Browsing monthly archive

November 2023

ବୋହିନେଲେ ଟମାଟୋ

କୁଚିଣ୍ଡା,୨୩।୧୧(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଟମାଟୋ ବୋହିନେଲେ ଲୋକେ।ଜମନକିରା ବ୍ଲକ NH ୫୩ ଆମ୍ବଲାଙ୍ଗ ପିଠାମାରେନ୍‌ ନିକଟରେ ଘଟିଥିବା ଦୁର୍ଘଟଣା ପରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଭାରସାମ୍ୟ ହରାଇ ଟ୍ରକ ଓଲଟିବାରୁ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପରକୁ ଲୋକମାନେ ଉଦ୍ଧାର ନକରି ଟମାଟୋ ବୁହାରେ ଲାଗିପଡିଥିବାର ଦେଖିବାକୁ ମିଳିଥିଲା।

ଛାତରୁପଡି ଜଣେ ଗୁରୁତର,୧୧ଅଚେତ

ରାୟଗଡ଼ା,୨୩।୧୧(ଏସଏସନିଉଜ)ସ୍କୁଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।ବାରିଝୋଲା ସ୍ଥିତ ଏକ ଘରୋଇ ବିଦ୍ୟାଳୟ ଛାତରୁ ପଡ଼ି ଗୁରୁତର ହେଲେ ଛାତ୍ର।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଦେଖି ଅଚେତ ହୋଇଗଲେ ଆଉ ୧୧ ଛାତ୍ରଛାତ୍ରୀ।ଗୁରୁତର ଛାତ୍ରୀଙ୍କୁ ବିଶାଖାପାଟଣା ଓ ଅନ୍ୟ ୧୧ ଜଣଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ପଞ୍ଚମ ମହଲାରେ ନିଆଁ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ଅଫିସ ନିକଟରେ ଅଗ୍ନିକାଣ୍ଡ ହୋଇଛି।ପଞ୍ଚାୟତଅଫିସ ପାଖରେ ଥିବା ଏକ ଘରୋଇ କଲେଜରେ ନିଆଁ ଲାଗିଛି।କଲେଜର ପଞ୍ଚମ ମହଲାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି।

କାର‌ଭିତରେ କାର‌ମାଲିକଙ୍କ ମୃତଦେହ

ଆସିକା,୨୩।୧୧(ଏସଏସନିଉଜ) କାର୍‌ ଭିତରୁ କାର୍‌ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।ହିଞ୍ଜିଳିଥାନା ସାଁପୁର ଗାଁରେ କାର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ନିଜ କାର୍‌ ଭିତରେ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ହିଞ୍ଜିଳି ଥାନା ପୋଲିସର ତଦନ୍ତ ଜାରି ରଖିଛି।

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।

ବାପା ସାପଲଗେଇ ମାଆ ଝିଅଙ୍କୁ ମାରିଛି!

ପୋଲସରା,୨୩।୧୧(ଏସଏସନିଉଜ) ଘରେ ସର୍ପାଘାତରେ ମା ଓ ଝିଅର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।ବାପା ସାପ ଲଗେଇ ମାଆଝିଅଙ୍କୁ ମାରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।ନିଜେ ବାପା ଘରକୁ ସାପ ଆଣି ମାଆଝିଅଙ୍କୁ ମାରିଥିବା ସୂଚନା ମିଳିଛି।ପତ୍ନୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗରେ କେ. ଗଣେଶ ପାତ୍ରଙ୍କୁ ଗିରଫ କରିଛି ପୋଲିସ।ଗତ ଅକ୍ଟୋବର ୭ରେ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ ହତ୍ୟା ଘଟିଥିଲା।

ହଠାତ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକସଂଘ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ହଠାତ୍‌ ସାରା ରାଜ୍ୟରେ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକ ସଂଘ।ରାଜ୍ୟ ଘରୋଇବସ୍‌ ମାଲିକସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ,କାଲି ଦାବିପୂରଣ ପାଇଁ ବିଧାନସଭା ଘେରାଉ କରିଥିଲୁ।କାଲି ଦିନତମାମ ସାରାରାଜ୍ୟରେ ବସ୍‌ କାଗଜପତ୍ର ଯାଞ୍ଚ ହୋଇଥିଲା। ଭାବୁଛୁ କିଛି ବ୍ୟୁରୋକ୍ରାଟ ବୋଧେ କହିଛନ୍ତି ଏମିତି ଡରାଇଲେ ଆମେ ଓହରିଯିବୁ।କିନ୍ତୁ ସେମାନେ ଜାଣିବା ଉଚିତ ଆକ୍ସନ ନେଲେ ରିଆକ୍ସନ ବଢ଼ିବ।ସରକାର ଯେତେ ଆକ୍ସନ ନେବେ ,ମାଲିକମାନେ ସେତେ ଏକତ୍ରିତ ହେବେ।ପୋଲିସ ଫୋନ୍‌ କଲେ ମାଲିକ ଡରୁଥିଲେ , ଏବେ […]

ପ୍ରତିଦିନ ମୁଗଡ଼ାଲି ଖାଇଲେ କଣହେବ ?

ମୁଗଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତିକି କେତେଉପକାରୀ ମୁଗଡାଲି ? ଏଥିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ ।(health benefits of moongdal )ମୁଗଡାଲିରେ ଆଣ୍ଟିଅକ୍ସିଡାଣ୍ଟଭଳି ଫେନୋଲିକଏସିଡ଼, ଫ୍ଲୋବୋନାଇଡସ, କୈଫିକଏସିଡ଼ ଭର୍ତ୍ତିହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟକରିବାରେ ସାହାଯ୍ୟକରିଥାଏ । ଯେଉଁଥିରେ ଗମ୍ଭୀରରୋଗରୁ ମିଳିଥାଏମୁକ୍ତି…. ଗରମଦିନରେ ହିଟଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଏହିରୋଗରେ ଅନେକଥର ସ୍ଥିତି ଗମ୍ଭୀରହୋଇ ଜୀବନମଧ୍ୟ ଯାଇପାରେ । ଡାଲି ଖାଇବାଦ୍ବାରା ହିଟଷ୍ଟ୍ରୋକ ହେବାର […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୩ତାରିଖ ଗୁରୁବାର।ଶ୍ରୀମନ୍ଦିରେ ହରିଉତ୍ଥାପନ, ଶରଦ୍ରାସାରମ୍ଭ, ସର୍ବସମ୍ମତ ଦେବୋତ୍ଥାପନ (ବଡ଼) ଏକାଦଶୀଉପବାସ, ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣବେଶ, ପଞ୍ଚକବ୍ରତ ଆରମ୍ଭ, କାଳିଦାସ ଜୟନ୍ତୀ, ଅଭିରାମ ପରମହଂସଙ୍କ ତିରୋଧାନ ଦିବସ, ଲକ୍ଷ୍ମୀ ନାରାୟଣ ବ୍ରତ।ସୁର୍ଯ୍ୟୋଦୟ- ଘ୬/୩/୨୯ ,ସୂର୍ଯ୍ୟାସ୍ତ- ଘ୫/୨/୩୩ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ରାତ୍ରି ଘ୯/୧୦ମିପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୯/୧୦ମିପରେ ନୈର୍ଋତ କୋଣରେ।ଅଗନ୍ତବ୍ୟତିଥି ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୦/୧୫ମିମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ […]

ଚଢ଼ିଗଲା ଘରୋଇବସ୍ 

  ଭଦ୍ରକ,୨୨ା୧୧(ଏସଏସନିଉଜ) ଅଗରପଡ଼ା ବିଶଲପଟା ଗ୍ରାମରକନକଲତା ଦାସ(୫୫) ନାମକ ମହିଳାଙ୍କ ଉପରେ ବନ୍ତ ଛକରେ ଏକ ଘରୋଇ ବସ ଚଢିଯିବାରୁ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ଥ ବସ ଓ ଚାଳକକୁ ଅଟକ ରଖିଛି ।ସେହିଭଳିଭାବେ ଏକ ପାଗଳଷଣ୍ଢ ପାଇଁ ଚରମ୍ପା୍ ପଥରଆଡ଼ିର ଶାନ୍ତିଲତା ପଣ୍ଡା(୪୫)ଙ୍କ ଜୀବନ ଚାଲିଯାଇଛି ।ସବୁଦିନଭଳି ଚରମ୍ପା ହାପି ହୋମ ସ୍କୁଲ ନିକଟରେ ସ୍ଥାନୀୟ ବାସିନ୍ଦା ଶାନ୍ତିଲତା ପଣ୍ଡା ଆଜି ସକାଳେ ମର୍ଣ୍ଣିଙ୍ଗୱାକ୍ ସହ ଫୁଲ ତୋଳିବାକୁ ଆସିଥିଲେ ।ଏହି […]