Browsing monthly archive

February 2023

ଟିକେ ସମୟ ଲାଗିବ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ନବଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ପ୍ରତିକ୍ରିୟା ରଖୁଛନ୍ତି।ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି।କେନ୍ଦ୍ରର ସହଯେ।ଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି।ତଦନ୍ତରେ ସହଯେୋଗ କରିବାକୁ CFSL ଟିମ୍ ଆସିପାରେ।ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି।ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି।ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି।ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ ବୋଲି କହିଛନ୍ତି।

ଫାଙ୍କା ଗୁଳିଫୁଟାଇ ବ୍ୟାଙ୍କ ଲୁଟିଲେ

କାମାକ୍ଷାନଗର,୩।୨(ଏସଏସ ନିଉଜ) ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌ ହୋଇଛି।୫ଲକ୍ଷ ନଗଦ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍‌ ହୋଇଛି।ଫାଙ୍କା ଗୁଳି ଫୁଟାଇ ୨ଟି ପଲସରରେ ୪ ଜଣ ଦୁର୍ବୃତ୍ତ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

୩୧ଲକ୍ଷର ନକଲି ନୋଟ୍‌ ଜବତ

ଭୁବନେଶ୍ୱର,୩।୨(ଏସଏସ ନିଉଜ)କ୍ରାଇମବ୍ରାଞ୍ଚ STF କବଜାରେ ପଡିଛି ନକଲି ନୋଟ୍‌ ମାଷ୍ଟରମାଇଣ୍ଡ।ମାଷ୍ଟରମାଇଣ୍ଡକୁ ଧରିବା ସହ ୩୧ ଲକ୍ଷର ନକଲି ନୋଟ୍‌ ଜବତ ହୋଇଛି। ମାଷ୍ଟରମାଇଣ୍ଡ କଣ୍ଟାମାଳ ଅଞ୍ଚଳର ଲିଙ୍ଗରାଜ ବେହେରା ଗିରଫ ହୋଇଥିବାବେଳେ ବଲାଙ୍ଗିର ବସ୍‌ଷ୍ଟାଣ୍ଡ ମୁଖ୍ୟ ଫାଟକ ନିକଟରେ ଚଢାଉ ବେଳେ ଗିରଫ ହୋଇଥିଲେ।

ଏୟାରଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୩ା୨(ଏସଏସନିଉଜ)ମଝିଆକାଶରେ ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ବିମାନର ଜରୁରୀ ଅବତରଣ କରିବାସହ ସମସ୍ତଯାତ୍ରୀ ସୁରକ୍ଷିତ ଅଛନ୍ତି ।ଆବୁଧାବିରୁ କାଲିକଟ ଉଡାଣ ଆରମ୍ଭ ବେଳେ ନିଆଁ ଲାଗିଲାାଉଡାଣର କିଛି ସମୟରେ ୧ ନମ୍ବର ଇଞ୍ଜିନରେ ନିଆଁ ଲାଗିଯାଇଥିଲାା

କେ ବିଶ୍ୱନାଥଙ୍କ ପରଲୋକ

ଭୁବନେଶ୍ୱର,୩ା୨(ଏସଏସନିଉଜ) ବରିଷ୍ଠ ଚଳଚ୍ଚିତ୍ରନିର୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ ହୋଇଛି ।୯୨ ବର୍ଷ ବୟସରେ କେ. ବିଶ୍ୱନାଥଙ୍କ ପରଲୋକ ହୋଇଥିବାବେଳେ ହାଇଦ୍ରାବାଦର ଏକ ଘରୋଇମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

କାରଭିତରେ ଜୀବନ୍ତ ଜଳିଗଲେ ଦମ୍ପତି

ଭୁବନେଶ୍ୱର,୩ା୨(ଏସଏସନିଉଜ) କେରଳର କୁନୁରଠାରେ ଏକ କାରରେ ନିଜ ପରିବାରସହ ଯାଉଥିବା ବେଳେ,ରାସ୍ତାରେ ହଠାତ କାରରେ ନିଆଁ ଲାଗିଯିବାରୁ ଗୋଟିଏ ଦମ୍ପତ୍ତି ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। କାରଟି ଦିଷ୍ଟ୍ରିକ୍ଟ ଗ୍ଭରନମେଣ୍ଟହସ୍ପିଟାଲ ନିକଟରେ ଯାଉଥିବାବେଳେ ନିଆଁ ଲାଗିଯାଇଥିଲା।ପଛରେ ବସିଥିବା ଚାରିଜଣ କାରଡୋର ଖୋଲି ବାହାରିଆସିଥିବାବେଳେ ଆଗଡୋର ନଖୋଲିବାରୁ ଆଗରେ ବସିଥିବା ପତିପତ୍ନୀ ଜଳନ୍ତା କାରରୁ ବାହାରି ପାରିନଥିଲେ। ତେବେ ମୃତମହିଳା ଜଣକ ଅନ୍ତଶ୍ୱତାଥିଲେ ବୋଲି ଜଣାପଡିଛି।  

ନାକେଦମ ହେଲା ଜିଆରପି, ଆରପିଏଫ ଓ ଅଗ୍ନିଶମବିଭାଗ

ଭୁବନେଶ୍ୱର,୩ା୨(ଏସଏସନିଉଜ)ଦୀର୍ଘ୪ଘଣ୍ଟା ଧରି ଜଣେ ବିକୃତମାନସିକ ବ୍ରହ୍ମପୁର ରେଳଷ୍ଟେସନରେ ଉତ୍ପାତ ଦେଖାଇଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଛି ଜିଆରପି, ଆରପିଏଫ ଓ ଅଗ୍ନିଶମ ବିଭାଗ। ଷ୍ଟେସନ ୪ନମ୍ବର ପ୍ଲାଟଫର୍ମର ଲିଫ୍ଟ ଛାତ ଉପରକୁ କୌଣସି ପ୍ରକାରେ ଚଢି ଯାଇଥିଲା। ସନ୍ଧ୍ୟା ୬ଟାରୁ ରାତି ୧୦ଟାପର୍ଯ୍ୟନ୍ତ ଛାତଉପରେ ବୁଲୁଥିଲା। ଶେଷରେ ବହୁ ପ୍ରଲୋଭନଦେଖାଇ ତାକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସେ ନିଜର ନାଁ ଓ ଠିକଣା କହିପାରୁନଥିବାର ଜଣାପଡିଛି ।

ବଢ଼ିଲା ବିଧାୟକଙ୍କ ଅଡ଼ୁଆ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ଜଗତସିଂହପୁର IICଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ମିଳିଥିବାବେଳେ ଯଦି ଆବେଦନ ଦାଖଲ ହୁଏ ତାହେଲେ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ।

ଦ୍ଵନ୍ଦରେ ମୃତଦେହ!

କେନ୍ଦୁଝର,୩।୨(ଏସଏସ ନିଉଜ) ଘଟଗାଁଥାନା ଅଧିନସ୍ତ ରୋହିଣୀଦୁମାରେ ଜଣଙ୍କର କ୍ଷତାକ୍ତ ମୃତଦେହ ଉଧାର ହୋଇଛି।ଘଟଗାଁଥାନା IIC କହୁଛନ୍ତି ବଣ୍ୟଜନ୍ତୁୁ ଆକ୍ରମଣରେ ମୃତ୍ୟୁ ଘଟିଛି।କେନ୍ଦୁଝର ACF କହୁଛନ୍ତି ତଣ୍ଟିକାଟି ହତ୍ୟା କରାଯାଇଛି। IIC ଓ ACFଙ୍କ ଭିନ୍ନ ଭିନ୍ନ ବୟାନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି।

ଦମନ’ର ହିନ୍ଦୀ ରୂପାନ୍ତର

ଭୁବନେଶ୍ୱର,୩।୧(ଏସଏସ ନିଉଜ) ଆଜି ପ୍ରେକ୍ଷାଳୟକୁ ଆସୁଛି ‘ଦମନ’ର ହିନ୍ଦୀ ରୂପାନ୍ତର। ଓଡ଼ିଶା ମାଟିର କାହାଣୀ ଦେଖିବ ସାରା ଦେଶ। ଫିଲ୍ମରେ ରହିଛି ଯୁବ ଡାକ୍ତର ସିଦ୍ଧାର୍ଥଙ୍କ ସଂଘର୍ଷର କାହାଣୀ। ପୂର୍ବରୁ ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହୋଇଛି।