Browsing daily archive

February 17, 2023

ଆଜିର ରାଶିଫଳ

୨୦୨୩ମସିହା ଫେବୃଆରୀମାସ ୧୮ତାରିଖ ଶନିବାର,ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ ମହାଶିବରାତ୍ରି (ଜାଗର), ଶିବଚତୁର୍ଦ୍ଦଶୀ ଉପବାସ, ହରିହରଭେଟ।ବିଶିଷ୍ଟ ଅଖଣ୍ଡଦୀପ ସମୟ:-ରାତ୍ରିଘ୧୧/୩୫ମିଗତେ ରାତ୍ରି ଘ୧୨/୨୫ମି ମଧ୍ୟେ।ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୮/୦ ,ସୂର୍ଯ୍ୟାସ୍ତ- ଘ୫/୪୩/୩୨ ,ଫାଲ୍ଗୁନ ମାସ ,କୃଷ୍ଣ ପକ୍ଷ ,ଶୌରି ବାସ ,ତିଥି- ତ୍ରୟୋଦଶୀ ରାତ୍ରି ଘ୮/୨ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ର ଶୁଦ୍ଧି।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟା ରାଶି ମାନଙ୍କର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ […]

ଅଙ୍କିତା ଜନ୍ମଦେଲା ୫ବାଘ ଶାବକ,ଗୋଟିଏ ମୃତ୍ୟୁ

ବାରଙ୍ଗ,୧୭ା୨(ଏସଏସନିଉଜ)ଗତ କିଛିଦିନର ବ୍ୟବଧାନପରେ ପ୍ରାଣୀଉଦ୍ୟାନ ନନ୍ଦନକନନର ୩୧ନମ୍ବର ଏନକ୍ଲୋଜରର ପଛପଟ ପୃଥକୀକରଣ ଏନକ୍ଲୋଜରରେ ୧୦ବର୍ଷର ସାଧାରଣବାଘୁଣୀ ଅଙ୍କିତା ତାର ଦ୍ବିତୀୟ ଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଅଙ୍କିତା ୫ଟିଶାବକକୁ ଜନ୍ମ ଦେଇଥିବାବେଳେ ଜନ୍ମର କିଛି ସମୟପରେ ଗୋଟିଏ ଶାବକର ମୃତ୍ୟୁ ହୋଇଛି। ବଂଚିରହିଥିବା ଅନ୍ୟ ଚାରୋଟିଶାବକ କେଉଁ ପ୍ରଜାତିର ଚିହ୍ନଟ ହୋଇନଥିବାବେଳେ ସମସ୍ତ ନାଲି ରଙ୍ଗର ଶାବକ ବୋଲି ଅନୁମାନ କରାଯାଉଛି।ଚାରିଶାବକ ମଧ୍ୟରୁ ପ୍ରଥମଶାବକ ଶୁକ୍ରବାରସକାଳ ୯ଟା୪୫ମିନିଟ ,ଦ୍ବିତୀୟଶାବକ ୧୦ଟା୧୫ମିନିଟ,ତୃତୀୟଶାବକ ମଧ୍ୟାନ୍ନ୧୨ଟା ୪୯ମିନିଟ, ଚତୁର୍ଥଶାବକ ଗୋଟାଏ ୧୩ମିନିଟରେ ଓ […]

ନଳକୂପରେ ବନ୍ଧାଯାଇଛି ବିଦ୍ୟୁତତାର

ବାରଙ୍ଗ,୧୭ା୨(ଏସଏସନିଉଜ)ଗୋଡିସାହି ବିଦ୍ୟୁତବିଭାଗ ଅଧୀନଥିବା ବିଭିର୍ଣ ଗ୍ରାମର କେତେକସ୍ଥାନରେ ଅତି ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଂଟି ଓ ତାର ଝୁଲିରହିଥିବାର ଦେଖିବାକୁମିଳିଛି ।ଏମିତିଏକ ଦୃଶ୍ୟ ନରାଜ ତଳଗଡ ଗ୍ରାମରେ ଦେଖିବାକୁ ମିଳିଛି ।ସିଦ୍ଧେଶ୍ୱରମନ୍ଦିର ଯିବାବାଟରେ ରହିଛି ଏକ ନଳକୁପ ।ଏହି ନଳକୁପପାଖରେ ରହିଛି ବିଦ୍ୟୁତଖୁଂଟ ।କିନ୍ତୁ ବିଦ୍ୟୁତଖୁଂଟର ସୁରକ୍ଷା ପାଇଁ ସେଠାରୁ ଏକ ତାର ଆସି ଟ୍ୟୁବୱେଲରେ ବନ୍ଧାଯାଇଛି ।ବିପଦସଂକୁଳ ଅବସ୍ଥାରେ ଏହାଥିବାରୁ ଗ୍ରାମବାସୀମାନେ ଟ୍ୟୁୱେଲରୁ ଆଉ ପାଣି ନେଉନାହାନ୍ତି ।କାଲି ଜାଗର ହୋଇଥିବାରୁ ସିଦ୍ଦେଶ୍ୱର ମନ୍ଦରରେ ବହୁ […]

ଝଲସିବ ରସୁଲଗଡ଼-ଖଣ୍ଡଗିରି ରାସ୍ତା

ଭୁବନେଶ୍ୱର,୧୭।୨(ଏସଏସ ନିଉଜ)ସମ୍ପ୍ରସାରିତ ହେବ ଓ ଝଲସିବ ରସୁଲଗଡ଼-ଖଣ୍ଡଗିରି ରାସ୍ତା। ରସୁଲଗଡ଼ରୁ ଖଣ୍ଡଗିରି NH-୧୬ ପରଖିଲେ BDA ଉପାଧ୍ୟକ୍ଷ ।G-20।ଏ-୨୦ ସମ୍ମିଳନୀ ପାଇଁ ଅନେକ ବିଦେଶୀ ପ୍ରତିନିଧି ଭୁବନେଶ୍ୱର ଆସିବେ ।ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ଭୁବନେଶ୍ୱରରେ ବୈଠକ ରହିଛି । ତେଣୁ ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ହେବ।  

ସମୁଦ୍ରରୁ ମିଳିଲା ବିଶାଳମାଛ

ଭୋଗରାଇ,୧୭।୨(ଏସଏସନିଉଜ)ଗଭୀର ସମୁଦ୍ରକୁଯାଇ ବିଶାଳମାଛ ଧରିଥିଲେ ମତ୍ସ୍ୟଜୀବୀ। ୩୮ହଜାର ଟଙ୍କାରେ ବିକ୍ରି ହେଲା ୨କ୍ବିଣ୍ଟାଲ୍‌ର ଭେକଟିମାଛ। କୋଲକାତା ବସିରହାଟ ଅଞ୍ଚଳର ଏକ ଔଷଧତିଆରି କମ୍ପାନି ମାଛଟିକୁ କିଣିନେଇଥିବାର ସୂଚନା ମିଳିଛି।୨ବର୍ଷପୂର୍ବରୁ ଏହିପରି ଏକମାଛ ପାରାଦ୍ବୀପନିକଟରେ ଧରାଯାଇଥିଲା। ମାଛଟିକୁ ଦୀଘାମୁହାଣ ମତ୍ସ୍ୟ ଅବତରଣକେନ୍ଦ୍ରକୁ ଅଣାଯାଇ ୩୫ହଜାରଟଙ୍କାରେ ବିକ୍ରି କରାଯାଇଥିଲା।