Browsing monthly archive

March 2023

ଜଙ୍ଗଲରେ ଜଳୁଛି ନିଆଁ

ଭୁବନେଶ୍ୱର,୧୪।୩(ଏସଏସ ନିଉଜ)ସାରା ଓଡ଼ିଶାରେ ଜଳୁଛି ଜଙ୍ଗଲ।ଯେଉଁଥିପାଇଁ ଜଙ୍ଗଲ ବିଭାଗର ଚିନ୍ତା ବଢିଯାଇଛି। ୨୦୦ ଟପିଲା ବଡ଼ ଧରଣର ଜଙ୍ଗଲ ନିଆଁ।ଯାହାଫଳରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ଦୁର୍ଘଟଣାପାଇଁ ମାଟ୍ରିକପରୀକ୍ଷା ବାତିଲ

ଆନନ୍ଦପୁର,୧୪।୩(ଏସଏସ ନିଉଜ)ଦୁର୍ଘଟଣା ଯୋଗୁଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।୨ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବାରୁ ପରୀକ୍ଷାର୍ଥୀ ଗୁରୁତର ହୋଇ ଥିଲେ। ମାଟ୍ରିକପରୀକ୍ଷା ଦେବାକୁ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ବି.ଏନ୍ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟୁଛି।

ମାଛକୁଣ୍ଡ ପୁଲିସକୁ ସଫଳତା

ଲମତାପୁଟ,୧୪।୩(ଏସଏସ ନିଉଜ) କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ପୁଣି ସଫଳତା। ମାଛକୁଣ୍ଡ ଥାନା ନିକଟ ବିଜାଗୁଡ଼ାରୁ ୧୫୯ କେଜି ୮୦୦ ଗ୍ରାମ୍ ଓଜନ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଆଜିର ରାଶିଫଳ

ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ୦୮/୦୭ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୧/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୩୯ ,ମକର ରାଶିର ଘାତବାର ,ସପ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ରାତ୍ରି ଘ୦୮/୦୮ ଗତେ ନଡ଼ିଆ ଭକ୍ଷଣ ନିଷେଧ ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର […]

୧୫ରୁ ପଶ୍ଚିମାଝଡ଼

ଭୁବନେଶ୍ୱର,୧୩ା୩(ଏସଏସନିଉଜ)ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ରହିଛି । ୧୫ରେ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।୧୬ ଓ ୧୭ରେ ବିଜୁଳି-ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଆକଳନ କରିଛି ।

ସରକାରଙ୍କ ଚିନ୍ତା ବଢ଼ିଲା

ଭୁବନେଶ୍ୱର,୧୩ା୩(ଏସଏସନିଉଜ)ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ନେଇ ସରକାରଙ୍କ ଚିନ୍ତା ବଢ଼ିଲା । ୧୮ହଜାରରୁ ଅଧିକପିଲା ପ୍ରଥମଦିନ ଅନୁପସ୍ଥିତ ରହିଛନ୍ତି ।ଡ୍ରପଆଉଟ ପିଲାଙ୍କୁ ଚିହ୍ନଟ କରାଯିବ ବୋଲି କହିଛନ୍ତି ଗଣଶିକ୍ଷାସଚିବା ଘରକୁଘର ବୁଲି ସର୍ଭେ ହେବା ସହ ଡ୍ରପଆଉଟ ପିଲାଙ୍କୁ ଧନ୍ଦାମୂଳକଶିକ୍ଷା ଦେବାକୁ କାଉନସେଲିଂ କରାଯିବା ପ୍ରଥମ ପର‌୍ୟ୍ୟାୟରେ ୧୭ବର୍ଷରୁ ଅଧିକପିଲାଙ୍କୁ ଏଥିରେ ସାମିଲ କରାଯିବ।

ପ୍ରଚଣ୍ଡ ଶବ୍ଦରେ ଥରିଲା ୪ଜିଲ୍ଲା

ଭ୍ରଦକ ,୧୩ା୩(ଏସଏସନିଉଜ)ଭ୍ରଦକ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡଶବ୍ଦ । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।୪ଜିଲ୍ଲା ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। କୋଠାଘର ଥରିବା ସାଙ୍ଗକୁ ହଲିଲା କବାଟ, ଝରକା। ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିାଁ

ମାଟ୍ରିକପିଲାଙ୍କୁ ମହୁମାଛି ଆକ୍ରମଣ

କେନ୍ଦୁଝର,୧୩ା୩(ଏସଏସନିଉଜ) ହରିଚନ୍ଦନପୁର ବାଳିକା ଉଚ୍ଚବିଦ୍ୟାଳୟରେ ମାଟ୍ରିକପରୀକ୍ଷା ଦେବାକୁ ଯାଉଥିବା ୫୦ରୁ ଉର୍ଦ୍ଧ୍ଵ ପିଲା ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ।ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।  

ଗଞେଇ ସହ କାର ଜବତ

ଆସିକା, ୧୩ା୩(ଏସଏସନିଉଜ)କବିସୂର୍ଯ୍ୟନଗର  ମୁଖ୍ୟରାସ୍ତାରେ ଗଞ୍ଜେଇ ଚୋରାଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ଓ ଗୋଇନ୍ଦାବିଭାଗ ସଂସ୍ଥା ମିଳିତରେ ଚଢ଼ାଉ କରିଛନ୍ତି ।ଏହି ଚଢଉ ସମୟରେ ଜଣଙ୍କୁ ଗିରଫକରିବାସହ ସେମାନଙ୍କଠାରୁ ୭୦କିଲୋ ଗଞ୍ଜେଇ ସହ ଏକ କାରକୁ ଜବତ କରିଛନ୍ତି ।

୩୫ ଲକ୍ଷର କଫ୍ ସିରପ୍ ଜବତ !

ବଲାଙ୍ଗିର ,୧୩ା୩(ଏସଏସନିଉଜ) ବଲାଙ୍ଗିର ପୋଲିସ ଆରମ୍ଭ କରିଛି ମିଶନ କ୍ଲିନ୍ କଫ୍ ସିରପ୍‌.ାଏଥିରେ ୧୨ହଜାର୯୬୦ବୋତଲ କଫସିରପ ଜବତ.ଜବତ କରିବାରେ ସକ୍ଷମ ହୋଇଛି ।ଜବତ କଫ୍ ସିରପ୍‌ର ମୂଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଏହାସହ ଗୋଟିଏ ଏସ୍‌ୟୁଭି , ୨ଟିପିକଅପ୍ , ଗୋଟିଏଭ୍ୟାନ୍ , ୨ବାଇକ୍ ଓ.୧୭ଟିମୋବାଇଲ ସହ ଗୋଟିଏ ଦେଶୀ ପିସ୍ତଲ ମଧ୍ୟ ଜବତ. କରିଥିବାର ଜଣାପଡିଛି ।ଏହାସହ ଏକ କୋଲକାତାକମ୍ପାନୀର ୨ଲକ୍ଷଟଙ୍କା ଫ୍ରିଜ୍ କରିଛି ପୋଲିସ ।