Browsing yearly archive

2022

କୋଲକାତା ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଆସନ୍ତା ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ କୋଲକାତା ଗସ୍ତରେ ଯିବେ lସେଠାରେ ସେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ l୫ତାରିଖ ରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ।ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଅଧ୍ୟକ୍ଷତା କରିବେ।

ଶାନ୍ତିସ୍ତୂପରେ ବୌଦ୍ଧ ସନ୍ନ୍ୟାସୀ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଧଉଳିର ଶାନ୍ତିସ୍ତୂପ ପ୍ରତିଷ୍ଠାକୁ ଆଜି ପୂରୁଛି ୫୦ ବର୍ଷ lସୁବର୍ଣ୍ଣ ଜୟନ୍ତୀ ଅବସରରେ ଧଉଳିରେ ବିରାଟ ବୌଦ୍ଧ ସମ୍ମିଳନୀର ଆୟୋଜନ lଦେଶ ବିଦେଶରୁ ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ପହଞ୍ଚିବାରେ ଲାଗିଛନ୍ତି lସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଲେ l

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ହେଲା ଶେଷ lସର୍ବମୋଟ ୭୭୫ଟି ମନୋନୟନ ପତ୍ର ଦାଖଲ ହେଲା।ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ।ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବ।ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ।

କୋଣାର୍କରେ ହେବ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଏଥର ଡିସେମ୍ବର ପହିଲାରୁ କୋଣାର୍କରେ ହେବ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ।ଚଳିତ ବର୍ଷର ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲାପାଳ ଦେଲେ ପରାମର୍ଶ lପର୍ଯ୍ୟଟନବିଭାଗ ପକ୍ଷରୁ ଜିଲା ପ୍ରଶାସନ ଏବଂ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ।୭୦ଟି ଲକ୍‌ଜରି ଟେଣ୍ଟ କରାଯିବ, ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ।ଇକୋ ରିଟ୍ରିଟ୍‌ ସମୟରେ […]

ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର,୨୮/୧୦(ଏସ ଏସନିଉଜ)ରାଜ୍ୟ ଗୃହମନ୍ତ୍ରୀ ମାନଙ୍କ ଚିନ୍ତନ ଶିବିର ବୈଠକକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ lଏହି ବୈଠକକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ସେ ସମ୍ବୋଧନ କରିବେ ।ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚିନ୍ତନ ଶିବିର ହରିଆନାର ସୁରଜକୁଣ୍ଡ ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି ।ଏହି ବୈଠକରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ୍‌‌ ମହାନିର୍ଦ୍ଦେଶକ, ସିଏପିଏଫ୍‌‌ ଡିଜି ଯୋଗ ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ) ଭିଜିଲାନ୍ସ ଜାଲରେ RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।ଏକକାଳୀନ ୬ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।ଚଢାଉରେ ୫ DSP, ୧୨ ଇନ୍‌ସ୍ପେକ୍ଟର, ଜଣେ SI ଏବଂ ୧୧ ASI ସାମିଲ ହୋଇଛନ୍ତି।

ନମୁନା ଗଲ ଓୟୁଏଟି

ଅନୁଗୋଳ, ୨୭/୧୦(ଏସଏସନିଉଜ)ସାତକୋଶିଆ ବନ୍ୟପ୍ରାଣୀ ପମ୍ପାସରରେଞ୍ଜ ଜଗନ୍ନାଥପୁର ବିଟ୍‌ରେ ଶାବକସହ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ୧୦ରୁ୧୨ଦିନ ତଳୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆର୍‌ସିସିଏଫଙ୍କ ସୂଚନା ରହିଛି ।ତେବେ ମୃତ୍ୟୁର ପକୃତକାରଣ ଜାଣିବାକୁ ନମୁନାକୁ ଓୟୁଏଟିକୁ ପଠାଯାଇଛି ।

ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୭/୧୦(ଏସଏସନିଉଜ) ସୂର‌୍ୟ୍ୟପରାଗରେ ହେତୁବାଦୀ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ଦୁଇ ହେତୁବାଦୀ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ନାଁରେ କଟକ ମର୍କତନଗର ଥାନାରେ ଅଭିଯୋଗ ହୋଇଛି ।ହିନ୍ଦୁପରମ୍ପରା ଓ ଭାବନାକୁ ଆଘାତ ଦେବା ଅଭିଯୋଗରେ ଶ୍ରୀଜଗନ୍ନାଥଚାରଣ ଓ ନିଖିଳ ଉତ୍କଳପ୍ରବକ୍ତାଙ୍କ ପକ୍ଷରୁ ଏତଲା ଦିଆଯାଇଥିବାର ଜଣାପଡିଛି ।

ଭିଜିଲାନ୍ସ ଜାଲରେ କିରାଣି

ବ୍ରହ୍ମପୁର,୨୭/୧୦(ଏସଏସନିଉଜ) ଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ଗଂଜାମ ରେଞ୍ଜ-୧ର କନିଷ୍ଠ କିରାଣି ଜୟନ୍ତ ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍ ପ୍ରେମାଞ୍ଜନ ସ୍ୱାଇଁ । ଏକ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପିଛନ୍ତି ।