Browsing yearly archive

2022

ବାଲଟ ପେପର ନେଇଗଲେ ଦୁର୍ବୃତ୍ତ ,୫ଟି ବୁଥରେ ମତଦାନ ବନ୍ଦ

ଭଦ୍ରକ, ୨୪/୨(ଏସଏସନିଉଜ) ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଧାମନଗର କଟସାହିର ୧ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି ।ଫଳରେ କଟସାହିର ୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ଦୁର୍ବୃତ୍ତମାନେବାଲଟ ପେପର ନେଇଯିବାସହ ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି ।ଯାହାଫଳରେ ଉତ୍ତେଜନା ଦେଖାଦେବା ମତଦାନ ବନ୍ଦ ରହିବାସହ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଠାଇନେଇଛି ପୋଲିସ ।ସେହିଭଳିଭାବେ ନିଆଳି ପୋଖରୀଗାଁ ପଞ୍ଚାୟତର , ୧୧, ୧୬, ୧୭ […]

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ପୀଠରେ ମହାଦୀପ

ଭୁବନେଶ୍ୱର, ୨୪/୨(ଏସଏସନିଉଜ) ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରୀ । ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ଚଳିତବର୍ଷ ଏହାକୁ ଦର୍ଶନ କରିପାରିବେ ଭକ୍ତ ।ଏହାସହ କୋଭିଡ୍ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିପାରିବେ । ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ କିନ୍ତୁ ଆଡକାଠ ପାଖରୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]

ପୋଖରୀରେ ବୁଡ଼ିଗଲେ ୨ ଶିଶୁ କନ୍ୟା

ମାଲକାନଗିରି, ,୨୪/୨(ଏସଏସନିଉଜ) ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମର ରୁନା ହାଲଵାଙ୍କ ଝିଅ ଆରସି ହାଲଵା ଓ ରାଇନାଥ ହାଲଵାଙ୍କ ଝିଅ ନନ୍ଦିନୀ ହାଲଵା ନିକଟସ୍ଥ ପଖୋରୀରେ ଗାଧୋଉଥିବା ବେଳେ ହଠାତ ପାଣିରେ ବୁଡି ଯାଇଥିଲେ ।ତେବେ ପରିବାରଲୋକ ବହୁ ଖୋଜାଖୋଜି ପରେ ପୋଖରୀରେ ଗାଧୋଇଥିବାର ଜାଣିବାକୁ ପାଇଥିଲେ ।କିନ୍ତୁ ପୋଖରୀପାଖରେ ପହଁଚି ପତା ପାଇପାରିନଥିଲେ ।ଖବରପାଇ ମାଲକାନଗିରି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ପୋଖରୀ ମଧ୍ୟରୁ ବହୁ ଖୋଜାଖୋଜିକରି ଦୁଇ ଶିଶୁ କନ୍ୟାର ଶବକୁ […]

୨୬,୨୭ ଓ ୨୮ରେ ଭୋଟ ଗଣତି

ଭୁବନେଶ୍ବର,୨୪/୨(ଏସଏସନିଉଜ) ଗୁରୁବାର ଶେଷ ପର୍ଯ୍ୟାୟ  ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ପ୍ରଥମଥର ବ୍ଲକ କାର‌୍ୟ୍ୟାଳୟରେ ଭୋଟ ଗଣନା କରାଯିବ ।ଏଥିପାଇଁ ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ୨୬ ରେ ୩୧୫ ଜୋନ, ୨୭ରେ ୩୦୭ ଜୋନ ଏବଂ ୨୮ରେ ୨୨୯ ଜୋନ ପାଇଁ ଭୋଟ ଗଣତି କରାଯିବ। ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦେଶକ୍ରମେ ଜିଲାପାଳମାନେ ନିର୍ବାଚନ ଫଳାଫଳ ଘୋଷଣା ହେବା ପର‌୍ୟ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ […]

ପୁଟିନଙ୍କ ଧମକ

ଭୁବନେଶ୍ୱର,୨୪/୨(ଏସଏସନିଉଜ) ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ୟୁକ୍ରେନକୁ ସମର୍ଥନ କଲେ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି । ୟୁକ୍ରେନରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଗଣମାଧ୍ୟମ ଆଗରେ ପୁଟିନ ସ୍ପଷ୍ଟ କରିଛନ୍ତି ।ପୁଟିନଙ୍କ ଚେତାବନୀ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଲାଭଳି ମନେହେଉଛି । ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ […]

ବାରଙ୍ଗରେ ଶାନ୍ତିଶୃଙ୍ଖଳାରେ ଶେଷ ହେଲା ନିର୍ବାଚନ

ବାରଙ୍ଗ,୧୮/୨(ଏସ ଏସ ନିଉଜ) ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଶୁକ୍ରବାର ବାରଙ୍ଗ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି।ବ୍ଲକର ୩୨ ଓ ୩୩ ନମ୍ବର ଜିଲ୍ଲାପରିଷଦ ଜୋନର ୧୬ଟି ପଞ୍ଚାୟତର ୨୩୦ଟି ବୁଥରେ ଜିଲ୍ଲାପରିଷଦ,ସମିତି ସଭ୍ୟ,ସରପଞ୍ଚ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟରମାନେ ମତଦାନ ସାବ୍ୟସ୍ତ କରିଛନ୍ତି।ବ୍ଲକରେ ୯ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ,୬୧ ଜଣ ସମିତି ସଭ୍ୟ ପ୍ରାର୍ଥୀ,୬୩ ଜଣ ସରପଞ୍ଚ ଓ ୩୮୫ ଜଣ ୱାର୍ଡସଭ୍ୟଙ୍କୁ ନେଇ ମୋଟ ୫୧୮ ଜଣ ପ୍ରାର୍ଥୀଙ୍କ […]

ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ,୧୫/୨(ଏସଏସନିଉଜ)ମନ୍ଦିର ତାଲାଭାଙ୍ଗି ମୁର୍ତୀ ଚୋରୀ କଲେ,ପୁଣି କବାଟରେ ତାଲା ଲଗାଇ ପଳାଇଯାଇଥିଲେଦୁର୍ବୃତ୍ତ ।ଏହିଭଳି ଘଟଣା ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆ ସୋମେଶ୍ୱର ପୁର ଗ୍ରାମର ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରେ ଦେଖିବାକୁ ମିଳିଛି । ଗତକାଲିବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋର ମାନେ କାଠରେ ନିର୍ମିତମୁଖ୍ୟ କବାଟ ଓ ପରେ ଗ୍ରିଲ ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।ମନ୍ଦିର ମଧ୍ୟରୁ ୩ ଫୁଟର ଦୁର୍ଗା ମୂର୍ତ୍ତି, ୧ ଫୁଟର ସାନ ଦୁର୍ଗା […]

ଫେବ୍ରୁଆରି ୧୬ରେ ଆକ୍ରମଣ

ଭୁବନେଶ୍ୱର,୧୫/୨(ଏସଏସନିଉଜ) ଫେବ୍ରୁଆରି ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେଇଛି ।ଆମେରିକାର ଚେତାଇଦେବାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ସହ ଭାରୀ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ରକୁ ରଖି ଋଷ ତିନି ପାର୍ଶ୍ୱରୁ ଘେରି ରହିଛି।

ପୁରୀରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ, ୧୫/୨(ଏସଏସନିଉଜ) ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବାସେଳି ଥାନାର ମାଟିତୋଟାରୁ ପ୍ରାୟ ୩୫ଲକ୍ଷଟଙ୍କା ମୁଲ୍ୟର ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି ।ଏହି ଘଟଣାରେ ୪ ଆନ୍ତଜିଲ୍ଲା ବେପାରୀ ଫିରୋଜ ଖାନ୍, ପପୁ ପାଣ୍ଡେ, ଶେଖ୍ ଇଫତଖର୍ ଟୁଲ୍ଲା ଓ ଦୀପ୍ତି ରଂଜନ ଭୁଜବଳ ଗିରଫ ହୋଇଛନ୍ତି।ସେମାନଙ୍କଠାରୁ ୩ଟି ଦୁଇଚକିଆ ଯାନ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଓ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଛି […]

ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର,୧୫/୨(ଏସଏସନିଉଜ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ୧୬ ତାରିଖ ।ଏହିଦିନ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।ପ୍ରଥମପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ସଭ୍ୟ, ୧୬୬୯ ସରପଞ୍ଚ, ୨୨,୩୭୯ ୱାର୍ଡ ସଭ୍ୟଙ୍କ ନିମନ୍ତେ ଭୋଟଗ୍ରହଣ କରାଯିବ । ପ୍ରଥମ ପର‌୍ୟ୍ୟାୟ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର‌୍ୟ୍ୟ ସମାପ୍ତ ହୋଇଛି । ଏଥିନିମନ୍ତେ ପୋଲିଂ ପାର୍ଟି ବୁଥ୍ ଅଭିମୁଖେ ଯାତ୍ରା ଆରମ୍ଭ […]