Browsing yearly archive

2022

ବନ୍ଧାହେଲେ ମ୍ୟାନେଜର୍ ଓ ସୁରକ୍ଷାକର୍ମୀ

ଗଞ୍ଜାମ,୧୬/୩(ଏସଏସନିଉଜ) ହାତୀଓଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଶାଖାରେ ୫୨ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ମ୍ୟାନେଜର୍ ନିହାରକାନ୍ତ ପ୍ରଧାନ ଓ ସୁରକ୍ଷାକର୍ମୀ ଅନିଲ ପଣ୍ଡାଙ୍କୁ କବିସୂର‌୍ୟ୍ୟନଗର ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି ।ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ପୋଲସରା ଓ କବିସୂର‌୍ୟ୍ୟନଗରର ଲୋକମାନେ ବ୍ୟାଙ୍କରେ ଜମାକରୁଥିବା ଟଙ୍କାକୁ ମ୍ୟାନେଜର ସୁରକ୍ଷାକର୍ମୀ ଅନିଲଙ୍କ ଆସିକାସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ଥିବା ଜମାଖାତାକୁ ଟ୍ରାନ୍ସଫର୍ କରିଦେଉଥିବାର ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ଅଭିଯୋଗ […]

ଧରାପଡିଲେ ରସିକିଆ ଗଣିତ ମାଷ୍ଟର

ଭୁବନେଶ୍ୱର,୧୬/୩(ଏସଏସନିଉଜ)ଶଷରେ ପୋଲିସ ହାତରେ ଧରାପଡିଛନ୍ତି ରସିକିଆ ଗଣିତ ମାଷ୍ଟର । ପ୍ରେମ ଜାଲରେ ଫସାଇ ଜଣେ ନାବାଳିକା ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ନେଇ ୫ ତାରିଖରେ ଫେରାର ହୋଇଯାଇଥିଲେ । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ରାଞ୍ଚି ରୋଡରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ଏହି ରସକିଆ ଗଣିତ ମାଷ୍ଟର ଅଟନ୍ତି ।ଛାତ୍ରୀଙ୍କ ପରିବାରଲୋକ ଅଭିଯୋଗ ପରେ ପୋଲିସ ମୋବାଇଲ ଟ୍ରାର୍କିଂ କରି ସେମାନଙ୍କୁ ବିହାରରୁ ଧରିଥିଲେ ।

ଭୁବନେଶ୍ୱରରେ ଫାୟାରିଂ

ଭୁବନେଶ୍ୱର,୧୬/୩(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ଯାଆଁଳାରେ ଲୁଟ୍ ପାଇଁ ଫାୟାରିଂ ହୋଇଥିବାର ଜଣାପଡିଛି।ଏକ ଜୁଏଲାରୀ ଦୋଜନରୁ ଲୁଟ୍ ପରେ ଫାୟାରିଂ କରି ଦୁର୍ବୁତ୍ତ ମାନେ ଚମ୍ପଟ୍ ମାରିଥିବାର ଜଣାପଡିଛି ।ଜୁଏଲାରୀରେ କିଛି କେମିକାଲ୍ ସ୍ପ୍ରେ ପରେ ଲୁଟିଥିଲେ ଦୁର୍ବୁତ।ସ୍ଥାନୀୟ ଲୋକମାନେ ଦୁର୍ବୁତ୍ତ ମାନଙ୍କୁ ଧରିବାକୁ ପିଛା କରିବାରୁ ୩ ଦୁର୍ବୃତ୍ତ ଫାୟାରିଂ କରି ଚମ୍ପଟ୍ ମାରିଥିବା ସୂଚନା ମିଳିଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର,୧୬/୩(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।ଜନସାଧାରଣ ଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ […]

ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି

ପୁରୀ,୧୬/୩(ଏସ ଏସ ନିଉଜ)ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।ବାରବାଟୀ ଜାଗା ପରିସରରେ ଗୁଳିମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏହାଜଣାପଡିବା ପରେ ପୁରୀରେ ଉତେଜନା ପ୍ରକାଶ ପାଇଛି । ପୋଲିସ ପହଁଚି ଶବ ଜବତ କରିବା ସହ […]

ପୁରୀମେନ କେନାଲରୁ ଅଜଣା ମୃତଦେହ ଉଦ୍ଧାର

ବାରଙ୍ଗ,୧୫/୩(ଏସ ଏସ ନିଉଜ) ନନ୍ଦନକାନନ ଥାନା ଅଧିନସ୍ଥ କୁଞ୍ଜବିହାରୀ ମହାବିଦ୍ୟାଳୟ ପଛ ପାର୍ଶ୍ଵ ବାରଙ୍ଗ-ପୁରୀ ମୁଖ୍ୟ କେନାଲରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ମୃତକଙ୍କ ବୟସ ୬୦ ବର୍ଷ ହେବ ଅନୁମାନ କରାଯାଉଛି।ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୧୨.୩୦ ଘଟିକା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ କଲେଜ ପଛପଟ ପୁରୀ ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଏକ ବ୍ୟକ୍ତିଙ୍କ ମୃତଦେହ ଭାସି ଭାସି ଆସୁଥିବାର ଦେଖିବାକୁ ପାଇଥିଲେ।ବ୍ୟକ୍ତିଙ୍କ ଜଣକ ଏକ ଧଳା ରଙ୍ଗର ଗଞ୍ଜି ଓ […]

ନନ୍ଦନକାନନ ଛାଡି ଯାଉନାହାନ୍ତି ଦୁଇ ଜଙ୍ଗଲୀ ହାତୀ

ବାରଙ୍ଗ,୧୫/୩(ଏସ ଏସ ନିଉଜ) ନନ୍ଦନକାନନ ଛାଡି ଯାଉନାହାନ୍ତି ଦୁଇ ଜଙ୍ଗଲୀ ହାତୀ।ଗତ ୨ଦିନ ହେବ ଆତଙ୍କ ଚଳାଇଛନ୍ତି।ପାଚେରି ଭାଙ୍ଗି ଭିତରେ ପଶୁଛନ୍ତି ପୁଣି ଅନ୍ୟ ଗାଁକୁ ଯାଇ ଫେରି ଆସୁଛନ୍ତି।ନନ୍ଦନକାନନ ଚନ୍ଦକା ବନ ବିଭାଗ ଶତଚେଷ୍ଟା ପରେ ମଧ୍ୟ ହାତୀ ଦ୍ବୟକୁ ଜଙ୍ଗଲ ମୁହାଁ କରାଇବାରେ ସକ୍ଷମ ହୋଇପାରି ନାହାନ୍ତି।ସୂଚନା ଅନୁଯାୟୀ,ଗତ ୯ତାରିଖ ବିଳମ୍ବିତ ରାତିରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ଦୁଇ ଜଙ୍ଗଲୀ ହାତୀ ପ୍ରଥମେ ଉଦ୍ୟାନର ପଛପଟ ଦକ୍ଷିଣ-ପଶ୍ଚିମ ପଛପଟ(ବଡବାଙ୍କ) ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ […]

ପୁରୀମେନ୍ କେନାଲରେ କୁମ୍ଭୀର

ବାରଙ୍ଗ ୧୫/୩(ଏସ ଏସ ନିଉଜ) ବାରଙ୍ଗ ପୁରୀମେନ୍ କେନାଲରେ ବୁଲୁଛି କୁମ୍ଭୀର।ମଙ୍ଗଳବାର ଅପରାହ୍ନରେ କେତେଜଣ ଯୁବକ ବାରଙ୍ଗଥାନା ନିକଟ କଣ୍ଟାପାଟଣା ଗାଁମୁଣ୍ଡ ପୁରୀମେନ୍ କେନାଲକୁ ଶୈାଚ ହେବାକୁ ଯାଇଥିଲେ।ପାଣିରେ ପଶିଥିବାବେଳେ ଏକ କୁମ୍ଭୀର ପାଣିରେ ପହଁରୁଥିବା ଦେଖି ଭୟରେ ଉପରକୁ ପଳାଇଆସିଥିଲେ।ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା।ଏହି ଘଟଣାକୁ ନେଇ ବାରଙ୍ଗ,ଶ୍ରୀବନ୍ତପୁର, କଣ୍ଟାପାଟଣା, ପଞ୍ଚୁପାଳ,କାନପୁର,ନୟାପାଟଣା ଆଦି କେନାଲ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।(ଗୌତମ ରାଉତଙ୍କ ରିପୋର୍ଟ)

ପରିତ୍ୟକ୍ତ ଘର ପାଖରୁ ବରହାର ମୃତଦେହ ଉଦ୍ଧାର

  ମେଣ୍ଢାଶାଳ,୧୫/୩(ଏସ ଏସ ନିଉଜ)ମେଣ୍ଢାଶାଳ ଗାଁ ର ଏକ ପରିତ୍ୟକ୍ତ ଘରୁ ୩ବର୍ଷର ଏକ ବରହା ଜଣେ ଯୁବତୀଙ୍କୁ ଆକ୍ରମଣ କରି ମୃତୁ ବରଣ କରିଛି।ବର ହା ଟି ସକାଳେ ପିତାପଲି-ଚନ୍ଦକା ରାସ୍ତାର ଭଗୁଜେନା ବାଙ୍କ ନିକଟରୁ ଗାଁ ଭିତରକୁ ଦ୍ରୁତଗତିରେ ଆସୁଥିବାର ଗ୍ରାମବାସୀମାନେ ଦେଖିଥିଲେ।ଗାଁ ମୁଣ୍ଡରେ ଥିବା ବିଶ୍ୱାଳ ସାହିର ସତ୍ୟଭମା ବିଶ୍ୱାଳ ନାମକ ଯୁବତୀ ବାଡ଼ି ପଛପଟେ ଓଳାଉଥିଲେ।ଏହି ସମୟରେ ବର ହା ଟି ଆସି ଯୁବତୀଙ୍କ ପଛପଟ ଜଙ୍ଘ ଓ ପିଚାକୁ କାମୁଡ଼ିଦେଇଥିଲା […]

ଆଜିର ରାଶିଫଳ

🔱ଜୟ ପ୍ରଭୁ ସୋମନାଥ,ଜୟ ପ୍ରଭୁ ଜଗନ୍ନାଥ🔱 ମଙ୍ଗଳବାର୨୦୨୨ ମସିହା ମାର୍ଚ୍ଚ ମାସ ୧୫ ତାରିଖ,ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ ଦ ଘ୧/୧୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ମିଥୁନ ରାଶି ର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ତ୍ରୟୋଦଶୀ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣଭକ୍ଷଣ ନିଷେଧ। 🐏ମେଷ=ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ […]