Browsing yearly archive

2023

ମର୍ଣ୍ଣି ୱାକ୍ ବେଳେ ମାଡ଼ିଗଲା ପିକ୍ଅପ୍ ଭ୍ୟାନ୍

ବଲାଙ୍ଗୀର,୮ା୧୦(ଏସଏସନିଉଜ) ମର୍ଣ୍ଣିଂ ୱାକ୍ ସମୟରେ ସଦରଥାନା ଅନ୍ତର୍ଗତ ଗେଡ଼ାବାଞ୍ଜି ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାଦେବାରୁ ପୁରୁଷୋତ୍ତମ ଭୋଇ ନାମକ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସିଲବାହାଲି ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ ଯାଉଥିବାବେଳେ ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ ମଧ୍ୟରୁ ଜଣଙ୍କଉପରେ ଚଢ଼ି ଚାଲିଯାଇଥିଲା। ଦୁର୍ଘଟଣା ପରେ ଗାଡ଼ିଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ମୃତକ ଯୁକ୍ତ ଦୁଇରେ ପାଠପଢୁଥିବା ଛାତ୍ର ହେଉଛନ୍ତି […]

ଚିନ୍ତା ବଢ଼ାଇଲା ସୁନ୍ଦରଗଡ଼ଜିଲ୍ଲା

ସୁନ୍ଦରଗଡ,୮ା୧୦(ଏସଏସନିଉଜ) ସ୍କ୍ରବ ଟାଇଫସକୁ ନେଇ ଚିନ୍ତାବଢାଇବାରେ ଲାଗିଛି ସୁନ୍ଦରଗଡ଼ ଜିଲ୍ଲା ।ପୁଣି ଆଜି ୧୨ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇ ଛନ୍ତି।ଯାହାଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩ରେ ପହଞ୍ଚିଛି ।୧୦୨ ନମୁନାରୁ ୧୨ଜଣ ପଜିଟିଭ ଚିହ୍ନଟ ହୋଇଥିବାନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶିକାର କରିବାକୁ ଯାଇଥିଲେ …

ଦଶପଲ୍ଲା,୮ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲକୁ ଶିକାର ପାଇଁ ଯାଇଥିବାବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ବଦଲାଗାଁର ସନ୍ନ୍ୟାସୀ ଜାନୀ ନାମକ ଶିକାରୀ ଗୁରୁତର ଆହତ ହୋଇଛନ୍ତି ।ଏହିଭଳି ଏକ ଅଭାବନୀୟ ଘଟଣା ନୟାଗଡ଼- ବୌଦ୍ଧ ସୀମାନ୍ତ ବଦଲା ଜଙ୍ଗଲରେ ଘଟିଛି ।ଜାନୀ ଶିକାରକରିବାକୁ ବନ୍ଧୁକରେ ଗୁଳି ଭର୍ତ୍ତି କରି ଯାଉଥିବା ବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ହଠାତ୍ ଗୁଳିଫୁଟି ତାଙ୍କର ମଳଦ୍ୱାରରେ ବାଜିଥିଲା।ସନ୍ନ୍ୟାସୀଙ୍କ ମଳଦ୍ୱାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ […]

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୮ା୧୦(ଏସଏସନିଉଜ) ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ଏହି ଅଦଳବଦଳ ଅନୁଯାୟୀ ବିଷ୍ଣୁପଦସେଠୀ ହେଲେ ପ୍ରମୁଖ ଶାସନସଚିବ।ତାଙ୍କୁ ସାମାଜିକସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ ବିଭାଗରସଚିବ ଦାୟିତ୍ବ ଦିଆଯାଇଛି। ଭାସ୍କରଜ୍ୟୋତି ଶର୍ମା ଲ୍ୟାଣ୍ଡରେକର୍ଡ ଓ ସେଟଲମେଣ୍ଟ କମିଶନର ଓ ବି ପରମେଶ୍ବରନ ଚକବନ୍ଦୀ କମିଶନର ,ଜ୍ୟୋତି ପ୍ରକାଶଦାସଙ୍କୁ ପଞ୍ଚାୟତିରାଜ ନିର୍ଦେଶକ ଏବଂ ଅରିନ୍ଦମଡାକୁଆଙ୍କୁ ପାନୀୟଜଳ ଓ ପରିମଳବିଭାଗର ନିର୍ଦେଶକ ,ଇନ୍ଦ୍ରମଣିତ୍ରିପାଠୀ ଏସସି ଓ ଏସଟି ବିଭାଗରନିର୍ଦେଶକ ଓ ସୁବ୍ରତଶତପଥୀଙ୍କୁ ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ […]

୨୮ମୃତଦେହର ହେବ ସଂସ୍କାର…

ଭୁବନେଶ୍ୱର,୮ା୧୦(ଏସଏସନିଉଜ)ବାହାନଗା ଟ୍ରାଜେଡି ଘଟଣାରେ ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର ।ଚିହ୍ନଟ ନ ହୋଇ ଏମ୍‌ସରେ ଥିବା ୨୮ ମୃତଦେହର କରାଯିବ ସଂସ୍କାର ।ସଂସ୍କାରପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBIର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏନେଇ SOP ଜାରି କଲା BMC, ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି ଓ ମୃତଦେହ ହସ୍ତାନ୍ତରଠାରୁ ସଂସ୍କାର ଯାଏଁ ହେବ ଭିଡିଓଗ୍ରାଫି ବୋଲି କୁହାଯାଇଛି ।

ପ୍ରଥମକରି ମାହେଲା ଚିତାବିରାଡି

ବାରଙ୍ଗ,୭।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସି ଖବର । ନୂଆ କରି ଆଇଜଲ ଚିଡ଼ିଆଖାନା ରୁ ଆସିଥିବା ଏକ ଚିତାବିରାଡି ପ୍ରଥମକରି ଗୋଟିଏ ଶାବକ ଜନ୍ମଲାଭ କରିଛି।ଜନ୍ମପରେ ମା ଓ ଛୁଆ ସୁସ୍ଥ ଥିବାବେଳେ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଛି । ତେବେ ପ୍ରଥମ କରି ଶାବକ ଜନ୍ମ କରିବାକୁ ନେଇ କର୍ତ୍ତୁପକ୍ଷ ଖୁସି କରୁଥିବା ବେଳେ ଅନ୍ୟପଟେ ଧଳା ବାଘୁଣୀ ରୂପା ଶାବକ ଅସୁସ୍ଥ କୁ ନେଇ ଚିନ୍ତାରେ ଅଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ […]

ତରଳଝାଡାରେ ଆକ୍ରାନ୍ତହେଲା ରୁପାଛୁଆ

ବାରଙ୍ଗ,୭ା୧୦(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ନମ୍ବର ଏନକ୍ଲୋଜରରେ ରହୁଥିବା ବାଘୁଣୀରୁପାର ଦ୍ୱିତୀୟଗର୍ଭସ୍ଥ ସନ୍ତାନ ମଧ୍ୟରୁ ଏକ ୯ମାସର ମାଇଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥରପାଇଁଏହି ଛୁଆଟି ଅସୁସ୍ଥ ହୋଇଛି।ଏହିଛୁଆଟି ଗତକିଛିଦିନହେବ ତରଳଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ତାର ଫିଡିଙ୍ଗଚାମ୍ବର ପୃଥକୀକରଣ ଏନକ୍ଲୋଜରରେ ରଖାଯାଇ ଏଠାକାର ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି ।ସେ ଖାଦ୍ୟଖାଇବା ପରିମାଣ କମାଇଦେବାରୁ ଦିନକୁଦିନ ଦୁର୍ବଳ ହେବାସହିତ ଗୋଟିଏସ୍ଥାନରେ […]

ବାରଙ୍ଗରେ ବିକ୍ରିହେଉଛି ସରକାରୀଜାଗା!

ବାରଙ୍ଗ,୭ା୧୦(ଏସଏସନିଉଜ)ଗତକିଛିମାସଧରି ବାରଙ୍ଗ ତହସିଲ ଅଂଚଳରେ ଥିବା ସରକାରୀ ଜମି ଓ ଶଶ୍ମାନଜମିକୁ ଜବର ଦଖଲ ସାଙ୍ଗକୁ ଖୋଲାଖୋଲି ଭାବେ ବିକ୍ରି କରାଯାଉଛି । ସରକାରୀ ଜାଗାକୁ ମାଫିଆ ମାନେ ନିଜ ନିୟନ୍ତ୍ରଣକୁ ଆଣି ଜବରଦଖଲରେ ରଖି ତାହାକୁ ନିଜ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପଛଉନାହାନ୍ତି ।କେବଳ ଏତିକିନୁହେ କେତେକ ଜାଗାରେ ଏହି ସରକାରୀଜାଗାକୁ ବିକ୍ରି ମଧ୍ୟ କରାଯାଉଥିବାର ଜଣାପଡିଛି ।ଗତକିଛିମାସ ଧରି ଏହିଭଳି କାମ ବାରଙ୍ଗତହସିଲ ଅଧିନରେ ଥିବା ବିଭିର୍ଣ ଗ୍ରାମପାଖରେ ଥିବା ସରକାରୀ ଜାଗାରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୮ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୨/ ୩୭,ସୂର୍ଯ୍ୟାସ୍ତ-ଘ୫/୨୬/ ୧୧,ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ନବମୀ ଦିବାଘ୯/୪୯ମି ପର୍ଯ୍ୟନ୍ତତଦନ୍ତେ ଦଶମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୯ /୪୯ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଦିବାଘ୯/୪୯ମିପରେ ରାତ୍ରି ଘ୧୧/୩ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୯/୪୯ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୧୦/୪୬ମି ରୁ ଘ୧/୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୬ମି […]

ମୋବାଇଲ ଟ୍ରାକିଂ କରିବେ ବନକର୍ମଚାରୀ

ଭୁବନେଶ୍ୱର,୭।୧୦(ଏସଏସନିଉଜ)ଏବେ ଶିକାରୀ ଓ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିବେ ବନକର୍ମଚାରୀ।ଶିକାରୀ ଓ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନକର୍ମଚାରୀ।ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲସ୍ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ମିଳିଛି।୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ସୂଚନା ଦେଇଛନ୍ତି PCCF।ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳି ଚାଳନା ପ୍ରଶିକ୍ଷଣ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି।୯୦ ଜଣ ବନ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଥିବା PCCF ସୂଚନା ଦେଇଛନ୍ତି।