Browsing yearly archive

2022

୧୪ରୁ ଖୋଲିବ ପ୍ଲେ ସ୍କୁଲ

ଭୁବେନଶ୍ୱର, ୮/୨(ଏସଏସନିଉଜ) ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟସରକାର ।ଏଥିପାଇଁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଥିବା ପ୍ଲେ ସ୍କୁଲ ଖୋଲିବାକୁ ଯାଉଛି । ପୂର୍ବରୁ ୧୪ ତାରିଖଠାରୁ କେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ କ୍ଲାସ ଆରମ୍ଭ ହେବା ନେଇ ଘୋଷଣା କରାଯାଇଥିବାଳେ ମଙ୍ଗଳବାର ୧୪ ତାରିଖଠାରୁ ପ୍ଲେ ସ୍କୁଲ ମଧ୍ୟ ଖୋଲିବା ନେଇ […]

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ କଲେକ୍ଟର

ଭୁବନେଶ୍ୱର, ,୮/୨(ଏସଏସନିଉଜ)ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାୟକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାୟକଙ୍କ ଛେଣ୍ଡ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ, , ଭୁବନେଶ୍ୱର ଗୋଠପାଟଣା ଘରକୁ ନେଇ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର,୮/୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ […]

୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮/୨(ଏସଏସନିଉଜ) ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ୱର ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । ଏନେଇ ବିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ-୧୯ ପ୍ରୋଟୋକଲକୁ ଅନୁସରଣ କରି ରାଜଧାନୀର ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବ । ସାମାଜିକ ଦୂରତା ନିୟକୁ ପାଳନ କରି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଯେଉଁମାନେ କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଥିବେ, ସେମାନେ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ। ଶ୍ରଦ୍ଧାଳୁମାନେ ସେମାନଙ୍କ […]

ଆଜିର ଅନୁଚିନ୍ତା

🦋ପ୍ରେମ ଆଉ ମୃତ୍ୟୁ ଦୁଇଟି ଯାକ ସମାନ। ଏମାନେ ନା ବୟସ ଦେଖନ୍ତି, ନା ସମୟ କୁ ଅପେକ୍ଷା କରନ୍ତି, ନା କୌଣସି ଜାଗା ଦେଖନ୍ତି । 🦋ଯେତେବେଳେ ଆପଣ କୌଣସି ଶୁଭ କାର୍ଯ୍ୟ ର ଆରମ୍ଭ କରନ୍ତି, ତ ତାର ଅସଫଳତା କୁ ନ ଡରି କାର୍ଯ୍ୟ କରି ଚାଲନ୍ତୁ, କାହିଁକି ନା ଯେଉଁ ବ୍ୟକ୍ତି ସୋଛୋଟ ରେ କାର୍ଯ୍ୟ କରିଥାଏ ; ସେହିବ୍ୟକ୍ତି ହିଁ ସବୁ ଜାଗାରେ ଆଦର ପାଇଥାଏ । 🦋ସମୟର ସୁଅରେ […]

ଆଜିର ରାଶିଫଳ

ଭିଷ୍ମାଷ୍ଟମୀ, ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ରାତ୍ରି ଘ୧୦।୭ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୪।୪୯ ଗତେ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ମେଷ ଏ ରାଶିମାନଙ୍କର […]

ଗାଁରେ ଫୁଟିଲା ଗୁଳି

ବଲାଙ୍ଗିର,୭/୨(ଏସଏସନିଉଜ)ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଫୁଟିଛି ଗୁଳି ।ରବିବାର ବିଳମ୍ବିତ ରାତ୍ରିରେ ମୁଖା ପିନ୍ଧା ଲୋକେ ସନ୍ତୋଷ ସାହୁ ନାମକ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ ।ସୈାଭାଗ୍ୟବଶତ ସନ୍ତୋଷ ତଳେ ଶୋଇ ପଡିବାରୁ ଗୁଳିମାଡରୁ ବଂଚି ଯାଇଥିଲେ । ରବିବାର ବିଳମ୍ବିତ ରାତିରେ ବୈଦିପାଲି ସ୍ଥିତ ତାଙ୍କ ଘରେ ସପରିବାରେ ସନ୍ତୋଷ ଶୋଇଥିଲେ ।ଏହି ସମୟରେ କେହି ଜଣେ ଆସି ତାଙ୍କ କବାଟ ବାଡେଇ ଡାକିଥିଲେ ।ଏହାପରେ ସନ୍ତୋଷ ବାହାରପଟ କବାଟ ଖୋଲି ବାହାରକୁ ଆସିଥିଲେ […]

ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ହେଲା କୋହଳ

ଭୁବନେଶ୍ୱର,୭/୨(ଏସଏସନିଉଜ) ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ପ୍ରେସମିଟ୍ ଜରିଆରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସୁଚନା ଅନୁଯାୟୀ ରାଜନୈତିକ ସଭାକୁ ଅନୁମତି ମିଳିଥିବାବେଳେ ୩ ଶହ ଜଣଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ । ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ । ୨୦ ଜଣରେ ହିଁ କ୍ୟାମ୍ପେନିଂ କରାଯାଇପାରିବ । କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ ସହ ମାସ୍କ ପିନ୍ଧିବା ଉପରେ […]

୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୭/୨(ଏସଏସନିଉଜ)ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ ଲାଗି ଆଗାମୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ୧୦ ତାରିଖ ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୀତଗୋବିନ୍ଦ ସଦନରେ ସବୁ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ହେବ । ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ଲାଗି ହେବାକୁ ଥିବା ଆଲୋଚନାରେ ପ୍ରତି ଦଳର ଜଣେ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ଅନୁମତି ଦିଆଯାଇଥିବା ଜଣାଯାଇଛି।

କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସୁନ୍ଦରଗଡ଼, ୭/୨(ଏସଏସନିଉଜ) ରବିବାର ରାତିରେ ଲେଫ୍ରିପଡା ଥାନା ଅନ୍ତର୍ଗତ ସର୍ଗିପାଲି-ଏନଟିପିସି ରାସ୍ତା ବାଉଁଶପଡାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏଥିରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଓଡି-୧୪ସି-୧୨୪୧ ମ୍ୟାଜିକ୍ ପିକ ଅପ୍ ଗାଡ଼ିରେ ନାକଡିହି ଗ୍ରାମର ବ୍ୟବସାୟୀ ମାନେ ଅଉଁଲାବାହାଲ ହାଟ ସାରି ରାତିରେ ଫେରୁଥିବାବେଳେ ଓଆର୍ ୧୬-ଡି-୫୩୭୯ନଂ ଖାଲି ଟ୍ରକ୍ ନଂ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା ।ଫଳରେ ଘଟଣାସ୍ଥଳରେ ସୁରେନ ମେହେର […]