Browsing yearly archive

2023

୪ମାସ ପରେ ପୁଣି ଉଛେଦ ଆରମ୍ଭ

ବାରଙ୍ଗ,୪।୧୦(ଏସଏସନିଉଜ) କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୁଧବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କୁହ୍ନେଇପଡ଼ା ଠାରୁ ମୁଣ୍ଡମୁହାଣ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ରାୟ ୧୪ରୁ ଉର୍ଦ୍ଧ ଦୋକାନ ଘର ଏବଂ ଜବରଦଖଲ ଅଞ୍ଚଳକୁ ଉଚ୍ଛେଦ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହୋଇଛି। ଦୀର୍ଘ ୪ମାସର ଵ୍ୟଵଧାନପରେ ସିଡିଏ ପକ୍ଷରୁ ଉଛେଦ ପକ୍ରିୟା ଆରମ୍ଭ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୫ତାରିଖଗୁରୁବାର ।ସୁର୍ଯ୍ୟୋଦୟ- ଘ୫/୪୧/୫୨,ସୂର୍ଯ୍ୟାସ୍ତ- ଘ୫/ ୨୮/୪୨ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ସପ୍ତମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ସନ୍ଧ୍ୟାଘ୫/୪୦ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୭/୨୬ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ତାଳଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା-ଦିବା ଘ୨/୩୧ମି ରୁ ଘ୫/୨୯ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୪ମି ରୁ ଘ୧/୭ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃରୁ ଦିବାଘ୭/୧୯ମି […]

ଫଳକ ନେଲା ଜୀବନ

ଭଦ୍ରକ,୪।୧୦(ଏସଏସନିଉଜ) ରାସ୍ତା କାମରେ ଲାଗିଥିବା ଫଳକପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ର ମୃତୁବରଣ କରିଛନ୍ତି। ଧୁଷୁରୀଥାନା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତୁ ଘଟିଛି। ସ୍କୁଲ ନିକଟରେ ରାସ୍ତା କାମ ଚାଲୁଥିବାରୁ ଫଳକ ରଖାଯାଇଥିଲା। ଖେଳ ଛୁଟି ବେଳେ ଛାତ୍ର ଜଣଙ୍କ ବାହାରକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୪ତାରିଖ ବୁଧବାର ।ଗଜଷଷ୍ଠୀ। ସୁର୍ଯ୍ୟୋଦୟ- ଘ୫/୪୧/୩୭ ,ସୂର୍ଯ୍ୟାସ୍ତ-ଘ୫/୨୯/୩୩ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଷଷ୍ଠୀ ନିଶାନ୍ତଘ୫/୧୪ମିପର୍ଯ୍ୟନ୍ତ ତଦନ୍ତ ସପ୍ତମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ନିଶାନ୍ତଘ୫/୧୪ମିପରେ ବାୟବ୍ୟକୋଣରେ।ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବାଘ୮/୩୮ମି ରୁ ଘ୧୦/୭ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି ରୁ ଘ୪/୧୫ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୬/୩୧ମି ମଧ୍ୟେ, ଘ୭/୧୯ମି ରୁ ୮/୭ମି ମଧ୍ୟେ, ଘ୧୦/୩୧ମି ରୁ ଘ୧୨/୫୫ମି ମଧ୍ୟେ, ରାତ୍ରି […]

ନବୀନ କହିଲେ ଶ୍ରଦ୍ଧା କିଏ…..

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ.ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ ବୋଲି କହିଲେ ମୁଖ୍ୟମନ୍ତ୍ରୀ.ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲୋ ମୋ ଫିଜିକାଲ ଫିଟ୍‌ନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ବୋଲି ନବୀନ କହିଛନ୍ତି ।ଅନ୍ୟପଟେ ଶ୍ରଦ୍ଧା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତବ୍ୟ.ରଖିଛନ୍ତି ।ସେକହିଛନ୍ତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ […]

କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇଟ୍ୟାଗ୍

ଭୁବନେଶ୍ବର,୩ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ପ୍ରଥମେ ୨୦୨୦ ମସିହାରେ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥିଲା। ତେବେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ଖୋଲିବ ୟୁନିଟ୍‌-୧ହାଟ

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ବୁଧବାରଠାରୁ ‌ଖୋଲିବାକୁ ଯାଉଛି । ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।ବିଏମସି ସହ ଆଲୋଚନା ପରେ ଏବଂ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ହାଟ ବ୍ୟବସାୟୀ ସଂଘପକ୍ଷରୁ କୁହାଯାଇଛି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।  

ମହିଳା ଜାଭଲିନ୍‌ରେ ସ୍ୱର୍ଣ୍ଣ.

ଭୁବନେଶ୍ୱର, ୩ା୧୦(ଏସଏସନିଉଜ) ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ।ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ ।୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ ।୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦର ଆଣିଲେ ବ୍ରୋଞ୍ଜ ।୧୫ ସ୍ୱର୍ଣ୍ଣ , ୨୬ ରୌପ୍ୟ , ୨୮ ବ୍ରୋଞ୍ଜ ସହ ୬୯ ପଦକ ହାସଲ ହୋଇଛି ।  

ମୃତଦେହ ଫିଙ୍ଗି ପଳାଇଲେ…

ନୟାଗଡ଼,୩ା୧୦(ଏସଏସନିଉଜ) ଧୂଧୂ ବର୍ଷାରେ ଆସି ମହିଳାଙ୍କ ମୃତଦେହ ଫିଙ୍ଗି ପଳାଇଲେ. ଦୁର୍ବୁତ ।ଏନ୍ଏଚ୍ ୫୭ ଇଟାମାଟି ଥାନା ବଡ଼ପଣ୍ଡୁସର ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ମହିଳାଙ୍କ ପରିଚୟ ମିଳିନଥିବାବେଳେ କିଏ ଆଣି ଫିଙ୍ଗିଲେ ତାହା ମଧ୍ୟ ଜଣାପଡ଼ିନି ।ମହିଳାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କି ଦୁର୍ଘଟଣାରେ ମୃତ୍ୟୁ ତାହା ଅଦ୍ୟାବଧି ଜଣାପଡ଼ିନଥିବାର ଜଣାପଡିଛି ।  

ଯୋରନ୍ଦା-କରମୂଳରାସ୍ତାରେ ବୋମା !

ଢେଙ୍କାନାଳ,୩ା୧୦(ଏସଏସନିଉଜ) ଗଁନ୍ଦିଆ ଥାନା ଯୋରନ୍ଦା କରମୂଳ ରାସ୍ତାରେ ବୋମାମାଡ ହୋଇଛି ।ବୋମାମାଡର ପ୍ରଚଣ୍ଡ ଶବ୍ଧରେ ଅଂଚଳସ୍ତମ୍ବିଭୁତ ହୋଇଯାଇଛନ୍ତି ।ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଖବରପାଇ ପୋଲିସ ଯାଞ୍ଚ କରିବାସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି ।ତେବେ ବୋମାଗୁଡ଼ିକ ବାର୍‌ହା ଶିକାର ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି । –