ବିଦ୍ୟାଳୟ ପରିସର ସଫାକଲେ ପିଲା

ମେଣ୍ଢାଶାଳ,୧।୧୦(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ହି ସେବାକାର୍ଯ୍ୟକ୍ରମ ମାଧ୍ୟମରେ ଆବର୍ଜନା ମୁକ୍ତ ଭାରତ ଗଠନ ନିମନ୍ତେ ସ୍ୱଚ୍ଛ ଭାରତଶିକ୍ଷା ନିମନ୍ତେ ୧ଘଣ୍ଟିଆକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ୱାଳ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲମିନା କମିଟି ସଭାପତି ସନ୍ତୋଷ କୁମାର ରାୟ, ବରିଷ୍ଠ ସାମ୍ବାଦିକପଦ୍ମଚରଣ ବଡ଼ଜେନା,ସିଆରସି ସତ୍ୟନ୍ଦୁ ଛୋଟରାୟ ପ୍ରମୁଖ ଯୋଗଦେଇ ନିଜଘର ଓ ନିଜ ଗାଁ ପରିବେଶକୁ ସଫାସୁତରା ରଖିବାର ଆଵଶ୍ୟକତା ଉପରେ ପିଲାମାନଙ୍କୁ ବୁଝାଇଥିଲେ।ଏହିଅବସରରେ ପିଲାମାନେ ଗାଁ ପରିବେଶକୁ ସଫା ସୁତରା ରଖିବା ନିମନ୍ତ୍ରେ ଶପଥ ନେବାସହ ସମସ୍ତେ ମିଶି ବିଦ୍ୟାଳୟ ପରିସରକୁ ସଫା କରିଥିଲେ।ପରେ ପିଲାମାନଙ୍କୁ ନେଇ ବକ୍ତତା,ଚିତ୍ରାଙ୍କନ,ପ୍ରବନ୍ଧ ଉପରେ ପ୍ରତିଯୋଗିତା ହୋଇଥିଲା। ପ୍ରବନ୍ଧରେଦଶମ ଶ୍ରେଣୀ ଛାତ୍ରୀ ନୂରଜାହାନ ଫାତମା, ବକ୍ତୃତାରେ ନବମ ଶ୍ରେଣୀଛାତ୍ରୀ ଜ୍ୟୋତିର୍ମୟୀ ଦାସ ଚିତ୍ରାଙ୍କନରେ ନବମଶ୍ରେଣୀ ଛାତ୍ରୀ ଉର୍ମିମୁଣ୍ଡା ପ୍ରଥମସ୍ଥାନ ଅଧିକାର କରିଥିଲେ। (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Comments (0)
Add Comment