ଭୁବନେଶ୍ୱର,୮ା୧୦(ଏସଏସନିଉଜ) ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ଏହି ଅଦଳବଦଳ ଅନୁଯାୟୀ ବିଷ୍ଣୁପଦସେଠୀ ହେଲେ ପ୍ରମୁଖ ଶାସନସଚିବ।ତାଙ୍କୁ ସାମାଜିକସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ ବିଭାଗରସଚିବ ଦାୟିତ୍ବ ଦିଆଯାଇଛି। ଭାସ୍କରଜ୍ୟୋତି ଶର୍ମା ଲ୍ୟାଣ୍ଡରେକର୍ଡ ଓ ସେଟଲମେଣ୍ଟ କମିଶନର ଓ ବି ପରମେଶ୍ବରନ ଚକବନ୍ଦୀ କମିଶନର ,ଜ୍ୟୋତି ପ୍ରକାଶଦାସଙ୍କୁ ପଞ୍ଚାୟତିରାଜ ନିର୍ଦେଶକ ଏବଂ ଅରିନ୍ଦମଡାକୁଆଙ୍କୁ ପାନୀୟଜଳ ଓ ପରିମଳବିଭାଗର ନିର୍ଦେଶକ ,ଇନ୍ଦ୍ରମଣିତ୍ରିପାଠୀ ଏସସି ଓ ଏସଟି ବିଭାଗରନିର୍ଦେଶକ ଓ ସୁବ୍ରତଶତପଥୀଙ୍କୁ ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।