଏସଏସନିଉଜ) ପୁଣି ଅଶାନ୍ତ ହୋଇପଡିଛି ଦଣ୍ଡୁଆସିପଡ଼ା ଗାଁ । ପୂର୍ବ ବିବାଦକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ବୋମାମାଡ ମଧ୍ୟ କରାଯାଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ହୋଇଥିବା ବୋମାମାଡ ଘଟଣାର ପୁଣି ପୁନରାବୃତି ହୋଇଛି ।ତେବେ କାହାର କୈାଣସି କ୍ଷତି ହୋଇନଥିବାର ଜଣାପଡିନଥିବାବେଳେ ବ୍ରହ୍ମଗିରି ଥାନା ପୋଲିସ ପହଁଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ଆରମ୍ଭ କରିଛି ।

ହୋଲିରେ ଜନ୍ମ ଦେଲା ଷ୍ଟମ୍ପଟେଲ ମାଙ୍କଡ଼

ବାରଙ୍ଗ,୧୯/୩(ଏସ ଏସ ନିଉଜ) ଷ୍ଟମ୍ପଟେଲ ମାଙ୍କଡ଼ ଶନିବାର ସକାଳେ ଏକ ଏକ ସାବକକୁ ଜନ୍ମ ଦେଇଛି।ଏହି ସାବକକୁ ମିଶାଇଲେ ୮ରେ ପହଂଚିଛି।ସେଥିମଧ୍ୟରେ ୩ମାଈ, ୩ଅଣ୍ଡିରା, ୨ଟିର ଲିଙ୍ଗ ନିରୂପଣ ହୋଇ ପାରିନାହିଁ।ତେବ୍ବେ ମା ଓ ଛୁଆ ଉଭୟ ସୁସ୍ତ ଥିବାର ଉପ ନିର୍ଦେଶକ ଡ଼,ସଞ୍ଜିତ କୁମାର କହିଛନ୍ତି ।

କରାଶ୍ରମରେ ନୂଆ କଏଦୀ

ମେଣ୍ଢାଶାଳ,୧୯/୩(ଏସ ଏସ ନିଉଜ)ଜାମୁଝରିସ୍ଥିତ ବିଜୁପଟ ନାୟକ ମୁକ୍ତାକାଶ କାରାଶ୍ରମ ଆଜି ନୂଆ ୫ଜଣ କଏଦୀ ଆସି ପହଞ୍ଚିଛନ୍ତି।ଫଳରେ କଏଦୀ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଂଚିଛି।କରୋନା ସଂକ୍ରମଣ ପାଇଁ ୬ମାସ ପୂର୍ବରୁ ୨୪ଜଣ କଏଦୀଙ୍କୁ ଛୁଟିରେ ଛଡ଼ାଯାଇଛି।ମୁକ୍ତାକାଶରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ରହିଥିବା ବେଳେ ବର୍ତମାନ ୨୫ଜଣ କଏଦୀ ରହିଛନ୍ତି ।କମ ସଂଖ୍ୟକ କଏଦୀ ରହୁଥିବା ଯୋଗୁ ଲୁଗାବୁଣା, ପରିବା ଉତ୍ପାଦନ,ଆଭ୍ୟନ୍ତରୀଣ ଅଞ୍ଚଳ ପରିସ୍କାର ପରିଛନ ପୂର୍ବଭଳି ହୋଇପାରୁନଥିବାର ଜଣାପଡିଛି।ନୂଆକରି ଆସିଥିବା କଏଦୀମାନଙ୍କ ମଧ୍ୟରେ ବାରିପଦା […]

କୋଏଲ ନଦୀରେ ବୁଡି ଗଲେ ଯୁବକ

ରାଉରକେଲା,୧୯/୩(ଏସ ଏସ ନିଉଜ) ହୋଲିରେ ଆଉ ଏକ ମୁଣ୍ଡ ନେଇଛି କୋଏଲ ନଦୀ।ସାଙ୍ଗମାନଙ୍କ ସହିତ ହୋଲି ଖେଳି ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ବୁଡିଯାଇଥିବା ସନ୍ଦେହ କରାଯାଉଛି ।ପାନପୋଷ କ୍ରୀଡା଼ ଛାତ୍ରାବାସ ନିକଟରେ ନଦୀରେ ବୁଡି ଯୁବକ ଜଣଙ୍କ ମୃତ ବରଣ କରିଛି।ତେବେ ପରିଚୟ ମିଳିନଥିବା ବେଳେ ଅଗ୍ନିଶମ ବିଭାଗ ମୃତଦେହକୁ  କରିଛି ।

ଚନ୍ଦକା ଅଭୟାରଣ୍ୟରେ ଲାଗିଛି ନିଆଁ

ଚନ୍ଦକା,୧୯/୩(ଏସ ଏସ ନିଉଜ) ଚନ୍ଦକା ଅଭୟାରଣ୍ୟ ର କିଛି ଅଞ୍ଚଳରେ ନିଆଁ ଲାଗିଥିବାର ଜଣାପଡିଛି।ଭଗିପୁର ଓ ଗୟଳବାଙ୍କ ଗାଁ ପାଖ ଅଭୟାରଣ୍ୟରେ ନିଆଁ ଲାଗିଛି।କ୍ଷୟକ୍ଷତିର ପରିମାଣ ଜଣାପଡିନଥିବା ବେଳେ ଖବର ପାଇ ବନ କର୍ମଚାରୀମାନେ ନିଆଁ ଲିଭାଉଛନ୍ତି ।

ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର

ଭଦ୍ରକ, ୧୯/୩(ଏସଏସନିଉଜ) ଭଦ୍ରକ ଟାଉନ୍ ଥାନା ଅସ୍ତଳ ଛକରେ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର ହୋଇଥିବାର କୁହାଯାଉଛି । ଗୁରୁତର ମହିଳାଙ୍କୁ ଚିକିସ୍‌ା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହାସହ ୫ ବଖରା ଭସ୍ମ ହୋଇଯାଇଛି ।ତେବେ ଅଗ୍ନିକାଣ୍ଡ ଗ୍ୟାସ ଫାଟିବା ନା ସର୍ଟସର୍କିଟ ତାହ ସ୍ପଷ୍ଟ ହୋଇନଥିବାବେଳେ ଖବରପାଇ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ।

ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶ୍ରମିକ

ସମ୍ବଲପୁର ,୧୯/୩(ଏସଏସନିଉଜ) କୁଚିଣ୍ଡାରେ ଥବବା ଭେଡେନ୍ ନଦୀରେ ଗାଧୋଉଥିବା ବେଳେ ଦୁଇ ଶ୍ରମିକ ବୁଡ଼ି ମୃତୁବରଣ କରିଛନ୍ତି ।ଏମାନେ ବିହାରର ହୋଇଥିବା ବେଳେ କୁଚିଣ୍ଡାର ଏକ ଭଡ଼ା ଘରେ ରହି ଦୁଇ ଜଣ ଶ୍ରମିକ କାମ କରୁଥିଲେ । ମୃତ ଦୁଇ ଶ୍ରମିକ କାମ ସାରି ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିବା ର ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି […]

କାଠଚକ୍ରି ନେଲା ଜୀବନ

ବାଲିପାଟଣା, ୧୯/୩(ଏସ ଏସ ନିଉଜ)ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣରେ କାଠଚକ୍ରି ବାଣ ଫୁଟାଇ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ହେଉଛନ୍ତି ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ।ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା ଝୁଲଣ ଉତ୍ସବ ପାଳନ ହେଉଥିବା ବେଳେ ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ଉତ୍ସବ ଦେଖୁଥିଲେ ।ଏହି ସମୟରେ କାଠଚକ୍ରି ବାଣ ଟି ଛିକିଥିଲା ଓ ଆସି ସ୍ମୁତିଙ୍କ ମୁଣ୍ଡରେ ବାଜିଥିଲା । ପରେ ତାଙ୍କୁ ଉଦ୍ଧାର […]

ହୋଲି ପାଇଁ କଡ଼ା ସୁରକ୍ଷା

ଭୁବନେଶ୍ବର,୧୯/୩(ଏସ ଏସ ନିଉଜ)ରାଜଧାନୀ ଭୁବନେଶ୍ବର ରେ ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିସନରେଟ ପୋଲିସ । ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସହରର ବିଭିର୍ଣ ସ୍ଥାନରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।ଏହାସହ ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ ପଇତାରା ମାରୁଛନ୍ତି ।