Browsing yearly archive

2023

ପୁଣି ଏକ ଦନ୍ତାହାତୀ ମୃତ

ଭଞ୍ଜନଗର,୧୯।୧(ଏସଏସ ନିଉଜ) ଜଙ୍ଗଲରୁ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି।ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ମାଣପୁର ଗାଁ ଜଙ୍ଗଲରେ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୯।୧(ଏସଏସ ନିଉଜ) ଭଡ଼ା ଘରୁୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଧଉଳିଥାନା ନୂଆଗାଁ ସ୍ଥିତ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଦେବଗଡ ଜିଲ୍ଲାର ଶଶିଭୂଷଣ ପ୍ରଧାନ ବୋଲି ଜଣାପଡିଛି।ଚାକିରି ପାଇଁ ଭୁବନେଶ୍ୱର ଆସି ଘର ଭଡ଼ା କରି ରହୁଥିଲେ।

ବାଘଛାଲ ବିକ୍ରି ଡିଲବେଳେ ଧରିଲା ବନବିଭାଗ

ମାଲକାନଗିରି,୧୯।୧(ଏସଏସ ନିଉଜ) ମୋଟୁଥାନା ପୋଟେରୁ କେନାଲ ନିକଟରେ ବାଘଛାଲ ବିକ୍ରି ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ।ଗିରଫ ୩ ଅଭିଯୁକ୍ତ ମାଙ୍ଗିପାଲି ଗାଁର ହୋଇଥିବା ସୂଚନ ମିଳିଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ

ଭୁବନେଶ୍ୱର,୧୯।୧(ଏସଏସ ନିଉଜ)ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଆରମ୍ଭ ହୋଇଛି। ଚାଷୀମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ କରିଛନ୍ତି।    

ଟ୍ରକ୍‌କୁ ପଛରୁପିଟିଲା ୱିଙ୍ଗରଭ୍ୟାନ୍

ବଲାଙ୍ଗିର,୧୯।୧(ଏସଏସ ନିଉଜ) ଟ୍ରକ୍‌କୁ ପଛରୁ ପିଟିଛି ୱିଙ୍ଗର ଭ୍ୟାନ୍।ଫଳରେ ୧୦ଜଣ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି। ଗୁରୁତରଙ୍କ ମଧ୍ୟରୁ ୩ଜଣ ବଲାଙ୍ଗିର ମେଡିକାଲ, ୨ଜଣ ବୁର୍ଲା କୁସ୍ଥାନାନ୍ତର କରାଯାଇଛି।ପାଟଣାଗଡ- ବେଲପଡା ରାସ୍ତାର ପୋଡଛାପର ନିକଟରେଏହି ଦୁର୍ଘଟଣା ଘଟିଛି।  

ଓଲଟିଲା ବସ୍‌

ଆଳି,୧୯।୧(ଏସଏସନିଉଜ) କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଗାଁ ନିକଟରେ ଓଲଟିପଡିଛି ବସ।ଏହାଫଳରେ ୨୦ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି।

ଭୁବନେଶ୍ବରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର,୧୯।୧(ଏସଏସ ନିଉଜ) ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ । ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ବାଗତ କରାଯାଇଛି।

ଆଜିଠୁ ଆରମ୍ଭ କୋଭିଡ ଟିକାକରଣ

ଭୁବନେଶ୍ୱର,୧୯।୧(ଏସଏସ ନିଉଜ)ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ ଆରମ୍ଭ ହେବ।ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦି‌ଆଯିବ କୋଭିସିଲ୍ଡ ଟିକା। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ନେଇଛନ୍ତି ବୁଷ୍ଟର ଡୋଜ୍।

ହଟିଲେ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ

କଟକ,୧୯।୧(ଏସଏସନିଉଜ): ବିଡ଼ାନସୀରେ ମୁକୁଳା ଡ୍ରେନ୍‌ରେ ପଡ଼ି ପିଲାମୃତ୍ୟୁ ଘଟଣାରେ , ଦାୟିତ୍ୱରୁ ହଟିଛନ୍ତି ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ।ଏହାସହ ସିଏମସି ସିଟି ଇଞ୍ଜିନିୟରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ହେବ ଜଣାଇବାକୁ ନୋଟିସ ହୋଇଛି।

ଜ୍ୱାଇଁର ଛୁରାମାଡ଼ରେ ଚାଲିଗଲା ଶଶୁର ଜୀବନ

କନ୍ଧମାଳ,୧୮।୧(ଏସଏସନିଉଜ)ବାଲିଗୁଡାଥାନା ଅନ୍ତର୍ଗତ ଗୁଳିମରାସାହିରେ ଜ୍ୱାଇଁର ଛୁରାମାଡ଼ରେ ଶଶୁର ଟୁନା ପ୍ରଧାନଙ୍କ ଜୀବନ ଚାଲିଯାଇଛି |ଆଜିସନ୍ଧ୍ୟାରେ କୌଣସିକାରଣରୁ ଜ୍ୱାଇଁଶ୍ୱଶୁରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇ ଉଗ୍ରରୂପ ନେବାରୁ ସିମାଞ୍ଚଳ ଏକ ଧାରୁଆଛୁରୀରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ। ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ବାଲିଗୁଡା ଉପଖଣ୍ଡଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁହୋଇଛି। ଖବର ପିଏଏଆଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବାସହ ଅଭିଯୁକ୍ତ ଜ୍ୱାଇଁକୁ ଅଟକରଖି ପଚରାଉଚୁରା କରୁଛି।