Browsing yearly archive

2022

ମହାନଦୀରେ ଫସିଲେ ହାତୀ

ବାରଙ୍ଗ, ୬/୩(ଏସ୍‌ଏସ୍‌ନିଉଜ) ନରାଜ ଆନିକଟ ନିକଟରେ ମହାନଦୀରେ ପାର ହେବା ସମୟରେ ଫସିଯାଇଥିଲା ଦୁଇଟି ହାତୀ ।ସେଥିମଧ୍ୟରେ ଗୋଟିଏ ଦନ୍ତା ଓ ଅନ୍ୟଟି ମାଇହାତୀଥିବାର ଜଣାପଡିଥିଲା ।ଶନିବାର ରାତିରେ ଆଠଗଡ ଖୁଂଟୁଣୀ ଜଙ୍ଗଲରୁ ୨ଟି ହାତୀ ମହାନଦୀ ଦେଇ ନଦୀ ପାର ହୋଇ ଚନ୍ଦକା ଡମପଡା ଜଙ୍ଗଲକୁ ଆସୁଥିଲେ ।ମହାନଦୀ ପାଣିର ସାମାନ୍ୟ ସ୍ରୋତ ଥିବାରୁ ନଦୀର ପାଣିରେ ଭାସି ଆସିଥିଲେ ।ରବିବାର ସକାଳେ ମହାନଦୀରେ ହାତୀ ଥିବାର ଜଣାପଡିବା ପରେ ଆଖାପାଖ ଗ୍ରାମବାସୀମାନଙ୍କ ଭୀଡ ଲାଗିରହିଥିଲା […]

କଲେଜ ଛାତ୍ରୀଙ୍କୁ ଗୁଳି କଲେ ଶିକାରୀ

ସୁନ୍ଦରଗଡ଼, ୬/୩(ଏସ୍‌ଏସ୍‌ନିଉଜ) ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିଲେ ।କିନ୍ତୁ ବାରହା ଶବ୍ଧ ଭାବି ଶୁଖିଲା ଲଟା ଗୋଟାଉଥିବା ଯୁବତୀ ଉପରକୁ ଗୁଳିମାଡ କରିଥିଲେ ।ଫଳରେ କଲେଜରେ ପଢୁଥିବା ଯୁବତୀ ଉର୍ବଶୀ ନାଏକଙ୍କ ଦେହରେ ଗୁଳି ବାଜଥିଲା ।ସାଙ୍ଗରେ ଯାଇଥିବା ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଉର୍ବଶୀକୁ ଉଦ୍ଧାରକରି ଗାଁକୁ ଆଣିବାପରେ ପରିବାର ଲୋକ ଚିକିସ୍‌ାପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ ।ଏହିଭଳି ଘଟଣା ଆଜି ଦିନରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ […]

ରକ୍ତ ଜୁଡୁବୁଡୁ ଅବସ୍ଥାରେ ହରିଣ: ଉଦ୍ଧାର

ଭୁବନେଶ୍ୱର,୬/୩(ଏସଏସନିଉଜ)ରବିବାରଦିନ ପିସିଆର ଟିମ ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ।ହରିଣଟିର ଗୋଡ଼ ଭାଙ୍ଗି ଯାଇଛି । ଅଜଣା ଗାଡ଼ି ଧକ୍କାରେ ହରିଣର ବେଳେ, ଗୋଡ଼ ଭାଙ୍ଗି ଯାଇଥିବାର ଅନୁମାନ କରାଯାଉଛି ।ତେବେ ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ବାହାରି ହରିଣଟି ସହର ମଧ୍ୟକୁ ପଶିଆସିଥିବାର ଜଣାପଡିଛି ।ଖବର ପାଇ ବନବିଭାଗ ପହଁଚି ହରିଣଟିର ଚିକିସ୍‌ କରାଯାଇଛି ।

ହାଇୱା ଚାପାରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

ଲାଞ୍ଜିଗଡ଼, ୬/୩(ଏସଏସନିଉଜ) ଗତ ରାତିରେ ବକ୍ସାଇଟ ହାଇୱା ଚାପାରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।ଏହି ଦୁଇଜଣ ହେଲେ ଝାରଖଣ୍ଡ ରାଜ୍ୟର ବୋକାରୁ ଅଞ୍ଚଳର ମୁକେଶ କୁଣ୍ଡୁ(୩୫) ଓ ଅଭିଷେକ ଜେନା( ୩୩) ।ଏମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କମ୍ପାନି ଅଧୀନରେ ଥିବା ଏଲଏନଟି କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ।କାମ ସାରି ବିଳମ୍ଭିତ ରାତିରେ ଫେରୁଥିଲେ ।ଏହିସମୟରେ ଏକ ଓଏସଏଲ କମ୍ପାନିରେ ଭଡାରେ ଲାଗିଥିବା ମୁନିଗୁଡା ଅଞ୍ଚଳର ବକ୍ସାଇଟ ଲୋଡ୍ ଥିବା ଓଡି-୧୮ ଏ- ୬୬୫୧ […]

୨୬ ଲକ୍ଷର ବ୍ରାଉନ ସୁଗାର ଜବତ

ଜଳେଶ୍ୱର ,୬/୩(ଏସଏସନିଉଜ)କମର୍ଦ୍ଦା ଅଞ୍ଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରିଥିବାର ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ବିଜେପିର କଟକ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

କଟକ ,୬/୩(ଏସ ଏସ ନିଉଜ) ବିଜେପିର କଟକ ମହାନଗର ପାଇଁ ମେୟର ପାର୍ଥି ହେଲେ ଶ୍ରୀତମ ଦାସ । ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ କଟକ ମହାନଗର ନିଗମ ପାଇଁ ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଥିବାର ଜଣାଡିଛି ।  

ବିଜେପିର ଭୁବନେଶ୍ୱର ପାଇଁ ମେୟର ପାର୍ଥୀ ଡକ୍ଟର ସୁନୀତି ମୁଣ୍ଡ

ଭୁବନେଶ୍ୱର,୫/୩(ଏସଏସନିଉଜ)କଂଗ୍ରେସ ଓ ବିଜେଡି ପରେ ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପି ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁନୀତି ମୁଣ୍ଡଙ୍କ ନାମ ଘୋଷଣା କରିଛନ୍ତି ।

ଗୁଳି ମାଡରେ ସ୍ୱାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

କେନ୍ଦ୍ରାପଡ଼ା, ୫/୩(ଏସଏସନିଉଜ) ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗାଁରେ ଦିନ ଦ୍ବିପହରେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟିଛି।ଏଥିରେ ପରିବାରର ମୁରବୀ ଅରବିନ୍ଦ ମିଶ୍ର (୬୨) ମୃତ୍ୟୁବରଣ କରିଥିବାବେଳେ ଅରବିନ୍ଦଙ୍କ ସ୍ତ୍ରୀ ମୀନତି ଓ ପୁଅ ଶୁଭକେଶ ଗୁରୁତର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।ଅପରାହ୍ନ ୩ଟାରେ ତିନିଜଣ ଦୁର୍ବୁତ ଆସି ଅରବିନ୍ଦଙ୍କ ଘରବାହାରୁ ଡାକିଥିଲେ ।ପୁଅ ବାହାରକୁ ଆସିବାରୁ ଦୁର୍ବୁତମାନେ ପୁଅ ଉପରକୁ […]

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୫/୩(ଏସଏସନିଉଜ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । କଟକ ପାଇଁ ସାଂସଦ ସୁବାସ ସିଂହ, ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଏହି ତିନିଜଣ ପାର୍ଥୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।  

ଆରପାରିରେ ସେନ୍ ୱାର୍ଣ୍ଣ

ଭୁବନେଶ୍ୱର,୪/୩(ଏସଏସନିଉଜ)ଅଷ୍ଟ୍ରେଲୀୟର ଜଣାଶୁଣା ପୂର୍ବତନ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ହୋଇଛି । ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ସେନ ଓ୍ବର୍ଣ୍ଣଙ୍କ ହୃଦଘାତରେ ପରଲୋକ ଘଟିଥିବା ସୁଚନା ମିଳିଛି ।ସେ ଏକଦିବସୀୟ ମ୍ୟାଚରେ ୨୯୩ଟି ୱିକେଟ୍ ଓ ଟେଷ୍ଟରେ ଦ୍ବିତୀୟ ସର୍ବାଧିକ ୭୦୮ଟି ୱିକେଟ୍ ନେଇଛନ୍ତି ।