Browsing monthly archive

February 2023

୩୦ଲକ୍ଷର ଗଞ୍ଜେଇ ଜବତ

ଲମତାପୁଟ,୨୩ା୨(ଏସଏସନିଉଜ) ମାଛକୁଣ୍ଡପୋଲିସ ଦ୍ବାରା ୩କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି।ଏହି ଗଞେଇକୁ ମୁଲିଆପୁଟ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବେଳେ ଜବତ କରିଛିପୋଲିସ । ଜବତଗଞ୍ଜେଇର ଆନୁମାନିକମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ବାଲେଶ୍ବର,୨୩ା୨(ଏସଏସନିଉଜ) ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ସହକାରୀଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଅଜୟସେନାପତି ହେଉଛନ୍ତି ବାଲେଶ୍ବର ପୂର୍ତ୍ତଡିଭିଜନ-୨ରସହକାରୀଯନ୍ତ୍ରୀ । ଆୟ ବର୍ହିଭୂତସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବାବେଳେ ଏକକାଳିନ । ବାଲେଶ୍ବର , ପୁରୀ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି ।  

ଆମ୍ବୁଲାନ୍ସରେ ଗଞ୍ଜେଇ

ସବୁର୍ଣ୍ଣପୁର,୨୩ା୨(ଏସଏସନିଉଜ) ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ଧରାପଡ଼ିଛି ।ବୌଦ୍ଧରୁ ରାୟପୁର ଚାଲାଣବେଳେ ବ୍ଲକଛକରୁ ଧରାପଡ଼ିଛି ।ଜବତହୋଇଥିବା ୪କ୍ବିଣ୍ଟାଲ୨୦କେଜି ଗଞ୍ଜେଇର ମୂଲ୍ୟ ୪୦ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି ।

୮ସହରରେ ସହରାଞ୍ଚଳ ପ୍ରାଥମିକସ୍ବାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର,୨୩ା୨(ଏସଏସନିଉଜ)ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟମିସନ ଅଧୀନରେ ହେବ ସ୍ବାସ୍ଥ୍ୟକେନ୍ଦ୍ରାଏହି ୮ ଟିସହର ହେଉଛି ଯାଜପୁର, ବ୍ୟାସନଗର, ରାଇରଙ୍ଗପୁର, ସୋର,ମାଲକାନଗିରି, ରାଜଗାଙ୍ଗପୁର, ତାଳଚେର ଓ କଟକ ଝୋଲାସାହି ବୋଲି ଜଣାପଡିଛି ।  

ଏଥର ଜଟଣୀରୁ କ୍ୟାପଟେନ ମନ୍ମଥରାଉତରାୟ

ଜଟଣୀ ,୨୩ା୨(ଏସଏସନିଉଜ)ଏଥର ଜଟଣୀଆସନରେ କଂଗ୍ରେସପକ୍ଷରୁ ନିର୍ବାଚନଲଢିବେ କ୍ୟାପଟେନ ମନ୍ମଥରାଉତରାୟ । ବରିଷ୍ଟ କଂଗ୍ରେସନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କ ସାନପୁଅ ହେଉଛନ୍ତି ମନ୍ମଥ । ଆଉ ନିର୍ବାଚନ ଲଢିବେନିବୋଲି ଘୋଷଣାକଲେ ସୁରେଶ ରାଉତରାୟ । ମୋତେ ୮୦ବର୍ଷ ହେଲାଣି। ମୋ ସାନପୁଅ କଂଗ୍ରେସ ଟିକେଟରୁ ଲଢିବ।ମୁଁ ୫୫ବର୍ଷ କଂଗ୍ରେସରେ ରହିଛି। ମୋ ସାନପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ ବୋଲି ପ୍ରେସ୍‌ମିଟ୍‌ରେ ଏଭଳି କିଛି ସୂଚନାଦେଇଛନ୍ତି ବରିଷ୍ଠ କଂଗ୍ରେସନେତା ସୁର ରାଉତରାୟ।  

ଶଇତାନ ସ୍ବାମୀ

ରାୟଗଡା,୨୩ା୨(ଏସଏସନିଉଜ)ସ୍ତ୍ରୀକୁ ହତ୍ୟାପରେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛିାଛୁରୀରେ ବେକକାଟି ସ୍ତ୍ରୀକୁ ହତ୍ୟା କରିଛି ଶଇତାନ ସ୍ବାମୀା ସ୍ତ୍ରୀକୁ ହତ୍ୟାପରେ ନିଜର ବେକକାଟି ଆତ୍ମହତ୍ୟା ଉଦ୍ୟମ କରିଛି ।ରାୟଗଡା କାଶିପୁର ଖଡିକାଯଡିଗାଁରେ ଘଟିଛି ଏହିଭଳି ଘଟଣାାଘରୋଇ କଳହରୁ ହତ୍ୟା ହୋଇଥିବା ସୂଚନା ମିଳିଛି ।  

କେନ୍ଦ୍ରସରକାରଙ୍କ ନୂଆ ନିଷ୍ପତ୍ତି

ଭୁବନେଶ୍ୱର,୨୩ା୨(ଏସଏସନିଉଜ)କେନ୍ଦ୍ରସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତିଅନୁଯାୟୀ ପ୍ରଥମଶ୍ରେଣୀରେ ନାମଲେଖାପାଇଁ ବୟସସୀମା ୬ ବର୍ଷ ରଖାଯାଇଥିବାବେଳେ ନୂଆ ଶିକ୍ଷାନୀତିଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ରସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ।

ବାମରାଷ୍ଟେସନରେ ସବୁଟ୍ରେନ୍ ରହିବ

ଭୁବନେଶ୍ୱର,୨୩ା୨(ଏସଏସନିଉଜ)ବାମରାଷ୍ଟେସନରେ ପୂର୍ବରୁ ରହୁଥିବା ସବୁଟ୍ରେନ୍ ଏବେ ବି ରହିବା ନିର୍ଦ୍ଦେଶନାମା ଜାରିକଲେ ଚକ୍ରଧରପୁର ରେଲୱେDRM  ବାମରା ଷ୍ଟେସନମ୍ୟାନେଜରଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ବାମରା ଷ୍ଟେସନ୍‌ରେ ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ପୁନର୍ବାର ରହଣିଦାବିରେ ବାମରା ରେଳକ୍ରିୟାନୁଷ୍ଠାନକମିଟି ପକ୍ଷରୁ ସକାଳ୬ରୁ ଆନ୍ଦୋଳନ କରାଯାଇଥିଲା ।ରେଳଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳାଙ୍କ ଧାରଣାରେ ବସିବାରୁ ରେଳଚଳାଚଳ ବାଧାପ୍ରାପ୍ତର ହୋଇଥିଲା ।

ଆଜିର ରାଶିଫଳ

୨୦୨୩ ମସିହା ଫେବୃଆରୀ ମାସ ୨୩ ତାରିଖ ଗୁରୁବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୪/୪୬ ,ସୂର୍ଯ୍ୟାସ୍ତ- ଘ୫/୪୫/୪୨ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ବୃହସ୍ପତି ବାସ ,ତିଥି- ଚତୁର୍ଥ.ନକ୍ଷତ୍ର- ରେବତୀ ,ଘାତଚନ୍ଦ୍ର-ଧନୁରାଶିର ରାତ୍ରି ଘ୪/୨୮ମି ପରେ ମେଷରାଶିର ଘାତଚନ୍ଦ୍ର।ଘାତବାର-ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଭକ୍ଷଣ ନିଷେଧ।ଅଶୁଭ ବେଳା-କାଳ ଓ ବାରବେଳା- ଦିବା ଘ୨/୫୨ମି ରୁ କାଳରାତ୍ରି- ରାତ୍ରି ଘ୧୧/୫୯ମି ରୁ ଘ୧/୩୨ମି ପର୍ଯ୍ୟନ୍ତ। ମେଷ:-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ […]

ନନ୍ଦନକାନନରେ ଆରମ୍ଭହେଲା ଖରାଦିନିଆ ପ୍ରସ୍ତୁତି

ବାରଙ୍ଗ, ୨୨ା୨(ଏସଏସନିଉଜ) ଧିରେଧିରେ ଫେବୃଆରୀମାସରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି।ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷାପାଇଁ ଚଳିତବର୍ଷ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ। ପ୍ରାଣୀଉଦ୍ୟାନର ୨୧୩ ଖୁଆଡରେ ରହୁଥିବା ୧୬୨ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଗୁଆ ଉଦ୍ୟମ ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ।ଗ୍ରୀଷ୍ମତାପରେ ଯେମିତି ବନ୍ୟପ୍ରାଣୀ ପ୍ରଭାବିତ ନହୁଅନ୍ତି ସେଥିପାଇଁ ଜୀବଜନ୍ତୁମାନେ ରହୁଥିବା ବାସସ୍ଥଳୀକୁ ବାଉଁଶତାଟ ଓ ନଡାଛପର କରାଯିବା ସହିତ ନିୟମିତ ବ୍ୟବଧାନରେ ପାଣି ଛିଞ୍ଚାଯିବ।ପାଇଁ ବ୍ୟବସ୍ଥା ହେଉଛି ।ଏହାସହ ବିଭିର୍ଣ […]