୪ମାସ ପରେ ପୁଣି ଉଛେଦ ଆରମ୍ଭ

ବାରଙ୍ଗ,୪।୧୦(ଏସଏସନିଉଜ) କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୁଧବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କୁହ୍ନେଇପଡ଼ା ଠାରୁ ମୁଣ୍ଡମୁହାଣ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ରାୟ ୧୪ରୁ ଉର୍ଦ୍ଧ ଦୋକାନ ଘର ଏବଂ ଜବରଦଖଲ ଅଞ୍ଚଳକୁ ଉଚ୍ଛେଦ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହୋଇଛି। ଦୀର୍ଘ ୪ମାସର ଵ୍ୟଵଧାନପରେ ସିଡିଏ ପକ୍ଷରୁ ଉଛେଦ ପକ୍ରିୟା ଆରମ୍ଭ ହୋଇଥିବାରୁ ରାସ୍ତାକଡ଼ରେ ଦୋକାନ ଦେଇ ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀମାନଙ୍କ ମଧ୍ୟରେ ଛନକା ପସିଯାଇଛି।

Comments (0)
Add Comment