ସକାଳୁ ବସିଲେ ,ରାତିରେ ଉଠିଲେ

ବାରଙ୍ଗ, ୮/୩(ଏସଏସନିଉଜ) ସକାଳୁ ବସିଲେ ,ରାତିରେ ଉଠିଲେ ଛଟେଇ ହୋଇଥିବା କର୍ମଚାରୀ ।ଅରିଲୋ ଗ୍ରାମ ନିକଟରେ ଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟର ମୁଖ୍ୟଫାଟକ ପାଖରେ ଛଟେଇ ହୋଇଥିବା କର୍ମଚାରୀମାନେ ମଙ୍ଗଳବାରଦିନ ଧାରଣା ଦେଇଥିଲେ ।୧୦ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ଭାବରେ ଏହି ପ୍ଲାଂଟର ଲୋକାର୍ପଣ ହୋଇଥିଲା । ଏଥିରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ ଯୁବତୀ ମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ଥିଲା । ପରବର୍ତୀ ସମୟରେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀ ମାନଙ୍କ ନିଯୁକ୍ତିକୁ ବାରଣ କରାଯିବା ସହ ଛଟୋଇ କରାଯାଇ ଥିଲା । ଯାହାକୁ ନେଇ ଛଟେଇ ହୋଇଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ଯାହାକୁ ନେଇ ବାରାମ୍ବାର ଧାରଣା ଦେଉଥିଲେ ମଧ୍ୟ କୈାଣିସି ସ୍ଥାତୀ ପ୍ରତିକାର ମଧ୍ୟ ହୋଇପାରୁନଥିଲା ।ମଙ୍ଗଳବାରଦିନ ପୁଣି ଏହି ଓମ୍‌ଫେଡ ଡାଇରୀ ପ୍ଲାଂଟର ଛଟେଇ କର୍ମଚାରୀମାନେ ସକାଳ ୧୦ ଘଟିକା ସମୟରେ ମୁଖ୍ୟ ଫାଟକ ବାମପାଶ୍ୱର୍ରେ ନାରାବାଜି ଦେବା ସହିତ ଧାରଣାରେ ବସିଥିଲେ ।ପ୍‌ାୟ ଘଂଟାପରେ ଡାଇରୀ ପ୍ଲାଂଟର ଡେପୁଟି ଜେନେରାଲ ମ୍ୟାନେଜର ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ ଘଟଣା ସ୍ଥଳକୁ ଆସି ଧାରଣାରତ କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାର ବ୍ୟବସ୍ଥା କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ସେମାନେ ଉଠିନଥିଲେ ,ପୁଣି ବସି ରହିଥିଲେ ।ରାତି ୯ଟା ପାଖାପାଖି ବାରଙ୍ଗ ପୋଲିସ ସହ ଓମଫେଡର ପଦାଧକାରୀ ଧାରଣାରେ ବସିଥିବା କର୍ମଚାରୀମାନଙ୍କ ପାଖକୁ ଯାଇ ବୁଝାସୁଜା କରିବା ସହ ଦୁଇମାସ ଦରମା ଦେବା ସହପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାର ବ୍ୟବସ୍ଥା କରିବାର ପ୍ରତିଶୃତି ଦେବାରୁ ଛଟୋଇ କର୍ମଚାରୀ ମାନେ ଆନ୍ଦୋଳନରୁ ହଟିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment