ରାସ୍ତାରୁ ଖସିଲା ହାଇୱା

ବାରଙ୍ଗ, ୧।୧୦(ଏସଏସନିଉଜ)ପରିବା ବୋଝେଇ ପିକଅପ ଭ୍ୟାନକୁ ବଞ୍ଚାଇବାକୁ ଯାଇ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା।ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏହାସହ ଇଲେକ୍ଟ୍ରି ଖୁଣ୍ଟରେ ଧକାଦେଇଥିବାରୁ ୪ ଟା ଗାଁରେ ବିଦ୍ୟୁତ ସରବାରହ ଠପ ହୋଇଯାଇଛି । ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାଶପୁର ଛକରେ ଏହିଭଳି ଘଟଣା ଘଟିଛି।
ପ୍ରକାଶଯେ,ରବିବାର ସକାଳ ସମୟରେ ତ୍ରିଶୂଳିଆ ରୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ଗୋବିନ୍ଦପୁରରୁ ଦ୍ରୁତଗତିରେ ଆସୁଥିବା ଓଡି ୦୯ ସି ୯୩୬୭ ନମ୍ବର ବାଲି ବୋଝେଇ ହାଇୱାଟି ହଠାତ ମୁଁହା ମୁହିଁ ହୋଇଯାଇଥିଲେ । ତେବେ ହାଇୱା ଚାଳକଟି ଦୁର୍ଘଟଣାକୁ ରୋକିବାକୁ ଯାଇ ହାଇୱାଟି ଭାରସ୍ୟମ ହରାଇ ରାସ୍ତା ତଳକୁ ଚାଲିଯିବା ସହିତ ଏକ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇଥିଲା । ଧକ୍କାହେବା ଫଳରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୪ ଟି ଗାଁ ବିଦ୍ୟୁତ ସରବାରହ ଠପ ହୋଇଯାଇଛି । ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ପହଁଚି ଗୁରୁତର ଅବସ୍ଥାରେ ଡ୍ରାଇଭର କୁ ମେଡିକାଲ ପଠେଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛନ୍ତି।

Comments (0)
Add Comment