Browsing monthly archive

November 2023

ଆଜିର ରାଶିଫଳ

କେଦାରବ୍ରତ, ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ,୨୬-୧୧-୨୦୨୩(ରବିବାର)ଅଦ୍ଯ ବିଛା ଦି୧୦ନ,ଚତୁର୍ଦ୍ଦଶୀ ଦ୨୩।୫୦ ଦିଘ୩।୩୭,ଦ୍ବିଜା ଦ୨୧।୨ ଦିଘ ୨।୩୦,ମେଷ ଚନ୍ଦ୍ର ଦ୩୫।୩୪ ରାଘ୮।୧୯।ଯୋଗିନୀ ପଶ୍ଚିମେ । ଦିବା ଘ୩।୩୭ ଗତେ ବାୟବ୍ୟେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୨।୩୦ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶୁଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ରାତ୍ରି ଘ୮।୧୯ ଗତେ […]

ଆୟୁର୍ବେଦରେ ସର୍ପାଘାତର ଉପଚାର

ବାରଙ୍ଗ,୨୪।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଆୟୁର୍ବେଦରେ ସର୍ପାଘାତ ଉପଚାର ଶୀର୍ଷକୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଦୀପା ବିନୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ସେମିନାରରେ ରାଜ୍ୟ ବାହାରୁ ଆଭାସି ମାଧ୍ୟମରେ ୧୧ଟି ଗବେଷଣା ତ୍ମକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଏହି ସେମିନାରରେ ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଦୁର୍ଗାପ୍ରସାଦ […]

ଉଦ୍ଧାରହାତୀ ନନ୍ଦନକାନନ ଆସିଲା

ବାରଙ୍ଗ,୨୪।୧୧ (ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ମଇଦାନକେଲ ସଂରଖିତ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୩ ମାସର ମାଇ ହାତୀ ଛୁଆ ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗି ସଂକ୍ରମଣ ହୋଇଯାଇଛି। ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , ଏହି ଛୁଆ ହାତୀଟି ମାଠାରୁ ଅଲଗା କରି ଚିକିତ୍ସା ପାଇଁ ଏଠାକୁ ଅଣାଯାଇଛି। […]

ବାରଙ୍ଗ କାର୍ତିକେଶ୍ୱର ଭଷାଣି

ବାରଙ୍ଗ,୨୪ା୧୧(ଏସଏସନିଉଜ) ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତ୍ତିକେଶ୍ବର ପୂଜାକୁନେଇ ଚଳଚଂଚଳ ହୋଇଉଠିଲାଣି ବାରଙ୍ଗ ଓ ଏହାର ଆଖପାଖ ଅଂଚଳ ।ପାଖାପାଖି ୧୦୦ରୁ ଉର୍ଦ୍ଧ ପୁଜାମଣ୍ଡପରେ ପ୍ରଭୂ କାର୍ତିକେଶ୍ୱର ପୁଜା ପାଇବେ ।ଏଥର ୯ଦିନଧରି କାର୍ତିକେଶ୍ୱର ପୁଜା ଚାଲିବାକୁଥିବାବେଳେ ଡିସେମ୍ବର୬ତାରିଖରେ ଭଷାଣି ହେବ ।ଭଷାଣିରେ ୩୧ଟିମେଢ ସାମିଲ ହେଉଥିବାବେଳେ ଦାଢାପାଟଣାର ୧୩ଟିମେଢ ସାମୁହିକ ଭଷାଣିରେ ସାମିଲ ନହୋଇ ଉକ୍ତଦିନ ଦାଢାପାଟଣା ଗାଁରେ ଭାଷାଣିକରି ପୁରୀମେନ କେନାଲରେ ବିସର୍ଜନ କରିବେ ।ତେବେ କାର୍ତିକେଶ୍ୱର ପୁଜାରେ ଦାଢାପାଟଣାରେ ସର୍ବାଧିକ ମେଢ ହେଉଥିବା ବେଳେ […]

୩ଦିନଧରି ଚାଲିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

ବାରଙ୍ଗ,୨୪ା୧୧(ଏସଏସନିଉଜ) ଏଥର ଜମିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ । ନଭେମ୍ବର ୨୬ ତାରିଖରୁ ନଭେମ୍ବର ୨୮ ପର‌୍ୟ୍ୟନ୍ତ ୩ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବରେ ମୁଖ୍ୟ ଆର୍କଷଣ ସାଜିବ ମହିଳା ପାଇକ ଆଖଡ଼ା , ଛଉନୃତ୍ୟ , ଓଡିଶୀନୃତ୍ୟ ଏବଂ ମେଲୋଡି କାର‌୍ୟ୍ୟକ୍ରମ । କାର୍ତ୍ତିକପୂର୍ଣ୍ଣିମା ଦିନ ସକାଳେ ପୂର୍ଣତୋୟା ପ୍ରାଚୀନଦୀରେ ତଥା ପୁରୀ ମୁଖ୍ୟକେନାଲରେ ବୋଇତ ବନ୍ଦାଣ କାର‌୍ୟ୍ୟକ୍ରମ ସମାପନ ପରେ ସଂନ୍ଧ୍ୟାରେ ମହୋତ୍ସବ ସମାରୋହର ମଞ୍ଚକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଉଦଘାଟନ କରିବେ । ଏହାସହିତ […]

ଧବଳେଶ୍ୱରଙ୍କ କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ

କଟକ,୨୫।୧୧(ଏସଏସନିଉଜ)ଧବଳେଶ୍ୱର ମନ୍ଦିର ମୁଖ୍ୟଦ୍ୱାର କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ। କାଲିଠୁ ଦର୍ଶନରୁ ବଞ୍ଚିତଥିଲେ ଶ୍ରଦ୍ଧାଳୁ। ଆଜି ଦ୍ୱାର ଭାଙ୍ଗି ଦର୍ଶନ କରିଛନ୍ତି ।ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ବଡ଼ଓଷାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପୂଜକଙ୍କ ପ୍ରତିବାଦକୁ ମାନିଲେନି ପ୍ରଶାସନ।ପୂଜକ ଆଲୋଚନା ବିଫଳରୁ ଆଜି ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି।

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୫ତାରିଖ ଶନିବାର। ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ଡ଼ାଳିକିଆ ବା ତ୍ରିବିକ୍ରମ ବେଶ, ଶିବୋତ୍ଥାପନ, ବଡ଼ ଓଷା, ବୈକୁଣ୍ଠ ଚତୁର୍ଦ୍ଦଶୀ, ଶିବ ଚତୁର୍ଦ୍ଦଶ୍ୟୁପବାସଃ ଓ ବେଢ଼ା ପରିକ୍ରମା।ସୁର୍ଯ୍ୟୋଦୟ- ଘ୬/୪/୪୫ ,ସୂର୍ଯ୍ୟାସ୍ତ- ଘ୫/୨/୨୭ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ତ୍ରୟୋଦଶୀ ଅପରାହ୍ନ ଘ୫/୧୫ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବା ଘ୩/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଅପରାହ୍ନ ଘ୫/୧୫ମି ପରେ ପଶ୍ଚିମ ଦିଗରେ। ଶନିବାର ରିକ୍ତାତିଥି, ବ୍ୟତିପାତ ଯୋଗ ହେତୁ ଯାତ୍ରା […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୪ତାରିଖ ଶୁକ୍ରବାର। ଗରୁଡ଼ ଉତ୍ଥାପନ, ତୁଳସୀ ବିବାହ, ଶ୍ରୀଜୀଉଙ୍କର ବାଙ୍କଚୂଡ଼ା ବେଶ, ଶୁଦ୍ଧକାଳ ଆରମ୍ଭ।ସୁର୍ଯ୍ୟୋଦୟ- ଘ୬/୩/୨୯ ,ସୂର୍ଯ୍ୟାସ୍ତ- ଘ୫/୨/୩୩ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଦ୍ବାଦଶୀ ରାତ୍ରି ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୭/୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ବ୍ୟତିପାତ ଯୋଗ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଧନୁ ରାଶିର ଏବଂ ଦିବା ଘ୪/୪୦ମି ପରେ ମେଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର […]

ଘୋଡାରୁପଡି ଶ୍ରିତମ ଆହତ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ବାଙ୍କୀରେ ନବକଳେବର ଫିଲ୍ମ ସୁଟିଂ ଚାଲିଥିବା ବେଳେ ସୁଟିଂସେଟ୍‌ରେ ଆହତ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ। ସୂଚନା ଅନୁଯାୟୀ ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡ଼ାରୁ ଖସି ପଡ଼ିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ହାତରେ ଲାଞ୍ଚୁଆ GRS

କଳାହାଣ୍ଡି,୨୩।୧୧(ଏସଏସନିଉଜ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌। ଜୟପାଟଣା ବ୍ଲକ ବଡ଼କର୍ଲାକୋଟ GRSଙ୍କୁ ଧରିଲା ଭିଜିଲାନ୍ସ। ୧୫ହଜାର ଲାଞ୍ଚ ନେବାବେଳେ GRS ମାର୍ଗେରେଟ୍ ପାଣିଗ୍ରାହୀ ଧରାପଡ଼ିଲେ। ଜବ୍‌ କାର୍ଡଧାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ।