ନଳକୂପରେ ବନ୍ଧାଯାଇଛି ବିଦ୍ୟୁତତାର

ବାରଙ୍ଗ,୧୭ା୨(ଏସଏସନିଉଜ)ଗୋଡିସାହି ବିଦ୍ୟୁତବିଭାଗ ଅଧୀନଥିବା ବିଭିର୍ଣ ଗ୍ରାମର କେତେକସ୍ଥାନରେ ଅତି ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଂଟି ଓ ତାର ଝୁଲିରହିଥିବାର ଦେଖିବାକୁମିଳିଛି ।ଏମିତିଏକ ଦୃଶ୍ୟ ନରାଜ ତଳଗଡ ଗ୍ରାମରେ ଦେଖିବାକୁ ମିଳିଛି ।ସିଦ୍ଧେଶ୍ୱରମନ୍ଦିର ଯିବାବାଟରେ ରହିଛି ଏକ ନଳକୁପ ।ଏହି ନଳକୁପପାଖରେ ରହିଛି ବିଦ୍ୟୁତଖୁଂଟ ।କିନ୍ତୁ ବିଦ୍ୟୁତଖୁଂଟର ସୁରକ୍ଷା ପାଇଁ ସେଠାରୁ ଏକ ତାର ଆସି ଟ୍ୟୁବୱେଲରେ ବନ୍ଧାଯାଇଛି ।ବିପଦସଂକୁଳ ଅବସ୍ଥାରେ ଏହାଥିବାରୁ ଗ୍ରାମବାସୀମାନେ ଟ୍ୟୁୱେଲରୁ ଆଉ ପାଣି ନେଉନାହାନ୍ତି ।କାଲି ଜାଗର ହୋଇଥିବାରୁ ସିଦ୍ଦେଶ୍ୱର ମନ୍ଦରରେ ବହୁ ଶ୍ରଦ୍ଧାଳୁଙ୍କ ଜନଗହଳି ଲାଗିରହିବ ।କେହି ଜାଣିନପାରି ଏହି ଟ୍ୟୁୱେଲକୁ ବ୍ୟବହାର କଲେ ଧନଜୀବନ ହାନୀହେବାର ଆଶଙ୍କା ଥିବାର ଅନୁମାନ କରାଯାଉଛି ।ଏବିଷୟରେ ଗ୍ରାମବାସୀମାନେ ବହୁବାର ଗୋଡିସାହି ବିଦ୍ୟୁତ ବିଭାଗକୁ କହିଥିଲେ ମଧ୍ୟ ସେମାନେ ନଶୁଣିଲାପରି ରହୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Comments (0)
Add Comment