Browsing daily archive

March 12, 2023

ଆରମ୍ଭହେଲା ଦାରୁଠେଙ୍ଗର ପ୍ରସିଦ୍ଧ ପଞ୍ଚୁଦୋଳମେଳଣ

ମେଣ୍ଢାଶାଳ,୧୨ା୩(ଏସଏସନିଉଜ) ଭୁବନେଶ୍ବରଉପକଣ୍ଠ ଦାରୁଠେଙ୍ଗଗ୍ରାମର ପ୍ରସିଦ୍ଧ ପ୍ରଭୁପରମେଶ୍ବରଦେବଙ୍କ ପଞ୍ଚୁ ଦୋଳମେଳଣ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ପାଞ୍ଚଦିନଧରି ଚାଲିବ ।ପ୍ରଥମସନ୍ଧ୍ୟାରେ ଠାକୁରଙ୍କୁ ଏକ ସୁସଜ୍ଜିତବିମାନରେ ବସାଯାଇ ଗ୍ରାମପରିକ୍ରମା କରାଯିବ ।ଏଥିରେ ପ୍ରଭୁ ପରମେଶ୍ବରଦେବ . ଚନ୍ଦ୍ରଶେଖରଦେବ .ଗୋପାଳଜିଉଦେବ. ରାଧାକୃଷ୍ଣ ଦେବ (ନୁଆଠାକୁର) ଓ କଣ୍ଟାବାଡର ଗୋପିନାଥଦେବ ସାମିଲ ହେବେ । ଏକ ବିରାଟ ପଟୁଆରରେ ଦାରୁଠେଙ୍ଗ ସାତସାହିର ପ୍ରମୁଖମେଢ଼ର ଶୋଭାଯାତ୍ରାରେ ପ୍ରଭୂ ବାହାରିଛନ୍ତି । ପ୍ରଥମମେଢ଼ ଭାବେ ପ୍ରଧାନସାହି ପକ୍ଷରୁ ସୁସଜ୍ଜିତ ଘୋଡ଼ା ସହ ରଙ୍ଗବାଜା. […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୩ ତାରିଖ ୨୦୨୩ ମସିହା(ସୋମବାର)ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୯/୧୨ ଗତେ ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୨/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୧୯ ,ମିଥୁନ ରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ନିମ୍ୱ ରାତ୍ରି ଘ୦୯/୧୩ ଗତେ ତାଳଭକ୍ଷଣ ନିଷେଧ ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟଧରି ଅପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପଦୃଷ୍ଟିରୁ ମାନସିକସ୍ତରରେ କଷ୍ଟ […]

୧୫ରୁ ଡ୍ରାଇଭର ସଂଘର ଆନ୍ଦୋଳନ !

ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଆସନ୍ତା୧୫ରୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଧର୍ମଘଟ ଡାକରା ଦେଇଛି। ସବୁବର୍ଗର ଡ୍ରାଇଭର ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବେ। ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହେବେ। ପ୍ରେସମିଟରେ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ତିଗିରିଆ ଜଙ୍ଗଲରେ ନିଆଁ

ତିଗିରଆ, ୧୦।୩(ଏସଏସ ନିଉଜ)ତିଗିରିଆ ଜଗନ୍ନାଥ ମନ୍ଦିର ପଛରେଥିବା ଏକ ଜଙ୍ଗଲରେ ଲାଗିଛି ନିଆଁ l ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ ତିଗିରିଆ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛନ୍ତି lକେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଆଶାଙ୍କା କରାଯାଉଛି l

ଗ୍ୟାସଟାଙ୍କିରେ ଗଞ୍ଜେଇ ଚାଲାଣ

ବ୍ରହ୍ମପୁର,୧୨।୩,(ଏସଏସ ନିଉଜ) ଗ୍ୟାସ ଟାଙ୍କିରେ ଗଞ୍ଜେଇ ଚାଲଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ତିନିଜଣ।ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ଏମାନଙ୍କୁ ଧରିଛି। ଗ୍ୟାସ୍‌ ଟାଙ୍କିକୁ ମଝିରୁ କାଟି ଭିତରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ।୨୫ କେଜି ଗଞ୍ଜେଇ ସହ ୨ ବାଇକ୍‌ ଜବତ କରିଛି ପୋଲିସ।

ପିକଅପ୍ ଭ୍ୟାନ୍ ନେଲା ୩ଜୀବନ

ଅନୁଗୋଳ,୧୨।୩(ଏସଏସ ନିଉଜ)ପିକଅପ୍ ଭ୍ୟାନ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତୁବରଣ କରିଛନ୍ତି।ଏନ୍ଏଚ୍ ୫୫ର ସାନ୍ତରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ମୃତକ ନିକଟସ୍ଥ କୁଲେଇ ଗାଁର ସୂଚନା ମିଳିଥିବାବେଳେ ସେମାନେ ଜରପଡ଼ା ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିବାର ଜଣାପଡିଛି।

ଜିଲ୍ଲାପାଳଙ୍କୁ H3N2 ଚିଠି

ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଓଡ଼ିଶାରେ H3N2 ସଂକ୍ରମିତ ଚିହ୍ନଟ ହେବା ଘଟଣାରେ ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି କରିଛନ୍ତି।ଇନ୍‌ଫ୍ଲୁଏଞ୍ଜା ଭଳି ଅସୁସ୍ଥତାର ସର୍ଭେଲାନ୍ସ ପାଇଁ ହୋଇଛି ଚିଠି।ଜଟିଳ ଫୁସ୍‌ଫୁସ ସଂକ୍ରମଣର ସର୍ଭେଲାନ୍ସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଜନସ୍ବାସ୍ଥ୍ୟ ରକ୍ଷା ଓ ଗହଳି ରୋକିବା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।