୪ଘଣ୍ଟା ପାଇଁ ଜଗାଦର୍ଶନ ବନ୍ଦ
ପୁରୀ,୨୦।୧୨(ଏସଏସନିଉଜ)ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।ଦ୍ବିତୀୟ ଭୋଗ ଶେଷ ପରେ ହେବ ବନକଲାଗି ପରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ।ବନକଲାଗି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ।ଅପରାହ୍ନ ୪ରୁ ରାତି ୮ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ।
Browsing yearly archive
ପୁରୀ,୨୦।୧୨(ଏସଏସନିଉଜ)ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।ଦ୍ବିତୀୟ ଭୋଗ ଶେଷ ପରେ ହେବ ବନକଲାଗି ପରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ।ବନକଲାଗି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ।ଅପରାହ୍ନ ୪ରୁ ରାତି ୮ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ।
ଡିସେମ୍ବରମାସ ୨୦ତାରିଖ ୨୦୨୩ମସିହା(ବୁଧବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୧/୪୨ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ ୧୧/୫୯ ପର୍ଯ୍ୟନ୍ତ ତଦନ୍ତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୨୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୩୯ ,ଯୋଗିନୀ ଐଶାନ୍ୟେ ଦିବା ଘ୧୧/୪୨ ଗତେ ପୂର୍ବେ ,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,କାଳବେଳା – ଦିବା ଘ୦୯/୦୨ଗତେ ଘ୧୦/୨୩ମଧ୍ୟେ ,ବାରବେଳା – ଦିବା ଘ୧୧/୪୪ଗତେ ଘ୦୧/୦୬ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା […]
ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି।ଗୋଡ଼ିଆଘାଟିରୁ ୧ କିଲୋ ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।NH-49 କଡ଼ରେ ବିକ୍ରିବେଳେ ମାଡି଼ ବସିଲା କ୍ରାଇମବ୍ରାଞ୍ଚର STF ।ଘଟଣାରେ ଗିରଫ ଅଭିଯୁକ୍ତ ହେଉଛନ୍ତି ରାଜେନ୍ଦ୍ର ମାଝୀ।୨୦୨୦ରୁ ଏବେ ଯାଏ ୭୪କିଲୋ ବ୍ରାଉନସୁଗର ଜବତ କରିଛି STF।
ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ମୟୂରଭଞ୍ଜ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ପହଞ୍ଚିଲେ ନୂଆ-ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ।ସେଠାରେ ପହଂଚିବାପରେ ଙ ଉଦବୋଧନ ଦେବା ଅବସରରେ କହିଲେଯେ, ପ୍ରତିବର୍ଷ ‘ନୂଆ-ଓ’ କାର୍ଯ୍ୟକ୍ରମ କରାଯିବ ।ଏହାସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ ।
ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ଚୌଦ୍ବାରରେ ବସ୍ କଣ୍ଡକ୍ଟର ମୃତ୍ୟୁ ମାମଲାରେନିଶ୍ଚଳପ୍ରଧାନଙ୍କ ମୃତ୍ୟୁ ନେଇ ବଡ଼ ଖୁଲାସା ହୋଇଛି।ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା।ନିଶ୍ଚଳଙ୍କୁ ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ।ପରକ୍ରିୟା ପ୍ରୀତିକୁ ନେଇ ହୋଇଥିଲା ହତ୍ୟା।ହତ୍ୟା ଅଭିଯୋଗରେ ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ।ପ୍ରେମିକ ସହ ମିଶି ପତ୍ନୀ ରଚିଥିଲେ ହତ୍ୟା ଷଡଯନ୍ତ୍ର।୧ ତାରିଖରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ।
ଭୁବନେଶ୍ୱର,୧୯।୧୨(ଏସଏସନିଉଜ)ମାହାଙ୍ଗା ଡବଲ୍ ମର୍ଡର ମାମଲାରେବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି ମିଳିଛି।ପ୍ରତାପଙ୍କ ପ୍ରତି ଲାଗୁ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ।ପ୍ରତାପଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ନିର୍ଦ୍ଦେଶ ବଳବତ୍ତର ରହିଛି।ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପ୍ରତାପ।ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ନିମ୍ନ କୋର୍ଟ କହିଥିଲେ।
ରାଉରକେଲା,୧୯।୧୨(ଏସଏସନିଉଜ) ରାଉରକେଲା ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ ବୋଲି ଜଣାପଡିଛି।ପାଣି ଟେଷ୍ଟିଂରୁ କଲେରା ଜୀବାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି।ଏହି ସୂଚନା ଦେଇଛନ୍ତି ଆର୍ଜିଏଚ୍ ସୁପରିଟେଣ୍ଡେଣ୍ଟ ଇନଚାର୍ଜ ଡ଼ାକ୍ତର ସୁଧା ରାଣୀ ପ୍ରଧାନ।ଯେତିକି ସାମ୍ପଲ ରିପୋର୍ଟ ଆସିଛି , ସେଥିରୁ କଲେରା ଚିହ୍ନଟ ହୋଇଛି।ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି।୫ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ , ଶତାଧିକ ଏବେ ବି ଚିକିତ୍ସାଧୀନ ଥିବାର ଜଣାପଡିଛି।ଅନ୍ୟପଟେ ରାଉରକେଲା ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କରିବେ […]
ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ) ଭୁବନେଶ୍ବର ରେ ପହଂଚିଛି IBର ଏକ ସ୍ବତନ୍ତ୍ର ଟିମ୍ ।କାଶ୍ମୀର ଠକ୍ ବୁଖାରି ଗିରଫ ଘଟଣାରେ ବୁଖାରିକୁ ପଚରାଉଚରା କରିବ IB । ଆଜି ୫ଦିନିଆ ରିମାଣ୍ଡରେ ଆସୁଛି ବୁଖାରି। ଆତଙ୍କବାଦୀ ଲିଙ୍କ ନେଇ IB କରିବାକୁ ଯାଉଛି ଜେରା।ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାରେ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍। ଏନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଏସ୍ପି କେ.କେ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।
ଭୁବନେଶ୍ୱର,୧୯।୧୨(ଏସଏସନିଉଜ) କୋଭିଡ ତାର ନୂଆ ରୂପରେ ଧୀରେ ଧୀରେ ଅଗ୍ରସର ହେବାକୁ ଲାଗିଛି।ଯାହାକୁ ନେଇ ଏବେଠାରୁ ଚିନ୍ତା ବଢାଇବା ଆରମ୍ଭ କରିଛି।ଏହାକୁ ମୁକାବିଲା କରିବାପାଇଁ କେନ୍ଦ୍ରସରକାର ରାଜ୍ୟମାନଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ନୂଆବର୍ଷ ଉତ୍ସବ ଯୋଗୁଁ କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସତର୍କ କଲା କେନ୍ଦ୍ର।ଜିଲ୍ଲାସ୍ତରରେ ‘ସାରି’ ଓ ‘ଇଲି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ବି ପରାମର୍ଶ ଦିଆଯାଇଛି।RT-PCR ଟେଷ୍ଟ ସହ ପଜିଟିଭ୍କୁ ଜିନମ୍ ସିକ୍ୟୁଏନ୍ସିଂ […]
ଡିସେମ୍ବରମାସ ୧୯ତାରିଖ୨୦୨୩ମସିହା(ମଙ୍ଗଳବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ସପ୍ତମୀ ଦିବା ଘ ୦୧/୩୬ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୧୯ ,ଯୋଗିନୀ ବାୟବ୍ୟେ ଦିବା ଘ୦୧/୩୬ ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା – ଦିବା ଘ୦୧/୦୫ ଗତେ ଘ୦୨/୨୭ ମଧ୍ୟେ ,ବାରବେଳା – ଦିବା ଘ୦୭/୪୮ ଗତେ ଘ୦୯/୦୩ ମଧ୍ୟେ ,ବିଶୁଦ୍ଧଅମୃତବେଳ। – ଦିବା ଘ୦୭/୦୮ ମଧ୍ୟେ ଓ ଘ୦୯/୦୩ ଗତେ ଘ ୧୧/୫୭ […]