Browsing yearly archive

2022

ବିଜେପିକର୍ମୀଙ୍କ ଉପରେ ଚଢ଼ିଗଲା ଚିଲିକା ବିଧାୟକଙ୍କ ଗାଡ଼ି

ବାଣପୁର,୧୨/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦରେ ଲୋକାମାନେ ଉତ୍ୟକ୍ତ ହୋଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ୩ ବିଜେପି କର୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ […]

ସମିତିସଭ୍ୟା ନିଖୋଜ

ପାରାଦୀପ,୧୨/୩(ଏସ ଏସ ନିଉଜ) ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ସମିତି ସଭ୍ୟାଙ୍କୁ ଗୁରୁବାରି ମୁର୍ମୁ ଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ରାମନାଥ ମୁର୍ମୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଗତ ୪ତାରିଖରୁ ତାଙ୍କୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ୯ତାରିଖରୁ ସେ ନିଖୋଜ ଅଛନ୍ତି। ଆଜି ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ ଥିବାରୁ ଅଧ୍ୟକ୍ଷ ପଦକୁ ନେଇ କେହି ତାଙ୍କୁ ଅପହରଣ କରିଥିବାର ଆଲୋଚନା ହେଉଛି।

ଗୋପୀନାଥ ଦେବଙ୍କ ମନ୍ଦିରରୁ ଚୋରି

ପୁରୀ,୧୨/୩(ଏସ ଏସ ନିଉଜ)ବୀରନରସିଂହପୁରର ଗୋପୀନାଥ ଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତି ଚୋରି ହୋଇଛି।ବହୁ ପୁରାତନ ଦୋଳଗୋବିନ୍ଦ, ମଦନମୋହନ, କନକ ଦୁର୍ଗା ମୂର୍ତ୍ତି , ମନ୍ଦିରର ବନଦୁର୍ଗା, ଶ୍ରୀଲୋକନାଥ ଓ ଗୋବିନ୍ଦ ଗୋପାଳଙ୍କ ମୂର୍ତ୍ତି ମଧ୍ୟ ଚୋରି ହୋଇଛି।ଏହାସହ ମନ୍ଦିରରେ ଥିବା ବହୁ ସୁନା, ରୁପା ଗହଣା ମଧ୍ୟ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସରିଲା ନାଏବ୍ ସରପଞ୍ଚ ନିର୍ବାଚନ

ବାରଙ୍ଗ,୧୧/୩(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୫ପଞ୍ଚାୟତରେ ଶୁକ୍ରବାର ଦିନ ଥିଲା ନାଏବ୍ ସରପଞ୍ଚ ପାଇଁ ଭୋଟ ଗ୍ରହଣ।ଏଥିରେ ଦାଢାପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ରଣଞିତ୍ କୁମାର ଦାସ ନିର୍ବାଚିତ ହୋଇଛନ୍ତି।ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦିଲ୍ଲୀପ କୁମାର ରାଉତଙ୍କ ଠାରୁ ଖଣ୍ଡେ ଭୋଟରେ ବିଜୟୀ ହୋଇଛନ୍ତି।ସେହିପରି କଲ୍ୟାଣପୁର ପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ଶାନ୍ତିଲତା ପଢିହାରୀ ବିଜୟ ଲାଭ କରିଛନ୍ତି ।ଏହି ପଂଚାୟତରେ ୧୩ଟି ୱାର୍ଡମେମ୍ବର ମଧ୍ୟରୁ ୯ଟି ୱାର୍ଡମେମ୍ବରଙ୍କ ସମର୍ଥନ ଶାନ୍ତିଲତାଙ୍କ ସପକ୍ଷରେ ଆସିଥିବାରୁ ସେ ନାଏବ୍ […]

ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୧୧/୩(ଏସ ଏସ ନିଉଜ) ଶୁକ୍ରବାର ସକାଳେ କଳାରାହାଙ୍ଗ ଲେବଲ କ୍ରସିଂ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତ ଦେହକୁ ମଞ୍ଚେଶ୍ୱର ଜିଆରପି ପୁଲିସ ଉଦ୍ଧାର କରିଛି ।ମୃତ ଯୁବକଙ୍କ ନାମ ପ୍ରଭାକର ବେହେରା, ବୟସ ୨୫ ବର୍ଷ ଓ ଘର କଟକ ନରସିଂହପୁର ଅନ୍ତର୍ଗତ ଶରଧାପୁର ବୋଲି ପୁଲିସ ସୂଚନା ଦେଇଛି ।ମୃତଦେହ ପାଖରୁ ଆଧାର କାର୍ଡ ମିଳିବାରୁ ପରିଚୟ ସହଜରେ ମିଳିଯାଇଥିଲା।ପୋଲିସ ମୃତକଙ୍କ ପରିବାରକୁ ଖବର ଦେଇ ପ୍ରାଥମିକ ତଦନ୍ତ କରିବା ସହ ମୃତ ଦେହକୁ […]

ଫିନାଇଲ ମିଶା ଖାଦ୍ୟ ଖାଇ ୬ ଗୁରୁତର

ବାଲେଶ୍ୱର,୧୧/୩(ଏସ ଏସ ନିଉଜ) ବିଷାକ୍ତ ଖାଦ୍ୟ ଖାଇ ୬ ଗୁରୁତର ହୋଇଥିବାର ଜଣାପଡିଛି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯୋଗେନ୍ଦ୍ର ଆଞ୍ଚଳିକ କଲେଜରେ ଛାତ୍ରୀଙ୍କ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତି ହୋଇଥିଲା।ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି ଛାତ୍ରୀ।ଏହି ଖାଦ୍ୟରେ ରୋଷେୟା ଭୁଲରେ ଫିନାଇଲ ପକାଇ ଦେଇଥିବା ଅଭିଯୋଗ ହେଉଛି।

ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ

ଆଳି,୧୧/୩(ଏସ ଏସ ନିଉଜ) ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଭାଇଭଉଣୀ ମୃତୁବରଣ କରିଛନ୍ତି।ଉଭୟ ମୃତକ ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବାବେଳେ ଉଭୟଙ୍କ ବୟସ ୫ ବର୍ଷର ହୋଇଥିବାର ଜଣାପଡିଛି।ପରିବାର ଲୋକେ ବହୁ ଖୋଜାଖୋଜି ପରେ ବାଡ଼ିପଟ ପୋଖରୀରୁ ମୃତଦେହ କୁ ପାଇଥିଲେ ।ରାଜକନିକା ଥାନା ଡଙ୍କାରି ଗାଁରେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଛି ।

୬ଟି ବଗି ହେଲା ଲାଇନଚ୍ୟୁତ

କୋରାପୁଟ, ୧୧/୩(ଏସଏସନିଉଜ) କିରଣ୍ଡୋଲରୁ ବିଶାଖାପାଟନମ ଯାଉଥିବାବେଳେ ଜୟପୁର ପାଡ଼ୁଆ ଷ୍ଟେସନର ଭେଜା ଗାଁ ନିକଟରେ କୋଇଲା ବୋଝେଇ ଟ୍ରେନ୍ ର ୬ଟି ବଗି ବିଳମ୍ବିତ ରାତିରେ ଲାଇନଚ୍ୟୁତ୍ ହୋଇଛି । ଯାହାଫଳରେ କୋରାପୁଟ-ବିଶାଖାପାଟନମ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାରୁ ବିଶାଖାପାଟଣା-କିରନଡୁନ ଏକ୍ସପ୍ରେସ ବାତିଲ ହୋଈଛି ।

ଧରାପଡିଲା ମହିଳା ମାଓବାଦୀ

ମାଲକାନଗିରି, ୧୧/୩(ଏସଏସନିଉଜ) ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ମହିଳା ମାଓବାଦୀ କୁଞ୍ଜାମ ଭୀମାଙ୍କୁ ପୋଲିସ ଗିରଫ କରିଛି । ମାଓ ଦମନ ନିମନ୍ତେ ଛାତିଶଗଡର ଉସୁର ପୋଲିସ ଷ୍ଟେସନର ମହିଳା ଏବଂ ପୁରୁଷ ଫୋର୍ସର ମିଳିତ ଟିମ୍ ସର୍ଚ୍ଚ ଅପରେସନ ସମୟରେ ରେଙ୍ଗାଲପାରା ଗୁଜପାର୍ଟି ଅଞ୍ଚଳରେ ୨୨ ବର୍ଷୀୟା ମହିଳା ମାଓବାଦୀ କୁଞ୍ଜାମ ଭୀମାଙ୍କୁ ଗିରଫ କରିଥିଲେ । କୁଞ୍ଜାମ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର‌୍ୟ କରୁଥିବାସହ ମାଓ ମିଲିସିଆ ବାହିନୀର ସଦସ୍ୟ […]

ଭିଜିଲାନ୍ସ ଜାଲରେ ଟାଟାପାୱର ପରିଚାଳକ

ସମ୍ବଲପୁର,୧୧/୩(ଏସଏସନିଉଜ)ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନର ପରିଚାଳକ ବା ବିଦତ୍ତ୍ ବିତରଣକାରୀ ସଂସ୍ଥା ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ବଲପୁର ଘର, ବୁର୍ଲା ଅଫିସ ଓ ବରଗଡ଼ ପୈତୃକ ଘରକୁ ନେଇ ଏକାକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।