ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ବୋମାମାଡ଼
ଆଠଗଡ଼,୨୫।୫(ଏସଏସନିଉଜ) ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ରକରି ଆଠଗଡ଼ଥାନା ଅନ୍ତର୍ଗତ ମେଘା ଅଞ୍ଚଳରେ ବୋମାମାଡ଼ ହୋଇଛି।ପବିତ୍ର ଶୀତଳ ଷଷ୍ଠୀରେ ଦେଵଦମ୍ପତିଙ୍କର ବିବାହଉତ୍ସବ ଚାଲିଥିବା ବେଳେ ମେଘା ମହିମାଛକଠାରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ ସମୟରେ ୪ରୁ ଅଧିକଲୋକ ଆହତ ହୋଇଥିବା ଜଣାପଡ଼ିଛି ।ଏହି ମୁହାଁମୁହିଁ ଅବସ୍ଥାରେ ଉଭୟ ଗୋଷ୍ଠୀ ରହିଥିବାବେଳେ ମେଘାତଳସାହି କୋଠଘର ସମ୍ମୁଖରେ ବୋମାମାଡ଼ ହୋଇଛି ।ଖବରପାଇ ଆଠଗଡ଼ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ବୋମାମାଡ଼ରେ କେହି […]