Browsing monthly archive

May 2023

ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ

ଭୁବନେଶ୍ୱର,୩।୫(ଏସଏସନିଉଜ)ଇଚ୍ଛାପୁରମରେ ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ ।ବ୍ରିଜ ମଝିରେ ଲଟକି ରହିଛି ମାଲ ବୋଝଇ ଟ୍ରକ।ଭୁଶୁଡ଼ିପଡିଛି ଗଞ୍ଜାମ ଓ ଆନ୍ଧ୍ରକୁ ଯୋଗ କରୁଥିବା ବ୍ରିଜ ।ଭୁଶୁଡ଼ି ଥିବା ବ୍ରିଜଟି ୧୯୨୬ ମସିହା ବ୍ରିଟିଶ ଅମଳର ହୋଇଥିବା ବେଳେ ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩।୫(ଏସଏସ ନିଉଜ)କାଲି ଓଡ଼ିଶାଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁର ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟର କାର୍ଯ୍ୟସୂଚୀ ଆସି ପହଂଚିଛି। ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ।ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।୪ଟା୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ସିଧା ଦୁବାଇ

ଭୁବନେଶ୍ୱର,୩।୫(ଏସଏସ ନିଉଜ)ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ତାଙ୍କ ସୂଚନା ମୁତାବକ ମେ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ ହେବ।ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ ବୋଲି କହିଛନ୍ତି।

୨ ଶାରୀ ନନ୍ଦନକାନନ ଆସିଲା

ବାରଙ୍ଗ,୨।୫(ଏସଏସନିଉଜ) ପୁରୀ ଡିଭିଜନ ନିମାପଡା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଦୁଇ ଶାରୀ ମଙ୍ଗଳବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାରୀ ଦୁଇଟିକୁ ଜଣେ ବ୍ୟକ୍ତି ନିଜ ଘରେ ରଖି ଲାଳନପାଳନ କରୁଥିଲେ।ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗର କର୍ମଚାରୀମାନେ ଦୁଇଟି ଶାରୀକୁ ଉଦ୍ଧାର କରିଥିଲେ।ନନ୍ଦନକାନନ କର୍ତ୍ତୁପକ୍ଷ ଶାରୀ ଦୁଇଟିକୁ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବନ୍ୟପ୍ରାଣୀ ଚିକିତ୍ସାଳୟ କ୍ବାରେଣ୍ଟାଇନ ପୃଥକୀକରଣ ଏନକ୍ଲୋଜରରେ ରଖିଛନ୍ତି ।ଏହି ଦୁଇ ଶାରୀଙ୍କ ବୟସ ପାଖାପାଖି […]

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୩ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୧/୧୨ ,ସୂର୍ଯ୍ୟାସ୍ତ- ଘ୬/୬/୮ ,ବୈଶାଖମାସ ,ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୫୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଘାତଚନ୍ଦ୍ର–ବୃଷ ରାଶିର ଘାତଚନ୍ଦ୍ର।ଘାତ ବାର–କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ରାତ୍ରି ଘ୯/୪୨ମି ପରେ ୨।୪।୬।୭।୯।୧୧। ୧୩।୧୫।୧୬।୧୮। ୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରା ଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଘ୧୧/୫୭ମି ପରେ ବିରି ଭକ୍ଷଣ ନିଷେଧ।ଅଶୁଭ ବେଳା-କାଳବେଳା ଦିବା ଘ୮/୮ମି ରୁ ଘ୧୦/୯ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୨/୨୮ମି ରୁ […]

ବାତ୍ୟାପାଇଁ ସବୁବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୫(ଏସଏସନିଉଜ)ବାତ୍ୟାପ୍ରବଣ ମେମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ SRC ସତ୍ୟବ୍ରତ ସାହୁ ପ୍ରେସମିଟରେ ସୂଚନା ଦେଇଛନ୍ତି।ପୂର୍ବରୁ ମେରେ ବାତ୍ୟା ହେଉଥିବାରୁ, ଆମେ ପ୍ରସ୍ତୁତି କରିଛୁ।ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି।NDRF, ଓଡ୍ରାଫ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି।୬ତାରିଖ ସୁଦ୍ଧା କେବଳ […]

ରାସ୍ତାକଡ଼ରେ ୩ ମୃତଦେହ !

ସୁନ୍ଦରଗଡ଼,୨।୫(ଏସଏସ ନିଉଜ) ହେମଗିରଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲପମ୍ପ ନିକଟ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ। ମୃତକଙ୍କ ମଧ୍ୟରେ ଜଣଙ୍କର ପରିଚୟ ମିଳିପାରି ନଥିବାବେଳେ ଅନ୍ୟ ଦୁଇଜଣ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ।ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୬ ସୁଦ୍ଧା ଘୂର୍ଣ୍ଣିବଳୟ !

ଭୁବନେଶ୍ୱର,୨ା୫(ଏସଏସନିଉଜ)ବଙ୍ଗୋପସାଗରରେ ୬ତାରିଖସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଦେଖାଦେଇଛି। ଘୂର୍ଣ୍ଣିବଳୟପ୍ରଭାବରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ଘଣ୍ଟା ପରେ ହୋଇପାରେ ଲଘୁଚାପ କ୍ଷେତ୍ରାଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନାନେଇ ପାଣିପାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବକି ନା ତାହା ସ୍ପଷ୍ଟ ହୋଇନି ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ

ଭୁବନେଶ୍ୱର,୨ା୫(ଏସଏସନିଉଜ)ଓଡ଼ିଶାରେ ସବୁ ସୀମାନ୍ତଜିଲ୍ଲାରେ ହାଇଆର୍ଲଟ ଜାରି କରାଯାଇଛି ।ଛତିଶଗଡ଼ରେ ମାଓହମଲା ପରେ ସୀମାନ୍ତଜିଲ୍ଲାରେ ହାଇଆଲର୍ଟ ଜାରିସହ ସବୁସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି। ଏନେଇ ଏଡିଜି ଅପରେସନ ଅମିତାଭଠାକୁରଙ୍କ ସୂଚନା ଦେଇଛନ୍ତି। ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି!ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତଜିଲ୍ଲାକୁ ସିଲ କରିଦିଆଯାଇଛି। ମାଓକ୍ୟାମ୍ପରେ ମହିଳାମାଓବାଦୀଙ୍କୁଯୌନଶୋଷଣ କରାଯାଉଛି।ଯେତେବେଳେ ମହିଳାମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେମାନେ ଏଭଳିକାହାଣୀ ପୋଲିସ ଆଗରେ କହୁଛନ୍ତି। ସମସ୍ତ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବାକୁ […]

୫ଲକ୍ଷ ଟଙ୍କାର ବିଦ୍ୟୁତତାର ଜବତ !

ସୁବର୍ଣ୍ଣପୁର,୨ା୫(ଏସଏସନିଉଜ) ବିନିକାଥାନା ଅଂଚଳରୁ ଚୋରୀହୋଇଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତତାରକୁ ବଲାରଙ୍ଗା ଗ୍ରାମବାସୀ ଜବତକରିଛନ୍ତି । ବିଳମ୍ବିତ ରାତିରେ ଚୋରମାନେ ବିଦ୍ୟୁତତାର ଚୋରି କରି ପିକଅପ ଭ୍ୟାନରେ ନେଇ ଯାଉଥିବାବେଳେ ବଲାରଙ୍ଗା ଗ୍ରାମବାସୀ ଗାଡିକୁ ଅଟକରଖି ପୋଲିସକୁ ଡାକି ଜିମାଦେଇଛନ୍ତି ।ଜବତ ହୋଇଥିବା ୧୦ରୁ ୧୨ ବଣ୍ଡଲ ବିଦ୍ୟୁତତାରର ଆନୁମାନିକ ମୁଲ୍ୟ ୫ଲକ୍ଷ ହେବ ବୋଲି ଜଣାପଡିଛି ।ବିଦ୍ୟୁତତାର ସହ କଟର , ପିକଅପ ଗାଡ଼ିକୁ ଜବତ କରିଛି ବିନିକାଥାନା ପୋଲିସ