Browsing yearly archive

2022

ଭୋଗ ଖାଇବାକୁ ବାହାରିଲେ ବାବାସୋମନାଥ

ବାରଙ୍ଗ,୧୭/୩(ଏସ୍‌ଏସ୍‌ନିଉଜ)ପଟିଆ ତଥା ବାରଙ୍ଗ ଅଂଚଳର ସର୍ବପୁରାତନ ଶେବପୀଠରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର । ଏହି ପୀଠର ଅଧିଷ୍ଠିତ ଠାକୁର ହେଉଛନ୍ତି ଶ୍ରୀଶ୍ରୀ ସୋମନାଥଦେବ । ପରମ୍ପରା ଅନୁଯାୟୀ ବାବା ସୋମନାଥ ମନ୍ଦିରରୁ ଏକାଦଶୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।ଗ୍ରାମଗ୍ରାମ ବୁଲିବେ ,ଭକ୍ତମାନଙ୍କୁ ଦର୍ଶନ ଦେବେ ,ଆଉ ପରମ୍ପରା ଅନୁଯାୟୀ ଭୋଗ ଖାଇବେ । ସୋମନାଥ ପ୍ରତ୍ୟେହ ସନ୍ଧ୍ୟା ଆଲତି ଓ ଭୋଗ ଲାଗିସାରିବାପରେ ମାଆ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରରୁ ବିଭିର୍ଣ ଗ୍ରାମଅଭିମୁଖେ […]

ନିଳକଣ୍ଠେଶ୍ଵର ମନ୍ଦିରରୁ ଚୋରୀକରିଥିବା ଚୋରକୁ ଧରିଲା ଜଟଣୀ ପୋଲିସ

ଜଟଣୀ ,୧୭/୩(ଏସଏସନିଉଜ)ମନ୍ଦିରରୁ ଚୋରୀକରି ପୋଲିସ ଆଖିରେ ଧୁଳିେଇ ଫେରାର ରହୁଥିବା ୩ଚୋରକୁ ଜଟଣୀପୋଲିସ ଗୁରୁବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଡେଲାଙ୍ଗ ଘୋରଡିଆର ପ୍ରକାସଚନ୍ଦ୍ରସିଂ,କଣାସ ବୈଦନାଥପାଟଣାର ସଦାଶିବପଟ୍ଟନାୟକ ଓରଫ କାବୁ ,ଡେଲାଙ୍ଗର ରଫିକ ଓରଫ ମିଥୁନସାହୁ ।ସେମାନଙ୍କଠାରୁ କିଛି ପିତଳର ସାମଗ୍ରୀ , ୨ ଟି ରୂପାର ମୁକୁଟ ଓ ଏକ ନମ୍ବରବିହିନ ପଲସର ଜବତ କରିଛି । ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନୀରେ ଥିବା ନିଳକଣ୍ଠେଶ୍ଵର ମନ୍ଦିରର ପୂଜାରୀ ଥାନାରେ ଗତ […]

ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୧୭/୩(ଏସଏସନିଉଜ)ଆସନ୍ତା ଏପ୍ରିଲ ୨୮ରୁ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। ଚଳିତ ବର୍ଷକଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଶିକ୍ଷାର ପରୀକ୍ଷା ଅଫ୍‍ ଲାଇନରେ ହେବା ନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କରୋନା ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କେହାଳ କରାଯାଇଥିବା ସହ ଦୈନିକ ଗୋଟିଏ ସିଟିଂ ସକାଳ ୯ଟାରୁ ପରୀକ୍ଷା କରାଯିବ। ମୂଲ୍ୟାଙ୍କନ ନେଇ ମଧ୍ୟ ଦୁଇଟି ସ୍କିମ ମାଧ୍ୟମରେ ପରୀକ୍ଷାରେ କରାଯାଇଥିବା ପ୍ରଦର୍ଶନ ଅନୁସାରେ ମାର୍କ ମିଳିବ। ପ୍ରଥମ ଟି ବାର୍ଷିକ […]

ଡକାୟତି ଗ୍ୟାଙ୍ଗକୁ କାବୁ କଲା ମର୍କତନଗର ଥାନା ପୁଲିସ

କଟକ, ୧୭/୩(ଏସଏସନିଉଜ) ମର୍କତନଗର ଥାନା ପୁଲିସ ଡକାୟତି ଗ୍ୟାଙ୍ଗକୁ କାବୁ କରି ସେମାନଙ୍କ ନିକଟରୁ ୭.୬୫ ଏମଏମ ଦେଶୀ ବନ୍ଧୁକ, ଦୁଇ ରାଉଣ୍ଡ ୭.୬୫ ଏମଏମ୍ ଜୀବନ୍ତ ଗୁଳି, ଦୁଇଟି ଭୁଜାଲି, ତିନିଟି ମୋବାଇଲ୍ ଏବଂ ଦୁଇଟି ବାଇକ୍ ଜବତ କରିଛି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସତିଚଉରାର ଘଣ୍ଟୁଆ ଓରଫ ଅନିଲ ଦାସ, ଜଗତସିଂହପୁର ସମୀର ପ୍ରଧାନ, ବିଶ୍ବଜିତ ବଳିଆରସିଂହ ଓରଫ ଚିଣ୍ଟୁ ।ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛ୍‌ନ୍ତି । ୧୫ ତାରିଖ […]

ଜେଲରେ ହେଲା ନିଆରା ବାହାଘର

ଚୌଦ୍ୱାର,୧୭/୩(ଏସଏସନିଉଜ) ଚୌଦ୍ୱାର ଜେଲ ପରିସରରେ ବୁଧବାର ଦିନ ଏକ ନିଆରା ବାହାଘର ହୋଇଯାଇଛି । ଜଣେ ବିଚାରାଧୀନ କଏଦୀ ଓ ପୀଡ଼ିତାଙ୍କର ହାତଗଣ୍ଠି ପଡ଼ିଛି ।ବରହେଲେ ବିଚାରାଧୀନ କଏଦୀ କଟକ ସହର ବାଦାମବାଡ଼ି ଥାନା ଅଧିନ ଖାନନଗରର ଯୁବକ ତାପସ କୁମାର ବେହେରା ଓ କନ୍ୟା କଟକ ପି. ସରକାର ଲେନ୍ ସାହିର ପୀଡ଼ିତା ସୁନୀତା ନାୟକ ।ଉଭୟଙ୍କର ହିନ୍ଦୁଧର୍ମ ମତେ ବୈଦିକ ରୀତି ଅନୁଯାୟୀ ଶୁଭ ବିବାହ ଅନୁଷ୍ଠିତ ହୋଇଥିଲା ।ବିବାହ ପରେ ଏକ ଘୋଷଣା […]

ଭିଜିଲାନ୍ସ ଜାଲରେ ଆରଡବ୍ଲୁ ସେକ୍ସନର ସହକାରୀ ଯନ୍ତ୍ରୀ

ବାଲେଶ୍ୱର,୧୭/୩(ଏସ ଏସ ନିଉଜ)ସୋର ଆରଡବ୍ଲୁ ସେକ୍ସନର ସହକାରୀ ଯନ୍ତ୍ରୀପ୍ରମୋଥ ବେହୁରିଆଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ଟିମ୍ କାର୍ଯ୍ୟାଳୟ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଆଜିର ରାଶିଫଳ

ଗୁରୁବାର୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖ,ବରାହ ଦୋଳ,ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ,ତୁଳା ଓ କୁମ୍ଭ ରାଶି ର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ଚତୁର୍ଦ୍ଦଶୀ ର ଏକଦିଷ୍ଟ ଓ ପୂର୍ଣ୍ଣିମା ର ପାର୍ବଣ ଶ୍ରାଦ୍ଧ,ମସ୍ୟ ମାଂସ ଭକ୍ଷଣ ନିଷେଧ। 🐏ମେଷ-ଆଜି ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ […]

ଜଳିଗଲା ଘର

ଦେଓଗାଁ,୧୬/୩(ଏସଏସନିଉଜ) ବିଦ୍ୟୁତ ତାର ଛିଣ୍ଡି ଘର ଉପରେ ପଡିବାରୁ ଗାଇବାହାଲ ପଞ୍ଚାୟତ ର ରତନପୁର ଗାଁର ଦୁଃଖ ରାଉତଙ୍କ ଗୋଟିଏ ଘର ଜଳିପାଉଁଶ ହୋଇଛି।ଘର ଉପରେ ଯାଇଥିବା ଦୁଇଟି ବିଦ୍ୟୁତ ତାର ଦୁଇଟି ସ୍ପର୍ଶ ହେବାରୁ ନିଆଁ ହୁଲା ବାହାରି ଘର ଚାଳ ଉପରେ ପଡିବାରୁ ଚାଳଘରେ ନିଆଁ ଲାଗିଯାଇଥିଲା ।ଫଳରେ ଘରେ ଥିବା ସବୁ ସାମଗ୍ରୀ ସହ ପାଖରେ ଥିବା ଏକ ଗୁହାଳ ପୋଡିଯାଇଥିଲା ।ଖବର ପାଇ ଦେଓଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ […]

ଗିରଫ ହେଲେ କୋଟିପତି ସରକାରୀ ବାବୁ

ମାଲକାନଗିରି,୧୬/୩(ଏସଏସନିଉଜ) ୬ମାସ ତଳେ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇଆସିଥିବା ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓ ଙ୍କ ମାଲକାନଗିରି ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ସ୍ଥିତ ପୈତୃକ ବାସଭବନ ଓ ବିଶାଖାପାଟଣାରେ ଥିବା ସମ୍ପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଗତକାଲି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ନବରଙ୍ଗପୁର ସ୍ଥିତ ଏଲଆଇସି ଅଫିସ ନିକଟରେ ଥିବା ଦୁଇଟି […]

ପୁଅର କଟୁରୀଚୋଟରେ ଚାଲିଗଲା ମା ର ଜୀବନ

ପୁରୀ,୧୬/୩(ଏସଏସନିଉଜ) ପୁଅର କଟୁରି ଚୋଟରେ ମା’ ଝୁନିଲତା ଦୀକ୍ଷିତ ମୃତ୍ୟୁବରଣ କରିଥିବାବେଳେ ପୂରା ପରିବାର ଗୁରୁତର ହୋଇଥିବାବେଳେ ୩ଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଏହି ଘଟଣା ପେଣ୍ଠକଟା ମେରାଇନ ଥାନାର ବାଲିଘାଟ ସୁଭଦ୍ରାନଗରରେ ଘଟିଛି । ଘରୋଇ କଳହରୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତ ପୁଅ ବିଷ୍ଣୁ ପ୍ରସାଦ ଦୀକ୍ଷିତର ବାପା, ଭାଇ ଓ ସ୍ତ୍ରୀ ଗୁରୁତର ହୋଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ […]