Browsing yearly archive

2023

କୁଆଖାଇରେ ବୁଡିଲେ ଦୁଇ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର,୨୭ା୫(ଏସଏସନିଉଜ)ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ସୀମାନ୍ତରେ ଥିବା ବାଲିଅନ୍ତା ଅଞ୍ଚଳର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ବୁଡ଼ିଯାଇଛନ୍ତି। ସେମାନେ ହେଉଛନ୍ତି ତମାଣ୍ଡୋର ସ୍ମୁତିସୈାରଭପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ୍ ଦାସ ବୋଲି ଜଣାପଡିଛି। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ଏହିଦଳ ସ୍ମୃତିକୁ କୁଆଖାଇରୁ ଉଦ୍ଧାର କରିବା ସହ ଖୋଜାଖୋଜି ଚଳାଇଛନ୍ତି ।

୧୯ଦିନ ପରେ ପୋଲିସହାତରେ ଧରାପଡିଲା ସୈାମ୍ୟ

ଅନୁଗୋଳ ,୨୭ା୫(ଏସଏସନିଉଜ) ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ଘଟଣାର ୧୯ ଦିନ ପରେ ପୁଲିସ ଧରିବାରେ ସଫଳ ହୋଇଛିାଗତ ୮ତାରିଖ ସକାଳ ପ୍ରାୟ ୧୦ ଟା ବେଳର ଘଟଣା ।କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ (୧୩ବର୍ଷର ନାବାଳିକା) ଘରେ ସାନ ଭାଇ ସହ ଖେଳୁଥିଲା ।ଏହିସମୟରେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଘର ଭିତରକୁ […]

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୨୭ ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୨୭,ସୂର୍ଯ୍ୟାସ୍ତ- ଘ୬/୧୫/୪୩,ଜ୍ୟେଷ୍ଠ ମାସ,ଶୁକ୍ଳପକ୍ଷ,ଶୌରି ବାସ, ତିଥି- ସପ୍ତମୀ ଦିବା ଘ୭/୫୭ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।,ଶନିବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ, ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସୀଂହ ଓ କନ୍ୟା ରାଶିର ଘାତବାରସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଦିବା ଘ୭/୫୭ମି ପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃ ଘ୫/୧୧ମି ରୁ ଘ୬/୪୯ମି ମଧ୍ୟେ, […]

ନରାଜ ଓ ମୁଣ୍ଡଳୀ ବ୍ୟାରେଜ ବୁଲି ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ

ବାରଙ୍ଗ,୨୬।୫(ଏସଏସନିଉଜ)ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକ ର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ୩ଜଣିଆ ଟିମ୍ ଶୁକ୍ରବାର ଦିନ ନରାଜ ଓ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଛନ୍ତି।ଏହି ଟିମ ନାରାଜ ବ୍ୟାରେଜ ସହ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନ କରି ଫେରିଛନ୍ତି । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ ଓଡ଼ିଶା କେତେ ପ୍ରଭାବିତ ହୋଇଛି […]

ନୋଟବଦଳ ପାଇଁ ଆସି ଧରାପଡିଲେ

ମାଲକାନଗିରି,୨୬।୫(ଏସଏସନିଉଜ)୨ ହଜାର ଟଙ୍କିଆ ନୋଟ ବଦଳ ପାଇଁ ଆସି ୨ ମାଓବାଦୀ ଗିରଫ ହୋଇଛନ୍ତି।ସେମାନେ ୮ ଲକ୍ଷ ଟଙ୍କାର ଦୁଇ ହଜାର ନୋଟ ବଦଳ କରିବାକୁ ଯାଇଥିଲେ।ଗିରଫ ୨ ଜଣ ଛତିଶଗଡ଼ ବିଜାପୁର ମାଓନେତା ମଲେସ ଓ ତାଙ୍କ ସହଯୋଗୀ ବୋଲି ଜଣାପଡିଛି। ସେମାନଙ୍କଠାରୁ ନଗଦ ୬ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସ୍ ବୁକ୍ ଜବତ ହୋଇଥିବାର ଜଣାପଡିଛି।

ଦୁଇ କଏଦୀ ଖଲାସ

ମେଣ୍ଢାଶାଳ,୨୬।୫(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁ ପଟନାୟକ ମୁକ୍ତାକାଶ କାରାଶ୍ରମରୁ ଶୁକ୍ରବାର ଦିନ ଦୁଇଜଣ କଏଦୀ ଖଲାସ ହୋଇଛନ୍ତି।ବ୍ରହ୍ମପୁର ସର୍କଲ ଜେଲରୁ ଏଠାକୁ ଆସିଥିବା ଦେବହରି ମହାନ୍ତି ଏଠାରେ ୭ବର୍ଷ୧୬ଦିନ ମୁକ୍ତାକାଶରେ ରହିବାପରେ ଖଲାସ ହୋଇ ଛନ୍ତି।ସେହିପରି ଭଦ୍ରକ ଅଂଚଳର ସୁଶାନ୍ତଦାସ ବଡ଼ବିଲ ସବ ଜେଲରୁ ୨୦ ଏପ୍ରିଲ ୨୦୨୨ରେ ଏଠାକୁ ଆସି ୧ବର୍ଷ ୧ମାସ୧୫ଦିନ ରହିବା ପରେ ଖଲାସ ହୋଇଛନ୍ତି।ଆଜି ସେମାନେ ଖଲାସ ହେବା ସମୟରେ ଜେଲ ଅଧିକ୍ଷକ ସରୋଜ କୁମାର ବିଶ୍ବାଳ ଅପରାଧଠାରୁ ଦୂରରେ ରହି ଶାନ୍ତିରେ […]

ଦୁର୍ଘଟଣାଗ୍ରସ୍ତ ହେଲା ଆରତୀଷ୍ଟିଲ ବସ

ଢେଙ୍କାନାଳ,୨୫।୫(ଏସଏସନିଉଜ)ଆରତୀଷ୍ଟିଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଦୁର୍ଘଟଣାରେ ଦୁଇ ମହିଳା ଯାତ୍ରୀଙ୍କ ସମେତ ୬ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି […]

ଦେଶରେ ଜାରିହେବ ୭୫ଟଙ୍କା କଏନ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ ୭୫ଟଙ୍କା କଏନ।ଆସନ୍ତା ମେ ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବାକୁ ଯାଉଛି।୭୫ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦଭବନ ସହ ସଂସଦ ସଙ୍କୁଳ ଲେଖାଥିବ ଓ ଅନ୍ୟପଟରେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।

ହତ୍ୟା ଘଟଣାରେ ୫ଗିରଫ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଫରେଷ୍ଟଗାର୍ଡଙ୍କୁ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି।ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟଗାର୍ଡ ହତ୍ୟା ଘଟଣାରେ ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ ହୋଇଛନ୍ତି।ସେମାନଙ୍କ ଠାରୁ ୧୦ଦେଶୀ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।ମିଳିତ ଚଢ଼ାଉ ପରେ ପୋଲିସ ଓ ବନବିଭାଗକୁ ଏହି ସଫଳତା ମିଳିଛି।ଅନ୍ୟପଟେ ଛୁରୀଭୁସି ହତ୍ୟା ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ।ଗିରଫ ୨ଯୁବକ ହେଉଛନ୍ତି ବିମଳ ରାଉତ ଓ ପ୍ରିତମ୍‌ କଲେତ୍‌ ସୂଚନା। ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ […]