Browsing yearly archive

2023

ବାଇକ ଉପରେ ଚଢ଼ିଗଲା ଟ୍ରକ୍

ଆନନ୍ଦପୁର,୨ା୧୦(ଏସଏସନିଉଜ) ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ବାଇକ ଉପରେ ଟ୍ରକ୍ ଚଢିଯିବାରୁ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଦୁଇଜଣ ବାଇକ ଆରୋହୀ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଟ୍ରକ ସାମନାକୁ ଆସିଯାଇଥିଲେ। ଫଳରେ ଟ୍ରକଟି ବାଇକ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣାପରେ ଟ୍ରକଚାଳକ ଟ୍ରକନେଇ ଫେରାର ହୋଇଯାଇଥିବାବେଳେ […]

ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର,୨ା୧୦(ଏସଏସନିଉଜ) ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହିଅବସରରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ନବୀନ ।ସେକହିଛନ୍ତି ବିରୋଧୀ ବିକାଶ ବିରୋଧୀ ଓ ଜନବିରୋଧୀ ।ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତିା ଲୋକଙ୍କୁ ଭୁଲ୍ ଖବରଦେବା , ଭ୍ରମିତକରିବା ସେମାନଙ୍କ କାମ ହୋଇଛି।ନିର୍ବାଚନ ଆସିଲେ ସେମାନେ ଏମିତି କାମ […]

ଗ୍ୟାସ୍ ଟାଙ୍କି ଲିକ୍‌ରୁ ଲାଗିଲା ନିଆଁ

ଯାଜପୁର,୨ା୧୦(ଏସଏସନିଉଜ) ଗ୍ୟାସ୍ ଟାଙ୍କି ଲିକ୍‌ରୁ ଲାଗିଲା ନିଆଁ ।ନିଆଁ ଲାଗିବା ଯୋଗୁ ୫ଜଣ ଗୁରୁତର ଆହତ ହୋଇଛନ୍ତି ।ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଗ୍ୟାସ ଲିକ୍‌ରୁ ଏହିଭଳି ଅଗ୍ନିକାଣ୍ଡ ଘଟିଛି । ୫ ଜଣଙ୍କ ମଧ୍ୟରୁ ୨ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କାରଯାଇଛି। ଠାକୁର ଘରେ ଦୀପ ଲଗାଇବା ବେଳେ ନିଆଁ ଲାଗିଯାଇଥିଲାା

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨ତାରିଖ ସୋମବାର ।ସଙ୍କଟ ଚତୁର୍ଥୀବ୍ରତ ,ସୁର୍ଯ୍ୟୋଦୟ- ଘ୫/୪୧/୧୦ ,ସୂର୍ଯ୍ୟାସ୍ତ- ଘ୫/୩୧/୧୬ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ତୃତୀୟା ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତଚତୁର୍ଥୀ। ,ନକ୍ଷତ୍ର- ଦ୍ବିଜା ସନ୍ଧ୍ୟା ଘ୬/୫୭ମି ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନୟକୋଣରେ, ଦିବା ଘ୭/୩୦ମି ପରେ ନୈର୍ଋତକୋଣରେ। ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରିଘ୧୨/୫୦ମି ପରେ ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟାବିଧିରେ ହେବ।ନିଷିଦ୍ଧଖାଦ୍ୟ- ପଟୋଳ, […]

ବିଦ୍ୟାଳୟ ପରିସର ସଫାକଲେ ପିଲା

ମେଣ୍ଢାଶାଳ,୧।୧୦(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ହି ସେବାକାର୍ଯ୍ୟକ୍ରମ ମାଧ୍ୟମରେ ଆବର୍ଜନା ମୁକ୍ତ ଭାରତ ଗଠନ ନିମନ୍ତେ ସ୍ୱଚ୍ଛ ଭାରତଶିକ୍ଷା ନିମନ୍ତେ ୧ଘଣ୍ଟିଆକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ୱାଳ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲମିନା କମିଟି ସଭାପତି ସନ୍ତୋଷ କୁମାର ରାୟ, ବରିଷ୍ଠ ସାମ୍ବାଦିକପଦ୍ମଚରଣ ବଡ଼ଜେନା,ସିଆରସି ସତ୍ୟନ୍ଦୁ ଛୋଟରାୟ ପ୍ରମୁଖ ଯୋଗଦେଇ ନିଜଘର ଓ ନିଜ ଗାଁ ପରିବେଶକୁ ସଫାସୁତରା ରଖିବାର ଆଵଶ୍ୟକତା ଉପରେ ପିଲାମାନଙ୍କୁ ବୁଝାଇଥିଲେ।ଏହିଅବସରରେ ପିଲାମାନେ ଗାଁ ପରିବେଶକୁ […]

ରାସ୍ତାରୁ ଖସିଲା ହାଇୱା

ବାରଙ୍ଗ, ୧।୧୦(ଏସଏସନିଉଜ)ପରିବା ବୋଝେଇ ପିକଅପ ଭ୍ୟାନକୁ ବଞ୍ଚାଇବାକୁ ଯାଇ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା।ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏହାସହ ଇଲେକ୍ଟ୍ରି ଖୁଣ୍ଟରେ ଧକାଦେଇଥିବାରୁ ୪ ଟା ଗାଁରେ ବିଦ୍ୟୁତ ସରବାରହ ଠପ ହୋଇଯାଇଛି । ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାଶପୁର ଛକରେ ଏହିଭଳି ଘଟଣା ଘଟିଛି। ପ୍ରକାଶଯେ,ରବିବାର ସକାଳ ସମୟରେ ତ୍ରିଶୂଳିଆ ରୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ଗୋବିନ୍ଦପୁରରୁ ଦ୍ରୁତଗତିରେ ଆସୁଥିବା ଓଡି […]

ଗଣେଶପୁଜା ଭଷାଣିବେଳେ ବ୍ଲେଡମାଡ

ବାରଙ୍ଗ,୧ା୧୦(ଏସଏସନିଉଜ)ରବିବାରରାତିରେ ଗଣେଶପୁଜା ଭଷାଣି ଚାଲିଥିବାବେଳେ ବ୍ଲେଡରେ ଆକ୍ରମଣ ହୋଇଛି ।ଦାଦାପୁଅ ର ବ୍ଲେଡ୍‌ମାଡରେ ବଡବାପାପୁଅ ଭାଇ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିସ୍‌ିତ ହେଉଛନ୍ତି ।ରବିବାରାତିରେ ଏହି ଘଟଣା ବାରଙ୍ଗଥାନା ଅଧିନସ୍ଥ କୁହ୍ନେଇପଡାରେ ଗାଁରେ ଘଟିଛି । କୁହ୍ନେଇପଡା ଗାଁର ଯୁବକମାନେ କରୁଥିବା ଗଣେଶପୁଜାର ରବିବାରରାତିରେ ଭଷାଣି ଉସ୍‌ବ ହେଉଥିଲା ।ଭଷାଣି ଶୋଭାଯାତ୍ରା କୈବର୍ତସାହିପାଖରେ ପହଁଚିଥିବାବେଳେ କୈାଣସି କାରଣକୁ ନେଇ ଶୋଡ଼ାଯାତ୍ରାରେ ସାମିଲହୋଇଥିବା ଦାଦାପୁଅ ଓ ବଡବାପାପୁଅ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଉତ୍‌କ୍ଷିପ୍ତହୋଇ ଦାଦାପୁଅର […]

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।ଜିଜିପି କଲୋନୀର ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।ପ୍ରେମବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ଶେଷ କଲ୍ ଓ ମେସେଜ୍‌କୁ ନେଇ ପୁଲିସର ଛାନଭିନ ଆରମ୍ଭ ହୋଇଛି।

ନିଜଅପହରଣ ନିଜେକରି ଧରାପଡିଲେ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନିଜ ଅପହରଣ ନିଜେ କରି ସମସ୍ତଙ୍କୁ ଭୁଆଁ ବୁଲାଇଥିବାର ନାଟକକୁ ଶେଷରେ ପୁଲିସ୍‌ ଜାଣିବାକୁ ପାଇଛି। ଏଥିପାଇଁ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକଥାନା ପୁଲିସ ମିଛ ଅପହରଣର ପର୍ଦ୍ଦାଫାସ କରିବା ସହ ଫାଇନାନ୍ସ ସଂସ୍ଥାର କର୍ମଚାରୀ ସ୍ୱାଗତ ସାମଲଙ୍କୁ ଗିରଫ କରିଛି।

ଉଦଘାଟନପୂର୍ବରୁ ଭାଙ୍ଗିଲା ଫଳକ

ଜଗତସିଂହପୁର,୧।୧୦(ଏସଏସନିଉଜ)ଉଦଘାଟନ ପୂର୍ବରୁ ଭାଙ୍ଗିଯାଇଛି ଫଳକ।ଫଳକକୁ ଭାଙ୍ଗିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମର୍ଥକ।ଜଗତସିଂହପୁର ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟିଛି।ସ୍ଥାନୀୟ କଂଗ୍ରେସ ସରପଞ୍ଚଙ୍କ ନାଁ ନଥିବାରୁ ତାଙ୍କର ସମର୍ଥକ ଫଳକ ଭାଙ୍ଗିଥିବାର ଅଭିଯୋଗ ହୋଇଛି।ଅପରାହ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।