Browsing monthly archive

May 2023

ବନ୍ଧାହେଲେ ୨ଯୁବକ

ଜଟଣୀ,୧୭।୫(ଏସଏସନିଉଜ)ଜଟଣୀ ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଦୁଇ ଯୁବକଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌ ହାଜତକୁ ପଠାଇଛି ଜଟଣୀଥାନା ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅରୁଗୁଳ ବଣିଆସାହିର ଅସିତ୍‌ ସାହୁ ଓରଫ୍ ତପୁନା(୨୧) ଓ ଡେଲାଙ୍ଗ ଥାନା ଯମୁନା ତଳସାହିର ସୌମ୍ୟରଞ୍ଜନ ଦାସ ଓରଫ୍‌ ସୋମୁ (୧୯)। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ , ୬ଟି ଗୁଳି , ୧୦ ହଜାର ଟଙ୍କା ଓ ଗୋଟିଏ ପଲ୍‌ସର ବାଇକ୍ ଜବତ କରିଛି ପୋଲିସ।

ଝାରସୁଗୁଡ଼ାରେ ଲଜ୍ଜା

ଝାରସୁଗୁଡ଼ା,୧୭।୫(ଏସଏସନିଉଜ)ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଭଳି ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି । ଲଖନପୁର ଥାନାଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯିବା ସହ ନାବାଳିକାଙ୍କର ବୟାନ ମଧ୍ୟ ରେକର୍ଡ ହୋଇଛି। ସୂଚନାଅନୁସାରେ , ୫ ମାସ ତଳେ ନାବାଳିକା ଜଣଙ୍କ […]

ସ୍କୁଟିକୁ ଧକାଦେଲା ବସ

ହିଞ୍ଜଳିକାଟୁ,୧୭।୫(ଏସଏସ ନିଉଜ) ସାରୁ ମଝିରେ ଇସାର ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣା ଘଟିଛି।ସଂକଟ ତାରିଣୀ ନାମକ ବସଟି ରାସ୍ତାପାର ହେଉଥିବା ଜଣେ ସ୍କୁଟି ଚାଳକକୁ ଧକା ଦେଇଛି।ସ୍କୁଟିରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ମୃତୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରରଖାନା ନେବାବାଟରେ ମୃତୁ ହୋଇଛି। ମୃତକ ଦ୍ବୟ ହିଞ୍ଜିଳିକାଟୁର ହୋଇଥିବା ଜଣଙ୍କର ବୟସ ୨୭ ଓ ଅନ୍ୟଜଣଙ୍କର ୨୮ ବୋଲି ଜଣାପଡିଛି।(ଆସ୍କାରୁ କୈଳାଶ ଚନ୍ଦ୍ର ମହାରଣାଙ୍କ ରିପୋର୍ଟ)

ଆଜିର ରାଶିଫଳ

୧୮-୫-୨୦୨୩(ଗୁରୁବାର)ମେଷରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଦିବା ଘ୨।୫୮ ଗତେ ଘ୬।୧୨ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୪ ଗତେ ଘ୧।୭ ମଧ୍ୟେ କାଳରାତ୍ରି । ଚତୁର୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବିରି ଭକ୍ଷଣ ନିଷେଧ । ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ।ଅମୃତ- ଦିବା ଘ୨।୪୯ ଗତେ ଘ୫।୧୩ ମଧ୍ୟେ ରାତ୍ରି ଘ୭।୦ ଗତେ ଘ୯।୨୪ ମଧ୍ୟେ ଘ୧୨।୩୬ ଗତେ ଘ୩।୦ ମଧ୍ୟେ […]

ଖୁସି ମନାଇଲେ ଦାରୁଠେଙ୍ଗ ଗ୍ରାମବାସୀ

ବାରଙ୍ଗ,୧୭।୫(ଏସଏସନିଉଜ)ଆଶ୍ୱସ୍ତି ପାଇଲେ ଦାରୁଠେଙ୍ଗ ଗ୍ରାମବାସୀ । ଦୀର୍ଘ ୧୫ ବର୍ଷ ଧରି କରିଆସୁଥିବା ଦାବି ଶେଷରେ ସରକାର ଶୁଣିଛନ୍ତି । ଆଜି ଠାରୁ ଅର୍ଥାତ୍ ବୁଧବାର ଠାରୁ ସବୁଦିନ ପାଇଁ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଭୁଆସୁଣୀ ଡମ୍ପିଙ୍ଗ ୱାଡ ରେ ପଡ଼ୁଥିବା ଅଳିଆ ଆଉ ପଡ଼ିବ ନାହିଁ । ଯାହାକୁ ନେଇ ଗ୍ରାମବାସୀ ମାନେ ବେଶ୍ ଖୁସି ଥିବା ଜଣାପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଦାରୁଠେଙ୍ଗ ଯାତ୍ରା ପଡିଆ ଠାରେ ଆୟୋଜନ କରାଯାଇଥିଲା […]

ଆହତଙ୍କୁ ଡାକ୍ତରଖାନା ନେଲେ ଯୁବକ

ବାରଙ୍ଗ, ୧୭/୫ (ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟ ମା କନକଦୁର୍ଗା ମନ୍ଦିର ସମ୍ମୁଖ ରେଳଧାରଣାରେ ଟ୍ରେନ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।ତାଙ୍କର ବାମ ହାତ କଟି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଯୁବକ ଜଣକ ହେଉଛନ୍ତି ଚୌଦ୍ଵାର କୟଳପଡ଼ା ଶିମିଳିହାଣ୍ଡ ଗ୍ରାମର ଅର୍ଜୁନ ଦାସଙ୍କ ପୁଅ ଅଭିମନ୍ୟୁ ଦାସ(୩୬)।ଘଟଣା ପରେ ସ୍ଥାନୀୟ ଯୁବକମାନେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକଙ୍କ କହିବା […]

ଏମିତି ଦିଶିବ କଟକ ଓ ପୁରୀ ରେଳଷ୍ଟେସନ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଏହା ହେଉଛି କଟକ ଓ ପୁରୀ ରେଳଷ୍ଟେସନର ଦୃଶ୍ୟ ।ନୁଆରୁପରେ ଶୋଭାପାଇବାକୁ ଯାଉଛି ଉଭୟ ରେଳଷ୍ଟେସନାଆସନ୍ତାକାଲି କଟକ ଓ ପୁରୀ ରେଳଷ୍ଟେସନ ନବୀକରଣ କାର‌୍ୟ୍ୟର ଶିଳାନ୍ୟାସ ହେବାକୁ ଯାଉଛି । ଉଭୟ ରେଳଷ୍ଟେସନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଯୋଗେ ଉଭୟ ଷ୍ଟେସନ କାର‌୍ୟ୍ୟର ଶିଳାନ୍ୟାସ କରିବେ ।

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ବେଙ୍ଗଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାରପୋର୍ଟରୁ ଟେକ୍ ଅଫ୍ ନେଇପାରିଲାନି ।ଯାହାଫଳରେ ଭୁବନେଶ୍ୱର ଆସୁଥିବା ଫ୍ଲାଇଟକୁ ବାତିଲ କରିଛନ୍ତି ଇଣ୍ଡିଗୋ କର୍ତ୍ତୃପକ୍ଷ ।ସନ୍ଧ୍ୟା ୬ଟା ୪୦ରେ ବେଙ୍ଗଲୁରୁ ଏୟାରପୋର୍ଟ ଛାଡ଼ିବାର ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।

ଆମେରିକା ଯିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଷ୍ଟ୍ରପତି ଜୋ. ବାଇଡେନଙ୍କ ଆମନ୍ତ୍ରଣ କ୍ରମେ ଆମେରିକା ଯିବେ ପ୍ରଧାନମନ୍ତ୍ରୀାହ୍ୱାଇଟ୍ ହାଉସରେ ବାଇଡେନଙ୍କ ସହ ରାତ୍ରଭୋଜନ କାର‌୍ୟ୍ୟକ୍ରମ ରହିଥିବାର ଜଣାପଡିଛି ।

କାଶକାରାଶ୍ରମ ସମ୍ମୁଖରେ ଦୁର୍ଘଟଣା

ମେଣ୍ଢାଶାଳ, ୧୭ା୫ (ଏସଏସନିଉଜ)ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ମୁକ୍ତାକାଶ କାରାଶ୍ରମ ସମ୍ମୁଖରେ ଦୁର୍ଘଟଣା ଘଟି ବୁଧବାରଦିନ ମଦନପୁରଗାଁର ମଂଟୁନାୟକ ନାମକ ବ୍ୟକ୍ତି ଗୁରୁତରଆହତ ହୋଇଛନ୍ତି ।ମଂଟୁ ମେଣ୍ଢାଶାଳ ପଟରୁ ବାଇକ ଯୋଗେ ଆସୁଥିବାବେଳେ ପଛପଟରୁ ଏକ ଟାଟାଏସି ଗାଡିଆସି ତାଙ୍କୁ ଧକ୍କାଦେଇଥିଲା ଫଳରେ ସେ ବାଇକରୁ ଛିଟିକି ଘୁଷୁଡି ପଡିଥିଲେ ।ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରାସ୍ଥ ଗାଡିଦୁଇଟିକୁ ଜବତକରିବା ସହ ଆହତଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)