୨୭ଜଣଙ୍କ ଅଭିଯୋଗଶୁଣିଲେ ଜିଲ୍ଲାପାଳ

ବାରଙ୍ଗ,୩।୭(ଏସଏସନିଉଜ) ବାରଙ୍ଗବ୍ଲକ  କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣି ଅଭିଯୋଗରେ କଟକ ଉପ-ଜିଲ୍ଲାପାଳ କମଲଜିତ ଦାସ ଉପସ୍ଥିତ ରହି ଆସିଥିବା୨୭ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ।ଅଭିଯୋଗ ଭିତରେ ରାସନ ଏକ ମୁଖ୍ୟ ସମସ୍ୟା ରହିଥିଲା। ଜୟପୁର ଏବଂ ମଧୁବନ ଗ୍ରାମର ଡିଲରଙ୍କ ଲାଇସେନ୍ସ ଦୀର୍ଘଦିନ ହେବ ନବୀକରଣ କରାଯାଉନଥିବା ଅଭିଯୋଗ ହୋଇଥିଲା।ସେହିପରି ଚଣ୍ଡୀପ୍ରସାଦ ଗ୍ରାମର ସମସ୍ତ ପିଡିଏସ ହିତାଧିକାରୀ ଦୀର୍ଘ ୫ କିଲୋମିଟର ଅତିକ୍ରମକରି ଦେଉଳି ଗ୍ରାମକୁ ରାସନପାଇଁ ଯାଉଥିବାର ମଧ୍ୟ ଅଭିଯୋଗରେ କରାଯାଇଥିଲା।ସେହିପରି ଭତ୍ତା,ଘର,ରାସ୍ତା ଆଦି ବିଭିନ୍ନ ସମସ୍ୟାନେଇ ଆସିଥିବା ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଏଥିରେ ବିଭିର୍ଣବିଭାଗର ପଦାଧିକାରୀମାନଙ୍କ ସହ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ତେବେ ଜିଲାପାଳଙ୍କ ଜନଶୁଣାଣୀପାଇଁ  ଧାର୍ଯ୍ୟହେଉଥିବା ତାରିଖ ବିଷୟରେ ସାଧାରଣ ରେ ସଠିକ ଭାବେ ସୂଚନା ଦିଆଯାଉ ନଥିବାର ଅଭିଯୋଗ ହେଉଅଛି।

 

Comments (0)
Add Comment