Browsing daily archive

February 8, 2023

ଆଜିର ରାଶିଫଳ

ପ୍ରେବୃଆରୀ ମାସ ୦୯ ତାରିଖ ୨୦୨୩ ମସିହା(ଗୁରୁବାର) ଫାଲଗୁନମାସ-କୃଷ୍ଣପକ୍ଷ,ତିଥି- ତୃତୀୟା, ସୁର୍ୟୋଦୟ -ପ୍ରାତଃ ଘ୦୬/୨୨ /୫୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯ /୩୦,ବୃଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଭକ୍ଷଣ ନିଷେଧ। ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି […]

ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହେଲା

ଭୁବନେଶ୍ୱର,୮ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହୋଇଛି ।ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ , ସେହି ବିବାଦହିଁ ହତ୍ୟାରକାରଣ ସାଜିଛି । ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ନବ ଶନିଙ୍କ ପାଖକୁ ଯାଇଥିଲୋ ଯିଏ ବିଜେଡିର ପରବର୍ତ୍ତୀମୁଖ୍ୟମନ୍ତ୍ରୀ ସ୍ୱପ୍ନଦେଖୁଛି , ସେ ହିଁ ହତ୍ୟାକାରୀ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ।

ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହେଲେ ରାହୁଲଦ୍ରାବିଡ

ଭୁବନେଶ୍ୱର,୮ା୨(ଏସଏସନିଉଜ) IND vs AUSପ୍ରଥମ ଟେଷ୍ଟରେ ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ରାହୁଲ ଦ୍ରାବିଡ ।ଏନେଇ କ୍ୟୁରେଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଛି ।ଭାରତ ଏବଂ ଅଷ୍ଟ୍ରେଲିଆମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟସିରିଜର ପ୍ରଥମମ୍ୟାଚ୍ ନାଗପୁର ପଡିଆରେ ଆସନ୍ତାକାଲି ଖେଳାଯିବ ।ନାଗପୁରରେ ଏକ ସ୍ପିନିଂଟ୍ରାକ୍ ପାଇଁ ରାହୁଲଦ୍ରାବିଡ଼ କରିଛନ୍ତି ଦାବି । ଭାରତପାଇଁ ଏହି ଟେଷ୍ଟସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଅଟେ ।ଭାରତ ଯଦି ଆଇସିସିୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୩ର ଫାଇନାଲରେ ସ୍ଥାନ ହାସଲକରିବାକୁ ଚାହୁଁଛି, ତେବେ ଏହି ସିରିଜ […]

୬ ବନକର୍ମଚାରୀ ଗିରଫ

ଆଠଗଡ଼, ୮ା୨(ଏସଏସନିଉଜ) ବନବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ୬ ଜଣ ବନକର୍ମଚାରୀଙ୍କୁ ଗିରଫ କରିଛି ବଡ଼ମ୍ବା ଥାନାପୋଲିସ୍। ସେମାନେ ହେଲେ ରେଞ୍ଜର ସୁବ୍ରତବେହେରା , ଫରେଷ୍ଟର ମନୋଜଦାସ , ଦୀପକସେଠୀ , ଫରେଷ୍ଟଗାର୍ଡ ସୁନାୟକମାଝୀ , କୁନାବେହେରା ଓ ପ୍ରଭାତପ୍ରଧାନ ଗିରଫ ହୋଇଛନ୍ତି।ଏହାସହ ୨ଟି ବୋଲେରୋ ଓ ମାଡ଼ମାରିବାରେ ବ୍ୟବହୃତ ୪ଟି ଠେଙ୍ଗାକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି ।    

ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ

ଭୁବନେଶ୍ୱର,୮ା୨(ଏସଏସନିଉଜ)ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ। ୨ ଦିନିଆ ଗସ୍ତରେ ଓଡ଼ିଶା ଆସିବେ । କେବେଆସିବେ ସ୍ଥିର ହୋଇନଥିବାର ସୁଚନା ଦେଇଛନ୍ତି ବିଜେପି ରାଜ୍ୟ ସଂପାଦକ କାଳିନ୍ଦୀସାମଲ ।

ମୋଦୀଙ୍କ ବ୍ଲୁ ଜ୍ୟାକେଟ୍‌ରେ ଗ୍ରୀନ୍ ମେସେଜ୍

ଭୁବନେଶ୍ୱର,୮ା୨(ଏସଏସନିଉଜ)ସଂସଦରେ ପିନ୍ଧି ସବୁଜପରିବେଶକୁ ପ୍ରୋତ୍ସାହନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ।ମୋଦିଙ୍କପାଇଁ ସିଙ୍ଗଲୟୁଜ୍ ପ୍ଲାଷ୍ଟିକବୋତଲରୁ ତିଆରି ହୋଇଛି ଜ୍ୟାକେଟ୍‌।  

ଗୋପାଳର ହେବ ନାର୍କୋଟେଷ୍ଟ

ଭୁବନେଶ୍ୱର,୮ା୨(ଏସଏସନିଉଜ)ନବଦାସ ହତ୍ୟାମାମଲାରେ ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବାକୁଯାଉଛି ନାର୍କୋ ଟେଷ୍ଟ ।ତୃତୀୟଦଫାରେ ଗୋପାଳକୁ ୫ଦିନିଆରିମାଣ୍ଡରେ ନେବାକୁ କୋର୍ଟ ଦେଇଛନ୍ତି ଅନୁମତି ।ଗୋପାଳକୁ ରିମାଣ୍ଡରେନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଦେଇଛନ୍ତି ଅନୁମତି ।ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ଉଭୟ ଟେଷ୍ଟପାଇଁ ଗୋପାଳ ସହମତଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଥିଲା ।ଅଭିଯୁକ୍ତ ଗୋପାଳଦାସଙ୍କୁ ଗୁଜରାଟ ନେଉଛି କ୍ରାଇମବ୍ରାଞ୍ଚ। ଗାନ୍ଧିନଗରରେହେବ […]

ନବଦାସଙ୍କ ଶ୍ରଦ୍ଧାଞ୍ଜଳିସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର,୮ା୨(ଏସଏସନିଉଜ)ଆସନ୍ତାକାଲି ନବଦାସଙ୍କ ଦଦଶାହ ଥିବାବେଳେ ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଯାଉଛନ୍ତି ।ମିଳିଥିବା ସୂଚନାମୁତାବକ ନବ ଦାସଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭାପାଇଁ ଝାରସୁଗୁଡା ସରବାହାଲର ହାଇସ୍କୁଲପଡିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ମିଳିଥିବା ସୂଚନାମୁତାବକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିନ ୧୨ଟା୧୫ରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବୋ ସେଠାରେ ପ୍ରାୟ ଅଧଘଣ୍ଟା ରହିବାପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବୋଅନ୍ୟପଟେ ଏହି ସଭାରେ ଝାରସୁଗୁଡା , ସମ୍ବଲପୁର ସହ […]

ଜଳୁଛି କୁଳଡିହା ଅଭୟାରଣ୍ୟ

ଭୁବନେଶ୍ୱର,୮ା୨(ଏସଏସନିଉଜ)ସୋର ଓ ଔପଦାରେଞ୍ଜ କୁଳଡିହାଅଭୟାରଣ୍ୟରେ ହୁତୁହୁତୁ ହୋଇ ଜଳୁଛିନିଆଁ। ନିଆଁକୁ ଲିଭାଇବାକୁ ବନ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଲାଗିଛନ୍ତି । ୧୫ରୁ ୨୦ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବାର ଜଣାପଡିଛି ।ଗ୍ରୀଷ୍ମପ୍ରବାହ ପୂର୍ବରୁ ଜଙ୍ଗଲରେ ଦୁଇଦୁଇଥର ନିଆଁ ଲାଗି ସାରିଲାଣି ।

ଯାଜପୁର ଓଡିଶାର ଏକ ନମ୍ବରଜିଲ୍ଲା ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଭିଡିଓକନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁରଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର‌୍ୟ୍ୟନ୍ତ ଚାଲିବ।ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା । ଧର୍ମ, ସାହିତ୍ୟ ଓ ସଂସ୍କୃତିର […]