ମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିରୋଧ

ମୟୂରଭଞ୍ଜ, ୧୭ା୫(ଏସଏସନିଉଜ) ଠାକୁରମୁଣ୍ଡା ବ୍ଲକ୍‌ର ବିଡିଓ ସରକାରୀ କର୍ମଚାରୀ ହୋଇ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ କଥାରେ ଉଠ୍‌ବସ ହେଉଛନ୍ତି। ଯାହାଫଳରେ ପଞ୍ଚାୟତର ଉନ୍ନୟନ କାର‌୍ୟ୍ୟରେ ଅଚଳାବସ୍ଥା ଦେଖାଦେଇଛି ବୋଲିପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ସେମାନଙ୍କ ସହଯୋଗୀମାନଙ୍କୁ ଧରି ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିଲେ ।ତେବେ ଏହି ଧାରଣା ବିଷୟରେ ବିଡିଓଙ୍କ ପାଖରେ ଖବର ନଥିବାର କହୁଥିବାବେଳେ ଏଭଳି ଅସ୍ୱାଭାବିକ ପରିସ୍ଥିତି ବ୍ଲକ୍ ପ୍ରଶାସନକୁ ଅଡୁଆରେ ପକାଇଛି।

Comments (0)
Add Comment