Browsing yearly archive

2023

ଜୁନାଗଡ଼ରେ ଟ୍ରିପଲ ମର୍ଡର !

ଧର୍ମଗଡ଼,୧।୧୦(ଏସଏସନିଉଜ)ରାସ୍ତାକଡ଼ରୁ ଏକାସାଙ୍ଗ ରେ ୩ ମୃତଦେହ ଉଦ୍ଧାର ହୋଇଛି।ଜୁନାଗଡ଼ଥାନା ଶଙ୍କରପଲାଗାଁ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।ମାଆ,୨ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତଦେହରେ କଟାଚିହ୍ନ ସାଙ୍ଗକୁ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।ମୃତମହିଳାଙ୍କ ସ୍ବାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି।ମୃତଦେହ ଜବତ ସହ ଘଟଣାସ୍ଥଳ ରେ ଜୁନାଗଡ଼ ପୁଲିସର ଛାନଭିନ୍ ଆରମ୍ଭ କରିଛି।

ଡ଼୍ୟାମରେ ବୁଡ଼ି ଜଣେ ନିଖୋଜ

ଚୌଦ୍ୱାର,୧।୧୦(ଏସଏସ ନିଉଜ)ଗାଧୋଇବା ବେଳେ ଡ୍ୟାମରେ ବୁଡ଼ି ଜଣେ ନିଖୋଜ ହୋଇଛନ୍ତି।ଡମଡମଣୀ ପୀଠ ନିକଟ ଡ୍ୟାମରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି।୪ସାଙ୍ଗ ଗାଧୋଇବା ବେଳେ ବୁଡ଼ି ଯାଇ ଜଣେ ନିଖୋଜ ହୋଇଛନ୍ତି।୪ଜଣଙ୍କ ଘର କଟକ ସିଡିଏ ଅଞ୍ଚଳରେ ହୋଇଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ହତ୍ୟା ନା ଆତ୍ମହତ୍ୟା !

ଯାଜପୁର,୧ା୧୦(ଏସଏସନିଉଜ)ବିଂଝାରପୁରଥାନା ଅନ୍ତର୍ଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ପଛପଟ କେନାଲରେ ଭାସମାନ ଅବସ୍ଥାରେ ଥିବା ରଶିଲଗା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଓଳେଇ ଗ୍ରାମର ପ୍ରିୟ ରଞନ ଧଳ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିା ଏହାହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

ଆଉ ୩ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ

ସୁନ୍ଦରଗଡ଼,୧ା୧୦(ଏସଏସନିଉଜ)ସୁନ୍ଦରଗଡ଼ରେ ଆଉ ୩ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି।ଏହାଫଳରେ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀସଂଖ୍ୟା ସୁନ୍ଦରଗଡ଼ରେ ୨୯୫ରେ ପହଁଚିଛି । ସେହିଭଳିଭାବେ ବରଗଡ଼ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କର ସ୍କ୍ରବ୍ ଟାଇଫସରେ ମୃତ୍ୟୁ ଘଟିଛି । ଯାହାଫଳରେ ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର […]

ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଆସିଲା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସଲିହଙ୍କୁ ହରାଇ ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତିି। ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ଭାବେ ଜଣାଶୁଣା। ବିପୁଳ ବିଜୟ ପରେ ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି।ଏହି ନିର୍ବାଚନ ଉପରେ ଉଭୟ ଭାରତ ଓ ଚୀନ୍‌ର ନଜର ଥିଲା। ରଣନୀତି ଦୃଷ୍ଟିକୋଣରୁ ମାଳଦ୍ୱୀପ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରିଛି । […]

ଆଫଗାନିସ୍ତାନ ଦୂତାବାସ ବନ୍ଦ!

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦନେଇ ଆଫଗାନିସ୍ତାନ ଘୋଷଣା କରିଛି ।ବନ୍ଦପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ।ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି ପ୍ରେସ୍‌ରିଲିଜ୍ ରେ କୁହାଯାଇଛି ।ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ। ତାଲିବାନୀ ଶାସନକୁ ଅବୈଧ ସରକାର କହି ସମାଲୋଚନା କରିବାସହ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଯଥେଷ୍ଟ ସମର୍ଥନ ମିଳି ନଥିବା କୁହାଯାଇଛି।୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ […]

୩ ମନ୍ଦିରରୁ ଚୋରି…

ଜଳେଶ୍ୱର,୧ା୧୦(ଏସଏସନିଉଜ) ୩ଟି ମନ୍ଦିରରୁ ଚୋରୀହୋଇଥିବାର ଅଭିଯୋଗ ହୋଇଛି । ଏହାସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୋଗରାଇ ମହାଗବ ପଞ୍ଚାୟତରେ ବିଳମ୍ବିତ ରାତିରେ ଏହି ସିରିଜଚୋରି ହୋଇଛି । ଚୋରୀହୋଇଥିବା ମନ୍ଦିର ଗୁଡିକ ହେଲା ମହାଗବ ଗାଁ ମଙ୍ଗଳା , ବାସୁଳିପାଟ ଗାଁ ବାସୁଳି ମନ୍ଦିର । ଏହାସହ ଚାନ୍ଦକୁସୁମି ଗାଁ ତାରିଣୀ ମନ୍ଦିରରୁ ମଧ୍ୟ ମା’ଙ୍କ ଅଳଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।ତେବେ ପୋଲିସ ପେଟ୍ରୋଲିଂରେ ଠିଲା ଯୋଗୁ ଚୋରମାନେ ସକ୍ରିୟ […]

କାଲି ଟଙ୍କାଭର୍ତ୍ତି ଆଜି ଲୁଟ୍‌

ବାଲେଶ୍ୱର,୧ା୧୦(ଏସଏସନିଉଜ)ଗତକାଲିଟଙ୍କା ଭର୍ତ୍ତିହୋଇଥିଲା । ଆଜିସକାଳେ ଦେଖିବାବେଳକୁ ଏଟିଏମ ଭାଙ୍ଗି ଲୁଟ୍ ହୋଇଛି । କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟଏସବିଆଇର ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବାର ଜଣାପଡିଛି ।ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନଥିବାବେଳେ ଖବରପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଅଟୋ ଓଲଟି ୮ଛାତ୍ରଛାତ୍ରୀ ଆହତ

ଖଲ୍ଲିକୋଟ,୧ା୧୦(ଏସଏସନିଉଜ) ଟ୍ରକ୍ ସହ ଧକ୍କାହୋଇ ଓଲଟିପଡିଛି ଅଟୋ ।ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।୧୬ନଂ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି ।୮ଜଣ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ସମସ୍ତ ଆହତଙ୍କୁ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।କେଶପୁରରୁ ଖଲ୍ଲିକୋଟ୍ ଟ୍ୟୁସନ ଛାତ୍ରଛାତ୍ରୀ ଯାଉôତବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୦/୫୭,ସୂର୍ଯ୍ୟାସ୍ତ- ଘ୫/୩୨/୯ ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୯/୪୬ମିପର୍ଯ୍ୟନ୍ତ ତଦନ୍ତ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୪୬ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୯/୪୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୯/୪୬ମି ପରେ ରାତ୍ରି ଘ୮/୩୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର-ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଦିବା […]