Browsing yearly archive

2022

ସୂର୍ଯ୍ୟପରାଗରେ କେତେବେଳୁ ପାକତ୍ୟାଗ କରିବେ ଜାଣନ୍ତୁ

ଭୁବନେଶ୍ୱର,୨୪/୧୦(ଏସଏସ ନିଉଜ)କାର୍ତ୍ତିକ ମାସ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଛି । ଜନସାଧାରଣ ଏହି ପରାଗକୁ ନୀତି ନିୟମରେ ପାଳନ କରିବାକୁ କୁହାଯାଉଛି । ୨୪ତାରିଖ ରାତି ୪ଟା ୫୬ ମିନିଟରୁ ହାଣ୍ଡି ଛାଡ । ସନ୍ଧ୍ୟା ୬ଟା ୨୬ ମିନିଟରେ ସର୍ବମୋକ୍ଷ ହେବ ।

ପିପିଲି ବଜାରରେ ଫୁଟିଲା ଗୁଳି

  ପିପିଲି,୨୪/୧୦(ଏସଏସନିଉଜ)ପିପିଲି ବଜାରରେ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ତାଙ୍କ ଜଙ୍ଘରେ ଗୁଳି ବାଜିଥିବାର ଜଣାପଡିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !

ପୁରୀ,୨୪/୧୦(ଏସଏସ ନିଉଜ) କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଏସ୍ସିଏସ୍ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା ସନ୍ଦେହ କରାଯାଉଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଖୋଲାମେଲାରେ ଟ୍ରାନ୍ସଫର୍ମର

କଟକ,୨୪/୧୦(ଏସଏସ ନିଉଦୀର୍ଘ ବର୍ଷ ଧରି କଟକ ସଦର ବ୍ଲକ ନିକଟରେ ଖୋଲା ମେଲା ଅବସ୍ଥାରେ ଟ୍ରାନ୍ସଫର୍ମର ପଡିରହିଛି । ବୁଲା ଗୋରୁ ଗାଇ ଭିତରକୁ ପଶୁଛନ୍ତି । ଅଘଟଣ ଘଟିଲେ ଦାଇକିଏ ରହିବ । ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ କୁହନ୍ତି।

ରାଜଧାନୀରେ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୩/୧୦(ଏସ ଏସ ନିଉଜ) ଜଗମରା ସ୍ଥିତ ଫିଟନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି।ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି଼ ପାଉଁଶ ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦମକଳ ବାହିନୀ ଦ୍ଵାରା ନିଆଁକୁ ଆୟତ୍ତକୁ ନେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଆଜିର ରାଶିଫଳ

ଭଗବତୀଶ୍ୟାମାକାଳୀପୂଜା ,୨୦୨୨ମସିହା ଅକ୍ଟୋବରମାସ ୨୪ ତାରିଖ (ସୋମବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୩୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୪/୨୩ ,ମିଥୁନ ରାଶି ର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ଓ ଅମାବାସ୍ୟାର ଶ୍ରାଦ୍ଧ ବି ମହାଳୟା ବିଧିରେ ହେବ ,ବିରି ସନ୍ଧ୍ୟାଘ୫/୩୭ ଗତେ ସ୍ତ୍ରୀ ତୈଳବର୍ଜନ, ଓ ମସ୍ୟ , ମାଂସ ଭକ୍ଷଣନିଷେଧ । ମେଷ-କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦୀଙ୍କ ବିରୋଧାଭାଷାର ଆଭାସ ମାନସିକ ଅଶାନ୍ତିର କାରଣ ହୋଇପାରେ । ଅଧିକ ଲାଭବାନ୍ ହେବା ଆଶାରଖି ଅର୍ଥ ବିନିଯୋଗ କରିପାରନ୍ତି […]

ଅବକାରୀବିଭାଗ ହାତରେ ଧରାପଡିଲା ୩୯୦କେଜିଭାଙ୍ଗ

ବାରଙ୍ଗ, ୨୩/୧୦ (ଏସଏସନିଉଜ)କଟକ ଅବକାରୀବିଭାଗ ତରଫରୁ ରବିବାରଦିନ ବାରଙ୍ଗରେ ଦୁଇଟି ସ୍ଥାନରେ ଚଢାଉ କରି ଦୁଇଜଣ ଯୁବକ ଗିରଫ କରିବା ସହିତ ୩୯୦ କେଜି ଭାଙ୍ଗ ଜବତ କରିଛନ୍ତି । ରବିବାର ସକାଳେ ଅବକାରୀବିଭାଗ ସୁପରିଟେଣ୍ଡ ଦେବାଶିଷ ପଟେଲ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଗୋଟିଏଦଳ ବାରଙ୍ଗଅଂଚଳର ନାରାଜ ମାର୍ଥପୁର ରେଲ ଷ୍ଟେସନ ଓ ତ୍ରିଶୂଳିଆ ସୁବାସ ସେତୁ ନିକଟରେ ଏକସମୟରେ ଚଢଉ କରିଥିଲେ ।ଚଢଉ କରି ଚାଉଳିଆଗଞ୍ଜ ଥାନା ଅଧିନ ଗାନ୍ଧୀପଲ୍ଲୀ ଅଂଚଳର ରଞ୍ଜିତ ମଲ୍ଲିକ ଓ […]

ଭିଜିଲାନ୍ସ ଜାଲରେ IIC

ବାଲିଗୁଡ଼ା,୨୩/୧୦(ଏସଏସନିଉଜ) ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନାIIC ଧୀରଜ ଲେଙ୍କା ।IIC ଗାଡ଼ିରୁ ୧ଲକ୍ଷ୮୦ହଜାର ଟଙ୍କା ଜବତ ହୋଇଛି ।ଗାଡିରେ କୋଟଗଡ଼ରୁ ଖଜୁରିପଦା ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ।

ଜେଲରେ ଭେଟାଭେଟି

ଭୁବନେଶ୍ୱର,୨୩/୧୦(ଏସଏସନିଉଜ)ଝାରପଡା ଜେଲରେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନୂଆ ଠିକଣା ପାଲିଟିଛି ଅନ୍ଧାରୀ କୋଠରୀ ।ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ମଧ୍ୟରେ ଜେଲରେ ଭେଟାଭେଟି ହୋଇଁଛନ୍ତି ।ଜେଲ୍ ପରିସରରେ ଥିବା କାର‌୍ୟ୍ୟାଳୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି ।ଜେଲ ଅଧିକ୍ଷକ ଓ ଫିମେଲ ୱାର୍ଡରଙ୍କ ଉପସ୍ଥିତିରେ ବାର୍ତ୍ତାଳାପ ହୋଇଥିବାର ଜଣାପଡିଛି ।

ବାତ୍ୟାର ରୂପ ନେଲା ସିତ୍ରାଙ୍ଗ

ଭୁବନେଶ୍ୱର,୨୩/୧୦(ଏସଏସନିଉଜ)ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ ଉପକୂଳ ମୁହାଁ ହେବ ସାମୁଦ୍ରିକ ଝଡ ସିତ୍ରାଙ୍ଗ । ୨୫ତାରିଖ ସକାଳ ପର୍ଯ୍ୟନ୍ତ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଅନ୍ୟପଟେ ରାଜ୍ୟର ସମସ୍ତ ସାମୁଦ୍ରିକବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି ।ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ଆଜିଠାରୁ […]