୧୯ଦିନ ପରେ ପୋଲିସହାତରେ ଧରାପଡିଲା ସୈାମ୍ୟ

ଅନୁଗୋଳ ,୨୭ା୫(ଏସଏସନିଉଜ) ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ଘଟଣାର ୧୯ ଦିନ ପରେ ପୁଲିସ ଧରିବାରେ ସଫଳ ହୋଇଛିାଗତ ୮ତାରିଖ ସକାଳ ପ୍ରାୟ ୧୦ ଟା ବେଳର ଘଟଣା ।କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ (୧୩ବର୍ଷର ନାବାଳିକା) ଘରେ ସାନ ଭାଇ ସହ ଖେଳୁଥିଲା ।ଏହିସମୟରେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଘର ଭିତରକୁ ଧସେଇ ପଶିଥିଲା । ଖୁସୀଙ୍କ ମା ବିରୋଧ କରିବାରୁ ତାଙ୍କୁ ଏକ ଧକ୍କା ପକାଇ ଖୁସିକୁ ଏକ କୋଠରୀ ଭିତରକୁ ଟାଣି ନେଇ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଫେରାର ହୋଇ ଯାଇଥିଲାାଘଟଣାପରଠାରୁ ସେ ପୁଲିସକୁ ଚକମା ଦେଖାଇ ଫେରାର ହୋଇ ଯାଇଥିଲା । ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରେ ଥିବା ପୁଲିସ ଜାଣିବାକୁ ପାଇ ଜାଲବିଛାଇ ସୌମ୍ୟରଞ୍ଜନକୁ ଧରିବାରେ ସଫଳ ହୋଇଥିଲାାତେବେ ସୌମ୍ୟ ପୋଲିସହାତରେ ଧରାଦେବାପୁର୍ବରୁ ତାର ଫେସବୁକ ଆକାଉଣ୍ଟରେ ଖୁସୀଙ୍କ ସହ ତାର କିଛି ଫଟୋ ପୋଷ୍ଟ କରି ଖୁସି ଇଜ ମାଇଁ ଲାଇଫ ବୋଲି ପୋଷ୍ଟ କରିଛି ।

 

Comments (0)
Add Comment