ନନ୍ଦନକାନନରେ ଆରମ୍ଭହେଲା ଖରାଦିନିଆ ପ୍ରସ୍ତୁତି

ବାରଙ୍ଗ, ୨୨ା୨(ଏସଏସନିଉଜ) ଧିରେଧିରେ ଫେବୃଆରୀମାସରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି।ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷାପାଇଁ ଚଳିତବର୍ଷ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ। ପ୍ରାଣୀଉଦ୍ୟାନର ୨୧୩ ଖୁଆଡରେ ରହୁଥିବା ୧୬୨ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଗୁଆ ଉଦ୍ୟମ ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ।ଗ୍ରୀଷ୍ମତାପରେ ଯେମିତି ବନ୍ୟପ୍ରାଣୀ ପ୍ରଭାବିତ ନହୁଅନ୍ତି ସେଥିପାଇଁ ଜୀବଜନ୍ତୁମାନେ ରହୁଥିବା ବାସସ୍ଥଳୀକୁ ବାଉଁଶତାଟ ଓ ନଡାଛପର କରାଯିବା ସହିତ ନିୟମିତ ବ୍ୟବଧାନରେ ପାଣି ଛିଞ୍ଚାଯିବ।ପାଇଁ ବ୍ୟବସ୍ଥା ହେଉଛି ।ଏହାସହ ବିଭିର୍ଣ ଜୀବଜନ୍ତୁମାନଙ୍କୁ ପିଇବାକୁ ଦିଆଯାଉଥିବା ପିଇବାପାଣିରେ ବରଫ ମିଶାଇବାର ବ୍ୟବସ୍ଥା ମଧ୍ୟ ହେଉଛି । ସିମ୍ପାଜି ଓ ମାଙ୍କଡମାନଙ୍କୁ ପଇଡପାଣି,ଭାଲୁ,ହାତୀ,ଜଳହସ୍ତୀ ଆଦି ଜନ୍ତୁଙ୍କପାଇଁ ତରଭୁଜ ,ଆଖୁ ଆଦି ଶରୀରକୁ ଥଣ୍ଡା ରଖୁଥିବା ଫଳ ,ଖାଦ୍ୟ ପାନୀୟ ଦିଆଯିବାର ଯୋଜନା କରାଯାଉଛି ।ଖୋଲା ଆକାଶତଳେ ରହୁଥିବା ଚଢେଇ ଏନକ୍ଲୋଜରଗୁଡିକୁ ଗ୍ରିଷ୍ମପ୍ରବାହ ଅଧିକ କ୍ଷତିକାରକ ହୋଇଥିବାରୁ ଗ୍ରୀଷ୍ମପ୍ରକୋପରୁ ସୁରକ୍ଷାପାଇଁ ଏନକ୍ଲୋଜରରେ ଆଗ୍ରୋନେଟ୍ ବ୍ୟବସ୍ଥା କରାଯିବ।ଜୀବଜନ୍ତୁ ଗାଧୋଇବାପାଇଁ ଉବ୍ଦିଷ୍ଟପାଣି ଗ୍ରିଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବାରମ୍ବାର ବଦଳାଯିବ।ଏହା ସତ୍ତ୍ବେ ଯେଉଁ ଜୀବଜନ୍ତୁମାନେ କୈାଣସି ସମୟରେ ହାଲିଆ ତଥା ଦୁର୍ବଳ ଅନୁଭବ କରିବେ ସେମାନଙ୍କପାଇଁ ଇଲୋକ୍ରାଲ,ମଲ୍ଟିଭିଟାମିନ ଟାବଲେଟ୍ ଆଦି ଦେବାର ବ୍ୟବସ୍ଥା କରାଯିବ।ଆବଶ୍ୟକ ପଡିଲେ ଜନ୍ତୁ ଏନକ୍ଲୋଜରରେ ଏସି ଲଗାଯିବ।ଗ୍ରିଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ଦେଖାଶୁଣା ପାଇଁ ଜଣେ ବରିଷ୍ଠ ଚିକିତ୍ସକ ,ଜଣେ ରେଞରଙ୍କ ସମେତ ୬ଜଣିଆ କର୍ମଚାରୀଙ୍କୁ ନେଇ ଏକଟିମ୍ ଗଠନ କରାଯାଇ ଏହି ଟିମ୍ ଦିନ ତମାମ ସମସ୍ତ ଏନକ୍ଲୋଜର ବୁଲି ତଦାରଖ କରିବେ ବୋଲି ଜଣାପଡିଛି ।ଆସନ୍ତା ମାର୍ଚ୍ଚ ପହିଲାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି ।

 

Comments (0)
Add Comment