ହଠାତ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକସଂଘ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ହଠାତ୍‌ ସାରା ରାଜ୍ୟରେ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକ ସଂଘ।ରାଜ୍ୟ ଘରୋଇବସ୍‌ ମାଲିକସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ,କାଲି ଦାବିପୂରଣ ପାଇଁ ବିଧାନସଭା ଘେରାଉ କରିଥିଲୁ।କାଲି ଦିନତମାମ ସାରାରାଜ୍ୟରେ ବସ୍‌ କାଗଜପତ୍ର ଯାଞ୍ଚ ହୋଇଥିଲା।
ଭାବୁଛୁ କିଛି ବ୍ୟୁରୋକ୍ରାଟ ବୋଧେ କହିଛନ୍ତି ଏମିତି ଡରାଇଲେ ଆମେ ଓହରିଯିବୁ।କିନ୍ତୁ ସେମାନେ ଜାଣିବା ଉଚିତ ଆକ୍ସନ ନେଲେ ରିଆକ୍ସନ ବଢ଼ିବ।ସରକାର ଯେତେ ଆକ୍ସନ ନେବେ ,ମାଲିକମାନେ ସେତେ ଏକତ୍ରିତ ହେବେ।ପୋଲିସ ଫୋନ୍‌ କଲେ ମାଲିକ ଡରୁଥିଲେ , ଏବେ ଡିଜି ଫୋନ୍‌ କଲେ ବି ଡରିବେନି ବୋଲି ଦେବେନ୍ଦ୍ର ସାହୁ କହିଛନ୍ତି।

Comments (0)
Add Comment