Browsing yearly archive

2023

ଧଳାଜହର ଓ ମଦ ବେପାରୀ ଗିରଫ

ବାରଙ୍ଗ,୩।୧୦(ଏସଏସନିଉଜ)ଧଳାଜହର ଓ ଦେଶୀମଦ ବିକ୍ରି କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଦୁଇ ବେପାରୀଙ୍କୁ ଗିରଫ୍ କରି ମଙ୍ଗଳବାରଦିନ କୋର୍ଟଚାଲଣ କରିଛି। ଏହି ଥାନା ଅନ୍ତର୍ଗତ ଗଣ୍ଡରପୁର-ପ୍ରତାପନଗରୀ ଘେରିବନ୍ଧ ରାସ୍ତା କଡରେ ଧଳାଜହର ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନଥାନା ପୋଲିସ ଅଚାନକ ଚଢ଼ାଉ କରିଗଣ୍ଡରପୁର ଗ୍ରାମର ରାଜକିଶୋର ସାହୁ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।ଗିରଫ ବେଳେ ପୁଲିସ ତା ପାଖରୁ ୧୨ଗ୍ରାମରୁ ଉର୍ଦ୍ଧ୍ବ ଓଜନର ଧଳାଜହର ଜବତ କରିବା […]

ଜାଲରେ ପଡ଼ିଲା ୧୧୦କେଜିର ମାଛ

ଜଳେଶ୍ୱର,୩।୧୦(ଏସଏସନିଉଜ)ଜାଲରେ ପଡ଼ିଲା ୧୧୦ କେଜିର ବିରାଟ ମାଛ।ମାଛଟିକୁ ୨୫ ହଜାର ଟଙ୍କାରେ ବିକ୍ରି କଲେ ପାରାଦୀପ ମତ୍ସ୍ୟଜୀବୀ ପାରାଦୀପରୁ ଧରିଥିବାବେଳେ ଦୀଘା ମାଛ ମାର୍କେଟରେ ବିକ୍ରି କରିଛନ୍ତି ମସ୍ୟଜୀବୀ।

ଓହଳି ରହିଛି ବସ୍

ବାଙ୍କୀ,୩।୧୦(ଏସଏସନିଉଜ) ମହାନଦୀ ବ୍ରିଜରୁ ଖସୁ ଖସୁ ବର୍ତ୍ତିଥିଲା ବସ୍‌।ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରୁ ଖସୁ ଖସୁ ବର୍ତ୍ତି ଯାଇଥିଲା।ବ୍ରିଜ୍‌ ସୁରକ୍ଷାବାଡ଼ ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା ବସ। ବସଟି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ଯାଇ ନଦୀକୁ ଝୁଲି ପଡ଼ିଥିଲା।ସୁରକ୍ଷା ବାଡ଼ ମାଡ଼ରେ ବସ୍‌ର ଗୋଟିଏ ଆଗ ଚକା ବାହାରି ଯାଇଥିଲା।ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ଲାଗି ରହିଛି ବର୍ଷା

ଭୁବନେଶ୍ୱର,୩।୧୦(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ୧୨ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଏହି ଜିଲ୍ଲାଗୁଡିକ ହେଲା ବରଗଡ଼ , ସୁବର୍ଣ୍ଣପୁର , ବଲାଙ୍ଗିର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ସମ୍ବଲପୁର , ଅନୁଗୁଳ , ଦେବଗଡ଼ , ମୟୂରଭଞ୍ଜ , କେନ୍ଦୁଝର , ଢେଙ୍କାନାଳ , ଯାଜପୁର ଜିଲ୍ଲା। ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୩ ତାରିଖ ମଙ୍ଗଳବାର ।ଅଶ୍ବପଞ୍ଚମୀ, ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ହୋମ ଦାନାଦି।ସୁର୍ଯ୍ୟୋଦୟ- ଘ୫/୪୧/୨୪,ସୂର୍ଯ୍ୟାସ୍ତ- ଘ୫/୩୦/୨୪,ଆଶ୍ବିନମାସ,କୃଷ୍ଣପକ୍ଷ,ଭୌମବାସ,ତିଥି- ଚତୁର୍ଥୀ ପ୍ରାତଃ ଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତ ପଞ୍ଚମୀ କ୍ଷୟ ନିଶାନ୍ତ ଘ୫/୧୦ମି ପର୍ଯ୍ୟନ୍ତ।ନକ୍ଷତ୍ର- କୃତ୍ତିକା ସନ୍ଧ୍ୟା ଘ୬/୨୯ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ପ୍ରାତଃ ଘ୫/୫୬ମି ପରେ ଦକ୍ଷିଣ ଦିଗରେ, ନିଶାନ୍ତ ଘ୫/୧୦ମି ପରେ ପଶ୍ଚିମ ଦିଗରେ। ତ୍ର୍ୟହସ୍ପର୍ଶ ତିଥି, ମଙ୍ଗଳବାର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ମକର […]

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

ଭୁବନେଶ୍ୱର,୨।୧୦(ଏସଏସନିଉଜ)ଘରବାଡ଼ିପଟେ ଥିଲା ମଣିଷଖିଆ ବଉଳାକୁମ୍ଭୀର।ରାତିର ଅନ୍ଧକାରରେ ଘର ପଛପଟେ ବୁଲୁଥିଲା କୁମ୍ଭୀର। ଲୋକଙ୍କୁ ଗୋଟାଗୋଟା କରି ଗିଳୁଥିଲା।ଯାହାକୁ ନେଇ , ଗାଁରେ ଆତଙ୍କ ଖେଳିଯାଇଥିଲା।ଆତଙ୍କ ରଚିଥିବା ମଣିଷଖିଆ ବଉଳାକୁ ଘର ପଛପଟୁ ଧରାଯାଇଛି।ଧରାପଡିଛି ମଣିଷଖିଆ ବଉଳା କୁମ୍ଭୀର ।ଶେଷରେ କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ।ତେବେ ରାଜନଗରରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ପ୍ରାଣହରାଇଲେ ଅଷ୍ଟମଶ୍ରେଣୀ ଛାତ୍ର

ଭୁବନନେଶ୍ବର,୨ା୧୦(ଏସଏସନିଉଜ) ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡ଼ି ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନଙ୍କର ମୃତ୍ୟୁ ହୋଇଛି। ବଳିଆ ବାବା ଆଶ୍ରମରେ ରହି ଓମ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଆଜି ସ୍କୁଲନଯାଇ ୩ଜଣ ସାଙ୍ଗଙ୍କ ସହ ମିଶି ଓମ ଗାଧୋଇବା ପାଇଁ ନୀଳକଣ୍ଠେଶ୍ବର ମନ୍ଦିରକୁ ଯାଇଥିଲେ।ସେଠାରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନଙ୍କସହ ସ୍କୁଲ ନଯାଇ ପୋଖରୀରେ ଗାଧୋଇବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିଲ।

ଝୁଲନ୍ତା ମୃତଦେହ ଉଦ୍ଧାର

କେଉଁଝର ,୨ା୧୦(ଏସଏସନିଉଜ)ଘଷିପୁରା ବ୍ଲକ ଅନ୍ତର୍ଗତ ଭାଣ୍ଡରିଦିହା ପଞ୍ଚାୟତର ତୋରାଣିଆପାଳ ବସନ୍ତପୁରା ବିଦ୍ୟାଳୟ ପରିସରରୁ ୪୫ ବର୍ଷିୟବାସନ୍ତୀ ଜେନାନାମକ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ ।ମୃତମହିଳାଙ୍କ ଘର ତୋରାଣିଆପାଳରେ ବୋଲି ଜଣାଯାଇଛି।ଆଜିସକାଳେ ବିଦ୍ୟାଳୟ ପରିସରରେ ଝୁଲନ୍ତା ଅବସ୍ଥାରେ ମୃତେହଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଷିପୁରାପୁଲିସ ପହଞ୍ଚି ମୃତଦେହକୁ କବତକରି ବ୍ୟବଚ୍ଛେଦପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ।  

ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ରାଉରକେଲା,୨ା୧୦(ଏସଏସନିଉଜ) ଉଦିତନଗର ଥାନା ଏଏସଆଇ ଏଲିସା ଲୁଗୁନ ମୃତ୍ୟୁ ଘଟଣାକୁ ନେଇ ଆଜି ତାଙ୍କ ସ୍ୱାମୀ ସଞ୍ଜୟ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।ଏହାସହ ମୃତକଙ୍କପରିବାରଲୋକ ଡାକ୍ତରଖାନାରେ ପହଞ୍ଚି ମୃତ୍ୟୁ ଘଟଣାର ନିରକ୍ଷେପ ତଦନ୍ତ ଦାବି କରିଛନ୍ତି। ଯେ ପର‌୍ୟ୍ୟନ୍ତ ନ୍ୟାୟ ନ ମିଳିଛି ରାଉରକେଲା ସରକାରୀ ଡାକ୍ତରଖାନାରୁ ଶବ ନ ନେବାକୁ ସେ ଚେତାବନୀ ଦେଇଛନ୍ତି। ଗତକାଲି ଉଦିତନଗର ଆରଏମସି ଅଫିସ ନିକଟରେ ବସ୍ ଓ କାର୍ ଧକ୍କାକୁ କେନ୍ଦ୍ରକରି […]

ବନ୍ଦଘରୁ ମହିଳାଙ୍କ ରକ୍ତାକ୍ତଶବ ଉଦ୍ଧାର

ସୁନ୍ଦରଗଡ଼ ,୨ା୧୦(ଏସଏସନିଉଜ)ବନ୍ଦ ଘରଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ଲହୁଣୀପଡ଼ା ଥାନାପୋଲିସ । ସମରଦରି ଗ୍ରାମରେ ଏକ ଘର ବାହାର ପଟୁ କବାଟ ବନ୍ଦରହିଥିଲା ।ଦୀର୍ଘସମୟଧରି ଘର ନଖୋଲିବାରୁ ସ୍ଥାନୀୟ ଲୋକ ସନ୍ଦେହ କରି ଝରକାପଟେ ଜଣେ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇ ପୋଲିସକୁ ଖବରଦେଇଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ଫେରାର ହୋଇଥିବାବେଳେ କିଏ ଓ କହିଁକି ମହିଳାଙ୍କୁ ହତ୍ୟାକଲା ତାହାକୁନେଇ […]