Browsing yearly archive

2022

ପୁଣି ଧାରଣା ଦେଲେ ଦଳିତ ପରିବାର

ବାରଙ୍ଗ, ୮/୩(ଏସଏସନିଉଜ)ପୁଣି ଧାରଣା ଦେଲେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ସେହି ପୁରୁଣା ଦାବୀକୁ ଦୋହରାଇଲେ ଓ ଚେତାବନୀ ମଧ୍ୟ ଦେଲେ ।ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ପର୍ଯ୍ୟାନୁକ୍ରମରେ ଧାରଣାଦେବେ ବୋଲି କହିଥିଲେ । ବିଦ୍ୟାଧରପୁର ମୌଜା କଟକ ସିଡିଏ ସେକ୍ଟର ୧୩ରେ ଥିବା ୧୮୦ ଦଳିତ ପରିବାରଙ୍କ ୧୮୦ ଏକର ଜମି ପଟ୍ଟା ଜଲିଆତି କରାଯାଇ ସରକାରୀ ଖାତାକୁ ନିଆଯାଇଥିବାର ପ୍ରତିବାଦରେ ମଙ୍ଗଳବାରଦିନ ତହସିଲ କାର୍ଯ୍ୟାଳୟ ଆଗରେ ଦଳିତ ପରିବାରମାନେ ଧାରଣାରେ ବସିଥିଲେ ।ଏହି ପରିବାରକୁ […]

ସକାଳୁ ବସିଲେ ,ରାତିରେ ଉଠିଲେ

ବାରଙ୍ଗ, ୮/୩(ଏସଏସନିଉଜ) ସକାଳୁ ବସିଲେ ,ରାତିରେ ଉଠିଲେ ଛଟେଇ ହୋଇଥିବା କର୍ମଚାରୀ ।ଅରିଲୋ ଗ୍ରାମ ନିକଟରେ ଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟର ମୁଖ୍ୟଫାଟକ ପାଖରେ ଛଟେଇ ହୋଇଥିବା କର୍ମଚାରୀମାନେ ମଙ୍ଗଳବାରଦିନ ଧାରଣା ଦେଇଥିଲେ ।୧୦ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ଭାବରେ ଏହି ପ୍ଲାଂଟର ଲୋକାର୍ପଣ ହୋଇଥିଲା । ଏଥିରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ […]

ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

ମାଲକାନଗିରି, ୮/୩(ଏସଏସନିଉଜ) କୋରକୋଣ୍ଡା ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମାଲକାନଗିରି ପୁଲିସ ।ମାତ୍ରାଧିକ ମଦ୍ୟପାନ ଯୋଗୁ ଭାରସମ୍ୟ ହରାଇ ନଦୀରେ ପଡିଯାଇଥିବାର ପୋଲିସ ଅନୁମାନ କରୁଛି ।ମୃତକଙ୍କ ପରିଚୟ କେହି ଜାଣିନଥିବାରୁ ତାଂକୁ ଚିହ୍ନଟ କରାଯାଇପାରୁନଥିବା ଜଣାପଡିଛି।  

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ପୁରୀରେ ୭ ଜଣିଆ ଟିମ୍‌

ପୁରୀ, ୮/୩(ଏସଏସନିଉଜ)ପୁରୀରେ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର । ପୁରୀର ସିପସରୁବାଲିରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ସ୍ତରର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆଧାରରେ ଯେଉଁ ସର୍ଭେ ରିପୋର୍ଟ କେନ୍ଦ୍ରୀୟ ଟିମ୍ ଦେଇଥିଲା ତାହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିସାରିଛି। ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ଏହିଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି ।ଏହାସହ ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳଙ୍କ […]

୨୨ରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ

ଭୁବନେଶ୍ୱର, ୮/୩(ଏସଏସନିଉଜ)ପୌର ନିର୍ବାଚନ ପାଇଁ ରାଜ୍ୟରେ ୨୨ ତାରିଖରୁ ୨୪ ପର୍ଯ୍ୟନ୍ତ +୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଛି ।ତେବେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ରେ ଫଳାଫଳ ପ୍ରକାଶ ପାଇବ ।

ମାର୍ଚ୍ଚ ୨୫ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର,୮/୩(ଏସଏସନିଉଜ) ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ବିଧାନସଭା ବଜେଟ୍ ଅଧିବେଶନ ଚାଲିବ । ବିଧାନସଭାରେ ୨୫ରେ ରାଜ୍ୟପାଳ ଅଭିଭାଷଣ ଦେବେ । ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ମାର୍ଚ୍ଚରେ ୩୦ରେ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଆଗତ ହେବାନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ହଷ୍ଟେଲର ୧୫ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୮/୩(ଏସଏସନିଉଜ) କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ୧୫ରୁ ଅଧିକ ଛାତ୍ରୀ ହଷ୍ଟେଲ ଖାଦ୍ୟ ଖାଇ ୧୫ରୁ ଅଧିକ କଲେଜ ଛାତ୍ରୀ ଆକ୍ରାନ୍ତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ଗତକାଲି କଲେଜରେ ଖେଳ ଥିବାରୁ ପିଲାମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇଥିଲେ।କିନ୍ତୁ ସନ୍ଧ୍ୟା ସମୟରେ କୌଣସି କାରଣରୁ୧୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।ଏମାନଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା […]

ତିନିଦିନ ହେବ ୩ ପଂଚାୟତରେ ମିଳୁନି ପାଣି

ବାରଙ୍ଗ,୮/୩(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ମିଳୁନି ପିଇବା ପାଣି ।ତିନିଦିନ ହେବ ବିଶୁଦ୍ଧପାନୀୟ ଜଳ ଯୋଗାଣରେ ବ୍ୟାଘାତ ଦେଖାଦେଇଥିଲେ ମଧ୍ୟ ବ୍ଲକ ପ୍ରଶାସନର ନୀଦ ଭାଙ୍ଗିନାହିଁ ।ତେବେ ବିଦ୍ୟୁତ୍ ବିଲ ପୈଠ ନ ହେବାରୁ ବିଦ୍ୟୁତ ସଂଯୋଗ ବିଛିର୍ଣ ହୋଇଥିବାରୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡିଛି।ଯାହାଫଳରେ ଭୁବନେଶ୍ବର ବ୍ଲକର କଲ୍ୟାଣପୁର,ବରିମୁଣ୍ଡ ,ଦାଢା ପଞ୍ଚାୟତ ଅଧିନରେ ଥିବା ବିଭିର୍ଣ ଗ୍ରାମରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମାର୍ଚ୍ଚମାସ ପ୍ରାରମ୍ଭରୁ ଖରାର ତାପ ବଢିବାରେ ଲାଗିଲାଣି ।ଏଭଳି ସ୍ଥିତିରେ ଭୁବନେଶ୍ବର […]

ଆଦୃତ ଶିଶୁ ସଦନରୁ ଦୁଇ ନାଗସାପ ଉଦ୍ଧାର

ମେଣ୍ଢାଶାଲ,୭/୩(ଏସ ଏସ ନିଉଜ)କଣ୍ଟାବାଡ଼ ନିକଟ ଝୁମୁକା ଜେନାଲ କଡ଼ରେ ଥିବା ଆଦୃତ ଶିଶୁ ସଦନ ପରିସର ରୁ ସୋମବାର ଦିନ ଦୁଇଟି ନାଗ ସାପ ଉଦ୍ଧାର ହୋଇଛି।ସାପଦୁଇଟି ପରିସର ବଗିଚାରେ ବୁଲୁଥିବାର କର୍ମଚାରୀ ମାନେ ଦେଖି ମେଣ୍ଢାଶାଳଗ୍ରାମର ସାପ ଧରାଳି ସଂଯୁକ୍ତ ପତ୍ରଙ୍କୁ ଖବର ଦେଇଥିଲେ।ପାତ୍ର ଖବର ପାଇ ଆସି ସାପ ଦୁଇଟିକୁ ଧରିବା ସହ ଚନ୍ଦକା ଜଙ୍ଗଲରେ ଛାଡିଥିଲେ।ଏହାପୂର୍ବରୁ ଏଠାରୁ ତିନିଟି ସାପ ମଧ୍ୟ ଧରା ଯାଇଥିବାର ପାତ୍ର କହିଛନ୍ତି।ଜଙ୍ଗଲ କଡରେ ଆଦୃତ ଶିଶୁ ସଦନ […]

ଆରପାରିରେ ପୁରୁଖା ମୁରବୀ ଅଲେଖଚନ୍ଦ୍ରରଥ

ବାରଙ୍ଗ,୬/୩(ଏସ୍‌ଏସ୍‌ନିଉଜ) ବାରଙ୍ଗ ଅଂଚଳର ଖ୍ୟାତନାମା ମାତୃଭକ୍ତ,ନିତିବାନ,ନିଷ୍ଠାବାନ ଓ ସୁନାମଧନ୍ୟ ମୁରବୀ ଅଲେଖ ଚନ୍ଦ୍ର ରଥ ରବିବାର ପୁର୍ବାହ୍ନ୪-୫୫ରେ ସ୍ୱର୍ଗାରୋହଣ କରିଛନ୍ତି । ଗଣ୍ଡରପୁରସ୍ଥିତ ବାସଭବନରେ ୮୧ବର୍ଷ ବୟସରେ ରଥଙ୍କର ବିୟୋଗ ଘଟିଥିବାର ଜଣାପଡିବାପରେ ଗଣ୍ଡରପୁର ଗ୍ରାମସମେତ ବାରଙ୍ଗ ଅଂଚଳରରେ ଶୋକର ଛାୟା ଖେଳିଯାଇଛି ।ସେ ତାଙ୍କ ଜୀବନକାଳ ମଧ୍ୟରେ ଗଣ୍ଡରପୁରରେ ଶ୍ରୀଅରବିନ୍ଦ ସରକାରୀ ଉଚ୍ଚବିଦ୍ୟାଳୟ,ଖଇରାପଡାରେ ଶ୍ରୀଅରବିନ୍ଦ କେନ୍ଦ୍ରଧ୍ୟାନ  ମନ୍ଦିର, ଶ୍ରୀଅରବିନ୍ଦ ପୁର୍ଣାଙ୍ଗଶିକ୍ଷାକେନ୍ଦ୍ର ଏବଂ ଦାଢାରେ ଅରୋପୁର୍ଣାଙ୍ଗଗବେଷଣା ନିଳୟ ପରି ଅନେକ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଭାବେ ସେ ନିଜକୁ […]