Browsing monthly archive

February 2023

ଅଖଣ୍ଡକୀର୍ତ୍ତନରେ ଭାଗନେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩।୧(ଏସଏସ ନିଉଜ) ଆଜି କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କୃଷ୍ଣଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ କରିବେ ସମ୍ବୋଧନ। ଆସାମର ବରପେଟାଠାରେଆୟୋଜିତ ହେଉଛି କୃଷ୍ଣଗୁରୁ ଅଖଣ୍ଡ କୀର୍ତ୍ତନ।ଏକମାସ ଧରି ବିଶ୍ବ ଶାନ୍ତି ପାଇଁ ଅଖଣ୍ଡ କୀର୍ତ୍ତନ।

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା

ଭୁବନେଶ୍ୱର,୩।୧(ଏସଏସ ନିଉଜ)ଅଯୋଧ୍ୟାରେ ପହଞ୍ଚିଲା ରାମ ଲାଲାଙ୍କ ମୂର୍ତ୍ତି ତିଆରି ପାଇଁ ଶାଳଗ୍ରାମ ଶିଳା।ରାମଙ୍କ ପାଇଁ ନେପାଳରୁ ବିଶାଳ ଶୋଭାଯାତ୍ରା। ଜମୁଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଶିଳା ସାଢେ ୬ କୋଟି ବର୍ଷ ପୁରୁଣା।ଆଗାମୀ 2024 ଶେଷ ସୁଦ୍ଧା ଶେଷ ହେବ ମୂର୍ତ୍ତି କାମ।

ଆଜିର ରାଶିଫଳ

୩-୨-୨୦୨୩(ଶୁକ୍ରବାର)ମକର ଦି୨୧ନ,ତ୍ରୟୋଦଶୀ ରାତ୍ରିଘ୬।୪୩ ଗତେ ପଶ୍ଚିମେ ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ,ନାମକରଣ ଓ ଦୀକ୍ଷାଗ୍ରହଣ । କନ୍ୟାରାଶିର ଘାତଚନ୍ଦ୍ର । ରାତ୍ରିଘ୩।୨ଗତେ କର୍କଟ କନ୍ୟା ତୁଳାବିଛା ମକର କୁମ୍ଭ ମୀନ ବୃଷମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ଧନୁ ମୀନରାଶିମାନଙ୍କର ଘାତବାର ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବାଇଗଣ ରାତ୍ରି ଘ୬।୪୩ ଗତେ ବିରି ଭକ୍ଷଣ ନିଷେଧ । ମେଷ:-ବ୍ୟବସାୟପ୍ରତି ବିଶେଷ […]

ନନ୍ଦନକାନନରେ ପୁଣି ମୃତ୍ୟୁ

ବାରଙ୍ଗ,୨/୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁ ଲାଳନପାଳନକେନ୍ଦ୍ରରେ ରହୁଥିବା ୧୫ଦିନର ଅଣ୍ଡିରା ଧୂସରଗଧିଆ ଶାବକ ଗୁରୁବାରଦିନ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଜନ୍ତୁବିଭାଗରେଞରଙ୍କ ପରିଚାଳନା ଗତତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ଶାବକଟିର ମୃତ୍ୟୁ ଘଟିଛିବୋଲି ଆଲୋଚନା ହେଉଛି।ଏହିମୃତ୍ୟୁପରେ ସେମାନଙ୍କସଂଖ୍ୟା ହ୍ରାସପାଇ ୮ରେ ପହଚିଛି। ସୂଚନାଯୋଗ୍ୟଯେ, ଗତମାସ ୧୮ତାରିଖରେ ୨୭ନମ୍ବର(ଖ) ଏନକ୍ଲୋଜରରେ ରହୁଥିବା ଏକ ମାଈ ଧୂସର ଗଧିଆ ଥରକେ ୬ଟି ଶାବକ ଜନ୍ମ ଦେଇଥିଲା।୧୯ତାରିଖରେ ସେମାନଙ୍କ ମଧ୍ୟରୁ ୩ଶାବକଙ୍କର ମୃତ୍ୟୁ ଘଟିଥିଲା। କର୍ତ୍ତୁପକ୍ଷ ଏହାପରେ ମାଠାରୁ […]

ଚୋରିଯନ୍ତ୍ରାଂଶ ଜବତ,୩ କୋର୍ଟଚାଲଣ

ବାରଙ୍ଗ,୨।୨(ଏସଏସନିଉଜ)ନନ୍ଦନକାନନଥାନା ପୁଲିସ ଘର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫକରି ଗୁରୁବାର ଦିନ କୋର୍ଟଚାଲଣ କରିଛି। ପ୍ରକାଶଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ପଦାସାହିଠାରେ ଥିବା ଏକ ଜମିବ୍ୟବସାୟିଙ୍କ ପ୍ରୋଜେକ୍ଟରେ କାମକରୁଥିବା ଜଣେ କଣ୍ଟ୍ରାକ୍ଟରର ଷ୍ଟୋର-ରୁମରୁ କିଛିଯନ୍ତ୍ରପାତି ମଙ୍ଗଳବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ବୁଧବାର ଦିନ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୩୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ କରିଥିଲେ।ତଦନ୍ତ ସମୟରେ ଯାଜପୁରର ନରେନ୍ଦ୍ର ମଲିକ ଓରଫ ନଣ୍ଡା,ସୁବାସ ତରାଇ ଓରଫ […]

୨୧ରୁ ବିଧାନସଭା

ଭୁବନେଶ୍ୱର,୨।୨(ଏସଏସ ନିଉଜ)ଫେବ୍ରୁଆରୀ ୨୧ରୁ ବିଧାନସଭା ବଜେଟ ଅଧିବେଶନ ହେବ। ଫେବ୍ରୁଆରୀ ୨୭ରେ ଆଗତ ହେବ ରାଜ୍ୟ ବଜେଟ। ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବୋଲି ଜଣାପଡିଛି।

ନେପାଳରୁ ଅଯୋଧ୍ୟା ଆସୁଛି ଦୁର୍ଲଭଶିଳା

ଭୁବନେଶ୍ୱର,୨।୨(ଏସ ଏସ ନିଉଜ)ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିରରେ ପୂଜାପାଇବେ ପୁରୁଷୋତ୍ତମ ଶ୍ରୀମରାମଙ୍କ ସ୍ୱରୂପ । ଏହିମୂର୍ତ୍ତି ନିର୍ମାଣ ପାଇଁ ଆସିଛି ଦୁର୍ଲଭ ଶିଳା।ବିରଳ ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ଶ୍ରୀରାମ ଓ ମାସୀତାଙ୍କ ଭବ୍ୟମୂର୍ତ୍ତି ।ନେପାଳରୁ ଅଯୋଧ୍ୟା ଅଭିମୁଖେ କଡା ସୁରକ୍ଷା ଭିତରେ ଯାଉଛି ୨ଟିବିରଳ ଶାଳଗ୍ରାମର ବିଶାଳ ସ୍ୱତନ୍ତ୍ରଶିଳା । ଏବେ ଏହିଶିଳାକୁ ନେଇ ଚାରିଆଡେ ଚର୍ଚ୍ଚା ଯୋରଧରିଛି।ଆସୁଥିବା ବାଟରେ ଲୋକମାନେ ରୋକି ପୂଜର୍ଜନା କରିବା ସହ ଶ୍ରୀରାମ ଧ୍ୱନିରେ କମ୍ପୁଛି ପୁରାପରିବେଶ ।

ପାଇଖାନାଟାଙ୍କିରେ ମିଳିଲା ୧୨ଖଣ୍ଡ କାଗଜ!

ଭୁବନେଶ୍ୱର,୨।୧(ଏସଏସ ନିଉଜ)ନବଦାସ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଞ୍ଚ।ଝାରସୁଗୁଡ଼ା ଏୟାରପୋର୍ଟଥାନା ପାଇଖାନା ଟାଙ୍କିରୁ ମିଳିଛି କାଗଜ।ପାଇଖାନାଟାଙ୍କି ତାଡ଼ି କାଲିଠାରୁ ଖୋଜାଖୋଜି କରୁଥିଲା କ୍ରାଇମବ୍ରାଞ୍ଚ।ନାଲିରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖା କାଗଜ ମିଳିଥିବା ସୂଚନା ମିଳିଛି। ମିଳିଥିବା କାଗଜ ଟୁକୁଡ଼ା ଗୋପାଳର ହୋଇଥିବା ମିଳିଲା ସୂଚନା ରହିଛି।ହତ୍ୟାକାଣ୍ଡଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା।ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା।ଜେରାକାଳରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ।

ମାଲବାହୀଟ୍ରେନ ଲାଇନଚ୍ୟୁତ

କୋରାପୁଟ,୨।୧(ଏସଏସ ନିଉଜ) ଶିବଲିଙ୍ଗପୁରମ୍ ନିକଟରେ ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି।

ନୂତନ ତାଲିମକେନ୍ଦ୍ର ଉଦଘାଟିତ

ମେଣ୍ଢାଶାଳ,୧।୨ (ଏସଏସନିଉଜ) ଛତାବର ପାଖରେ ଥିବା ମହାତ୍ମାଗାନ୍ଧୀ ଜେଲ ଏକାଡେମୀ ପରିସରରେ ମଙ୍ଗଳବାର ଦିନ ଏକ ନୂତନ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଜେଲ ବିଭାଗ ଡିଜି ମନୋଜ କୁମାର ଛାପ୍ରା ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ଶୁଭକାନ୍ତ ମିଶ୍ର, ଡେ଼ପୁଟି ଡ଼ାଇରେକ୍ଟର ମନୋଜ କୁମାର ମହାଳିକ,ଆଡ଼ସିନାଲ ଡ଼ାଇରେକ୍ଟର ବିରକିଶୋର ଦାସ,ଆସିଷ୍ଟାଣ୍ଡ ଡ଼ାଇରେକ୍ଟର (ଟ୍ରେନିଂ) ସମୀର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତାଲିମ ଗ୍ରହଣ କରିଥିବା ଜେଲ ବିଭାଗ କର୍ମଚାରୀଙ୍କୁ ଜେଲସଂସ୍କାର ଉପରେ […]