Browsing monthly archive

August 2023

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ଝୁଲଣଯାତ୍ରାଶେଷ, ଦିବାଘ୧୦/୩୫ମି ମଧ୍ୟେ ଶରଣଶେଷ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୪/୩୩ ,ସୂର୍ଯ୍ୟାସ୍ତ-ଘ୫/୫୯/୫ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି-ଦ୍ବିତୀୟା ରାତ୍ରି ଘ୧୨/୧୦ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଦିବା ଘ୩/୫୩ମିପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଭାଦ୍ର ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରିଘ୧୨/୧୦ମିପରେ ଆଗ୍ନେୟକୋଣରେ। ଶନିଯୁକ୍ତପରେ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ଦିବା ଘ୧୦/୩୫ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ– ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା- ବାର […]

ନନ୍ଦନକାନନକୁ ଆସିଲେ ନୂଆଅତିଥି

ବାରଙ୍ଗ,୩୧ା୮(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଗୁରୁବାରଦିନ ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଛନ୍ତି ।ଯାହାଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିପାଇଛି । ତେଲେଙ୍ଗାନାର ଜନ୍ ଗ୍ରୋଭ୍ ଆଣ୍ଡ ଫାର୍ମଏହି ନୁତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି ।ଏହି ନୁଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କଦ୍ୱାରା କରାଯାଇଛି ।ଆସିଥିବା ୪ଜଣଅତିଥିଙ୍କୁ କ୍ୱାରେଟଂଟାଇନରେ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ […]

ବିଶ୍ୱକପ୍‌ କ୍ରିକେଟପାଇଁ ଟିକେଟ୍‌ ବିକ୍ରି

ଭୁବନେଶ୍ୱର,୩୧।୮(ଏସଏସନିଉଜ)ODI ବିଶ୍ୱକପ୍‌ କ୍ରିକେଟ- ୨୦୨୩ର ୩ଟିମ୍ୟାଚ୍‌ପାଇଁ ଟିକେଟ୍‌ ବିକ୍ରି ଆଜି ଆରମ୍ଭ ହୋଇଛି।ଚେନ୍ନାଇ, ଦିଲ୍ଲୀ, ପୁଣେରେ ଭାରତର ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି lତିନି ମ୍ୟାଚ୍‌ର ଅନ୍‌ଲାଇନରେ ଟିକେଟ୍‌ ବିକ୍ରି ନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି l ସେପ୍ଟେମ୍ବର ୧,୨, ୩ରେ ଭାରତର ଅନ୍ୟ ମ୍ୟାଚ୍‌ର ଟିକେଟ ମିଳିବ lସେପ୍ଟେମ୍ବର ୧୫ରେ ସେମି ଫାଇନାଲ ଓ ଫାଇନାଲ ପାଇଁ ଟିକେଟ୍‌ ବିକ୍ରି ହୋଇଛି।ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ରେ ସରିବ ବିଶ୍ୱକପ୍‌ […]

ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍

କାମାକ୍ଷାନଗର,୩୧।୮(ଏସଏସନିଉଜ)ମାଡ଼ିଗଲା ଟ୍ରକ୍‌, ରାସ୍ତାରେ ଶୋଇଥିବା ଗୋରୁ ଉପରେ ଟ୍ରକ ମାଡିଯିବାରୁ ୧୩ ଗୋରୁଙ୍କ ମୃତୁ ହୋଇଛି।ପରଜଙ୍ଗ ଥାନା ବାରିହାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।ଗୋରୁଙ୍କୁ ଧକ୍କା ଦେଇ ଚା’ଦୋକାନ ଆଡ଼କୁ ମାଡ଼ିଯାଇ ଥିଲା ଟ୍ରକ୍‌।ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚା’ ଦୋକାନୀ। ଦୁର୍ଘଟଣା ପରେ ଟ୍ରକ୍‌ ସହ ଡ୍ରାଇଭର ଚମ୍ପଟ ମରିଥିବାର ଜଣାପଡିଛି।

ଭାରତ ଆସିବେନି ଜିନପିଙ୍ଗ୍

ଭୁବନେଶ୍ୱର,୩୧।୮(ଏସଏସ ନିଉଜ)ଭାରତ ଆସିବେନି ଚୀନ୍ ରାଷ୍ଟ୍ରପତି ସି- ଜିନପିଙ୍ଗ୍।ଆସନ୍ତା ସପ୍ତାହରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଆସିବେନି।ରଏଟର୍ସକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ପ୍ରଚାର ଚାଲିଛି।

୨୧ରେ ବାଚସ୍ପତି ନିର୍ବାଚନ

  ଭୁବନେଶ୍ୱର,୩୧।୮(ଏସଏସନିଉଜ)ଖୁବଶୀଘ୍ର ବଧାନସଭା ବାଚସ୍ପତି ପଦକୁ ନେଇ ହଟିବ ସସପେନ୍ସ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିପାଇଁ ୧୮ରେ ନାମାଙ୍କନ ଦାଖଲ କରାଯିବ । ପ୍ରାୟ ୪ ମାସ ପରେ ପୂରଣ ହେବ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ବାଚସ୍ପତିପଦ ।ଏହାସହ ୨୨ରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି।ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ୨୨ରୁ ଆରମ୍ଭ ହୋଇ […]

କଏଦୀଙ୍କ ଆଣ୍ଠୁରେ ଲାଗିବ GPS

ଭୁବନେଶ୍ୱର,୩୧।୮(ଏସଏସନିଉଜ)ଅଭ୍ୟାସଗତ ଅପରାଧୀ ଙ୍କ ଗୋଡ଼ରେ ଲାଗିବାକୁ ଯାଉଛି GPS।୭ବର୍ଷରୁ କମ ସଜ୍ଜା ପାଉଥିବା କଏଦୀଙ୍କ ଗୋଡ଼ରେ ଲାଗିବ।ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଛି।ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ ଚୌଦ୍ବାରରେ ଲାଗିବ।ପୂର୍ବରୁ ଭାରତର କୌଣସି ଜେଲରେ ଏପରି ବ୍ୟବସ୍ଥା ନଥିବାର ଜଣାପଡିଛି।

ଛିନ୍‌ତାଇ ରାକେଟ୍‌ର ୪ ଗିରଫ

ଜୟପୁର,୩୧।୮(ଏସଏସନିଉଜ) ଧରାପଡ଼ିଲା ଚେନ୍‌ ସ୍ନାଚିଂ ରାକେଟର ଗ୍ୟାଙ୍ଗର ୪ଜଣିଆ ସଦସ୍ୟ।କୋରାପୁଟ, ଜୟପୁର ଓ ନବରଙ୍ଗପୁରରେ ସ୍ନାଚିଂ କରୁଥିଲେ।୩ ଟାଉନ ଥାନା ପୋଲିସର ମିଳିତ ଅପରେସନ୍‌ରେ ଧରାପଡ଼ିଲେ।୩ ଲୁଟେରାଙ୍କଠାରୁ ସୁନା କିଣିଥିବାବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି।ଲୁଟ୍‌ ସୁନାକୁ ଫାଇନାନ୍ସ ସଂସ୍ଥାରେ ବନ୍ଧକ ଦେଇ ଦେଢ଼ ଲକ୍ଷ ଆଣିଥିବାର ଜଣାପଡିଛି।

ରାଜନଗରରେ ପୁଣି ଟାଣିନେଲା କୁମ୍ଭୀର

ଭୁବନେଶ୍ୱର,୩୧।୮(ଏସଏସନିଉଜ)ବ୍ରାହ୍ମଣୀନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଲା କୁମ୍ଭୀର। ପୂର୍ବରୁ ୨ମାସ ମଧ୍ୟରେ ୪ଜଣଙ୍କୁ ଟାଣି ନେଇଛି କୁମ୍ଭୀର।ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରୀ ଆରମ୍ଭ ହୋଇଥିଲେ ମଧ୍ୟ ଭାସ୍କରଙ୍କ ଅଦ୍ୟାବଧି ପତା ମିଳିପାରିନାହିଁ।

କଳାହାଣ୍ତିରୁ ଆରମ୍ଭହେଲା ବିମାନସେବା

କଳାହାଣ୍ତି,୩୧।୮(ଏସଏସନିଉଜ) କଳାହାଣ୍ତିବାସୀଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠୁ କାଳହାଣ୍ତିରେ ଆରମ୍ଭ ହୋଇଛି ବିମାନସେବା। କଳାହାଣ୍ତିଜିଲ୍ଲା କେସିଙ୍ଗାବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜିଠୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହାସହ ବିମାନ ବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନଏୟାରର ଏକ […]