ଚିଲିକାରେ ବୁଡ଼ିଗଲା ୧୨ନୌକା
ଟାଙ୍ଗୀ, ୧୭ା୫(ଏସଏସନିଉଜ)କାଳବୈଶାଖୀ ଯୋଗୁ ଚିଲିକାରେ ୧୨ଟି ନୌକା ବୁଡ଼ିଯିବାସହ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବାର ଜଣାପଡିଛି ।ଗତକାଲି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇ ସନ୍ଧ୍ୟା ୬ଟା ସମୟରେ ଫେରିବାବେଳେ କାଳବୈଶାଖୀ ହୋଇଥିଲା ।କାଲବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା।ସେଥିମଧ୍ୟରୁ ୭ ନମ୍ବର କୁଦ କୂଳରେ ୧୨ଟି ନୌକାକୁ ମତ୍ସ୍ୟଜୀବୀମାନେ ରଖିବାରେ ସକ୍ଷମ ହୋଇଥିଲେମଧ୍ୟ ନୈାକାଗୁଡିକ ଭାରସମ୍ୟ ହରାଇ ପବନମାଡରେ ଚିଲିକାରେ ବୁଡ଼ି ଯାଇଥିଲା।ତେବେ ୧୩ନଂ […]