Browsing daily archive

July 3, 2023

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୪ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୧୫/୫୦ ,ସୂର୍ଯ୍ୟାସ୍ତ- ଘ୬/୨୫/୪୬ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ତିଥି- ପ୍ରତିପଦ୍ ଦିବା ଘ୧/୩୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ୮/୫୯ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼ା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ। ଦିବା ଘ୧/୩୮ମିପରେ ଉତ୍ତରଦିଗରେ। ମଙ୍ଗଳବାର, ତିଥିଦୋଷ, ବୈଧୃତିଯୋଗ, ରବିସପ୍ତ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର, ଦିବା ଘ୨/୧୮ମି ପରେ ସିଂହ ରାଶିର ଘାତଚନ୍ଦ୍ର। ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦ ଓ ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]

୨୭ଜଣଙ୍କ ଅଭିଯୋଗଶୁଣିଲେ ଜିଲ୍ଲାପାଳ

ବାରଙ୍ଗ,୩।୭(ଏସଏସନିଉଜ) ବାରଙ୍ଗବ୍ଲକ  କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣି ଅଭିଯୋଗରେ କଟକ ଉପ-ଜିଲ୍ଲାପାଳ କମଲଜିତ ଦାସ ଉପସ୍ଥିତ ରହି ଆସିଥିବା୨୭ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ।ଅଭିଯୋଗ ଭିତରେ ରାସନ ଏକ ମୁଖ୍ୟ ସମସ୍ୟା ରହିଥିଲା। ଜୟପୁର ଏବଂ ମଧୁବନ ଗ୍ରାମର ଡିଲରଙ୍କ ଲାଇସେନ୍ସ ଦୀର୍ଘଦିନ ହେବ ନବୀକରଣ କରାଯାଉନଥିବା ଅଭିଯୋଗ ହୋଇଥିଲା।ସେହିପରି ଚଣ୍ଡୀପ୍ରସାଦ ଗ୍ରାମର ସମସ୍ତ ପିଡିଏସ ହିତାଧିକାରୀ ଦୀର୍ଘ ୫ କିଲୋମିଟର ଅତିକ୍ରମକରି ଦେଉଳି ଗ୍ରାମକୁ ରାସନପାଇଁ ଯାଉଥିବାର ମଧ୍ୟ […]

୫ପଞ୍ଚାୟତକୁ ଗଡିଲା ମୋବସ୍

ବାରଙ୍ଗ,୩ା୭(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଜନସାଧାରଣଙ୍କପାଇଁ ମାଷ୍ଟର କ୍ୟାଣ୍ଟିନଛକରୁ ଦାଢା,କଲ୍ୟାଣପୁର, ବରିମୁଣ୍ଡ, ଇଞଣା,ରଘୁନାଥପୁର ଆଦି ୫ପଞ୍ଚାୟତକୁ ସୋମବାର ମୋବସ୍ ସେବା ଶୁଭାରମ୍ଭ କରାଯାଇଛି।ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତକୁମାରରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆବାଡେଇ ପତକା ଦେଖାଇ ମୋବସ୍ ସେବାର ଶୁଭାରମ୍ଭ କରିଥିଲେ।ପ୍ରତିଦିନ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନରୁ ଗୋଟିଏବସ୍ ସକାଳସମୟରୁ ବାହାରି ରସୁଲଗଡ ,ହାଇଟେକଛକ ଦେଇ ମଞ୍ଚେଶ୍ବରଗାଁ ଦେଇ ଜରିପାଟଣା, ବରିମୁଣ୍ଡ,କଲ୍ୟାଣପୁର,ଗଣ୍ଡରପୁର,ବାଲିପଡା,କେନ୍ଦୁପାଟଣା ବାରଙ୍ଗବ୍ଲକର କାନପୁରଛକ ଦେଇ ଶ୍ରୀବନ୍ତପୁର,କଣ୍ଟାପାଟଣା,ବାରଙ୍ଗ ବ୍ଲକ,ବାରଙ୍ଗଥାନାଦେଇ ନନ୍ଦନକାନନଛକ ଦେଇ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନ ଛକରେ ପୁଣି ପହଞ୍ଚିବ।ପ୍ରତିଦିନ ଏହି ରୁଟରେ […]

ହୋଟେଲରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା,୩।୭(ଏସଏସନିଉଜ) ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଜଟଣୀ ସୀତାରାମ ଛକନିକଟ ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି। କାଲି ଯୁବତୀ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ, ରାତିରେ ଯୁବକ ଜଣଙ୍କ ହୋଟେଲରୁ ଯାଇ ଆଉ ଆସିନଥିଲେ। ସକାଳେ ଯୁବତୀଙ୍କ ଝୁଲନ୍ତା ମୃତଦେହ ହୋଟେଲ ଷ୍ଟାଫ ଦେଖିଥିଲେ।