Browsing yearly archive

2022

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୧/୩(ଏସ ଏସ ନିଉଜ)ଚଳିତବର୍ଷ ହେବ ମାଟ୍ରିକ ପରୀକ୍ଷା ।ଏପ୍ରିଲ ୨୯ରୁ ମେ’ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ ହେବ ନଚେତ ନିଜ ସ୍କୁଲରେ ନହେଲେ ପାଖ ସ୍କୁଲରେ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ।୩ଟିପଦ୍ଧତିରେ ମୂଲ୍ୟାଙ୍କନ ହେବ।ଯେଉଁ […]

ମୃତଦେହକୁ ରାସ୍ତାରେ ରଖି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ

ପିପିଲି୧୦/୩(ଏସଏସନିଉଜ)ଏହି ଥାନା ଅଧିନସ୍ଥ ମାଟିଆପଡା ଗ୍ରାମରେ ଅଜା ଘରେ ରହିପାଠପଢୁଥିବା ଦଶମଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା ଓରଫ ସୋନୁଙ୍କ ମୃତଦେହ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜିଆର୍ପିା ଥାନା ଅଞ୍ଚଳରୁ ରେଳଲାଇନରୁ ଉଦ୍ଧାର ହୋଇଥିଲା ।ଗତ ୭ତାରିଖ ସନ୍ଧ୍ୟାରୁ ଟ୍ୟୁସନକୁ ଯାଇଆଉ ଫେରିନଥିଲେ ।ତେବେ ନିଖୋଜ ସୋନୁଙ୍କ ମୃତଦେହ କଣ୍ଟାବାଞ୍ଜି ଅଂଚଳରୁ ମିଳିଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୃତକଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଗୁରୁବାର ପୂର୍ବାହ୍ନରେ ପିପିଲି ଟୋଲଗେଟଠାରେ ମୃତଦେହକୁ ରାଜପଥ […]

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ହେଲେ ଗିରଫ

ସୁନ୍ଦରଗଡ଼,୧୦/୩(ଏସଏସନିଉଜ) ଶୁଖିଲା ଜାଳେଣି କାଠ ଆଣିବାକୁ ଜଙ୍ଗଲକୁ ଯାଇଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।ନାବାଳିକା ଜଣଙ୍କ ଦାଣ୍ଡପାନି ନୂଆଡିହି ପାଖ ଜଙ୍ଗଲକୁ ଯାଇଥିବାବେଳେ ନୂଆଡିହିର ଅନୀଲ ତିର୍କୀ ନାମକ ୨୧ବର୍ଷର ଯୁବକ ପିଛା କରି ଯାଇ ଜଙ୍ଗଲ ଭିତରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ମଧ୍ୟ ନାବାଳିକାଙ୍କୁ ଧମକ ମଧ୍ୟ ଦେଇଥିଲେ ।ଏବିଷୟରେ ନାବାଳିକା ଜଣଙ୍କ ଘରେ ଜଣାଇବାପରେ ପରିବାର ଲୋକଙ୍କ ଅଭିଯୋଗକୁ ଭିତିକରି କିଞ୍ଜିରକେଲା ଥାନା […]

କୁଶେଇ ନଦୀ ଗଣ୍ତରେ ପଡି ଜୀବନ ହାରିଲେ ଯୁବକ

କେନ୍ଦୁଝର, ୧୦/୩(ଏସଏସନିଉଜ) ଗତକାଲି କୁଶେଇ ନଦୀ ପାର ହୋଇ ଯାଇଥିଲେ ଦେଓଗାଁ ଜାଗର ମେଳା ଦେଖିବାକୁ ଯାଇ ଆଉ ଘରକୁ ଫରେିନଥିଲେ ।ପରିବାର ଲୋକ ବହୁ ଖୋଜାଖୋଜି କରିନିରାଶ ହୋଇଥିଲେ ।କିନ୍ତୁ ଆଜି ସକାଳୁ କୁଶେଇ ନଦୀକୂଳରୁ ମୃତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ।ମୃତକ ହେଉଛନ୍ତି ଟମକା ଥାନା ବାଙ୍ଗରକୋଟା ଗାଁର ପ୍ରଶାନ୍ତ ବଳ (୪୨) । ମୃତକ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡରେ ଅଗ୍ନିକାଣ୍ଡ

ଚନ୍ଦ୍ରଶେଖରପୁର.୧୦/୩(ଏସଏସନିଉଜ) ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି ।ଖବର ପାଇ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚିବାବେଳକୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇ ସାରିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ ।  

ପ୍ରେମ ନିବେଦନ କରି ଥାନାରେ ପ୍ରଧାନଶିକ୍ଷକ

ଭୁବନେଶ୍ୱର, ୧୦/୩(ଏସଏସନିଉଜ) ଜନୈକ ନବମ ଶ୍ରେଣୀ ଛାତ୍ରୀକୁ ପ୍ରପୋଜ କରି ଥାନାରେ ଅଟକ ରହିଛନ୍ତି ଭବାନୀପାଟଣା ଆଦର୍ଶ ସ୍କୁଲର ପ୍ରଧାନ ଶିକ୍ଷକ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ନେଇ ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖିଛି । ଭବାନୀ ପାଟଣା ଅଞ୍ଚଳରେ ଏହିଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ।

କାରରୁ ମିଳୀଲା ୧୦୪ କିଲୋ ଗଞ୍ଜେଇ

ମୋହନା, ୧୦/୩(ଏସଏସନିଉଜ) ଲୁଡ୍ରୁ ଛକଠାରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରୁ ମୋହନା ଥାନା ପୋଲିସ ୩ଟି ଜରି ବସ୍ତାରେ ପେକିଙ୍ଗ କରି ରଖାଯାଇଥିବା ୧୦୪ କିଲୋ ଗଞ୍ଜେଇ କୁ ଜବତ କରିଛି ।ଗୁରୁବାର ସକାଳେ ଓଆର୦୨ବିୟୁ ୬୮୧୯ନଂ ଏକ ଇଣ୍ଡିଗୋ କାର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇବାବେଳେ ଚାଳକ ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ କାରଟିକୁ ତଲାସିବା ସମୟରେ କାରରୁ […]

ଜଟଣୀରୁ ୧.୩୨ କୋଟିର ବ୍ରାଉନ ସୁଗାର ଜବତ ହେଲା

ଭୁବନେଶ୍ୱର,୧୦/୩(ଏସଏସନିଉଜ) ଜଟଣୀ ଅନ୍ତର୍ଗତ ରାଜାବଜାରରୁ ପ୍ରାୟ ୧.୩୨୦ କିଗ୍ରା ଡ୍ରଗ୍ସ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।କୈାଣସି ସୁତ୍ରରୁ ଚାଲଣ ହେଉଥିବାର ଖବର ପାଇଁ ଏସଟିଏଫ୍ ଅଚାନକ ଚଢଉ କରିଥିଲା ।ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ମଧ୍ୟ ଜବତ କରିଛି ।ଜବତ ହୋଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।

ଭୁଶୁଡ଼ିଲା ଛତ୍ରବଜାର ପୋଲ

କଟକ,୯/୩(ଏସଏସ ନିଉଜ)ଆଜି ସନ୍ଧ୍ୟାରେ କଟକ ଛତ୍ର ବଜାର ନିକଟରେ ଥିବା ପୁରୁଣା ପୋଲଟି ଭୁଶୁଡି ପଡିଛି। ପୋଲର ପାର୍ଶ୍ୱ ପାଚେରୀ ମରାମତି ପାଇଁ ଖୋଳାଯାଉଥିବାବେଳେ ଏକଅଂଶ ଭୁଶୁଡି ପଡିଥିଲା । ଫଳରେ କାମ କରୁଥିବା ଶ୍ରମିକ ଚାପି ହୋଇଯାଇଥିଲେ ।ଏହି ଘଟଣାରେ ପ୍ରାଥମିକ ସୂଚନା ଅନୁସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ସୁଚନା ମିଳିଛି ।ଏବେବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାର ଜଣାପଡିଛି ।

ହାତୀ ପାଇଁ ନନ୍ଦନକାନନ ବନ୍ଦ

ବାରଙ୍ଗ,୯/୩(ଏସ ଏସ ନିଉଜ)ଚନ୍ଦକା ହାତୀ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟନ ନନ୍ଦନକାନନ।ଗତକାଲି ରାତିରେ ଚନ୍ଦକା ଜଙ୍ଗଲର ଦୁଇଟି ହାତୀ ସୁରକ୍ଷା ପ୍ରାଚିର ଭାଙ୍ଗି ନନ୍ଦନକାନନରେ ପସିଛନ୍ତି।ହାତୀ ଦୁଇଟି ଜିରାଫ ଏନକ୍ଲୋଜରରେ ପଛପଟ ଜଙ୍ଗଲରେ ରହିଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ସାମୟିକ ଭାବେ ନନ୍ଦନକାନନ ମଧ୍ୟକୁ ପ୍ରବେଶକୁ ବନ୍ଦ ରଖାଯାଇଛି।ପର୍ଯ୍ୟଟକ ମାନଙ୍କ ନିରାପଦ ଦୃଷ୍ଟିରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।ହାତୀଙ୍କୁ ଘଉଡାଇବା ପାଇଁ ଚନ୍ଦକା ବନବିଭାଗ,ନନ୍ଦନକାନନ ସୁରକ୍ଷା ବିଭାଗ କର୍ମଚାରୀ ମାନେ ଲାଗିଛନ୍ତି।ଅନ୍ୟପଟେ ବଟାନିକାଲ ଗାର୍ଡେନ ପର୍ଯ୍ୟଟକ […]